PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

୨୦୦୦ଟଙ୍କିଆ ନୋଟ୍ ବଦଳାଇବାର ପ୍ରଥମ ଦିନରେ ବ୍ୟାଙ୍କରେ ଭିଡ଼ , ଟଙ୍କା ଆକାଉଣ୍ଟରେ ଜମା କରିବାକୁ ଚାପ ପକାଯାଉଥିବା ଅଭିଯୋଗ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ୨୦୦୦ଟଙ୍କାର ନୋଟ୍‌ ବଦଳାଇବାର ପ୍ରଥମ ଦିନରେ ମାହୋଲ କିଛି ଅଲଗା ଥିଲା । ଅନେକ ସ୍ଥାନରେ ପୂରା ପ୍ରକ୍ରିୟାକୁ ନେଇ କନଫ୍ୟୁଜନ ବି ଥିଲା । କିଛି ଲୋକ ଅଭିଯୋଗ ମଧ୍ୟ କରିଥିଲେ କି ବ୍ୟାଙ୍କ୍‌ ନୋଟ୍‌ ବଦଳାଇବା ବଦଳରେ ତାଙ୍କୁ ଖାତାରେ ଜମା କରିବାକୁ ଚାପ ପକାଇଥିଲା । ସେମାନଙ୍କୁ ପରିଚୟ ପତ୍ର ମାଗିଥିଲା , ହେଲେ ମିଡ଼ିଆ ରିପୋର୍ଟରେ କୁହାଯାଇ ଥିଲା କି ଏହାର କୌଣସି ଆବଶ୍ୟକତା ନାହିଁ ।

ଅନ୍ୟପଟେ ପେଟ୍ରୋଲ ପମ୍ପରେ ୨୦୦୦ଟଙ୍କାର ନୋଟ୍‌ ବ୍ୟବହାର କରିବାକୁ ଚେଷ୍ଟା କରି ଲୋକେ ଅସୁବିଧାର ସାମନା କରିବାକୁ ପଡ଼ୁଛି। ଅନେକ ଲୋକ ଅଭିଯୋଗ କରିଛନ୍ତି ଏଟିଏମରୁ ଏବେ ବି ୨୦୦୦ଟଙ୍କିଆ ନୋଟ୍‌ ବାହାର କରୁଛନ୍ତି , କିନ୍ତୁ ଏହାକୁ ନେବାକୁ କେହି ପ୍ରସ୍ତୁତ ନୁହଁନ୍ତି। ଲୋକେ ଦାମୀ ଜିନିଷ ଠାରୁ ଫଳ ଓ ପନିପରିବା କିଣିବା ଯାଏ ୨୦୦୦ଟଙ୍କିଆ ନୋଟ୍‌ ବ୍ୟବହାର କରୁଛନ୍ତି ।

ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ରାଜେନ୍ଦ୍ର ସିଂହ କହିଛନ୍ତି , କିଛି ଲୋକଙ୍କୁ କୁହାଯାଉଛି କି ନୋଟ୍‌ ବଦଳାଇବାର ସ୍ଥାନରେ ତାଙ୍କୁ ଆକାଉଣ୍ଟରେ ଜମା କର। ଏଥିରେ ଲୋକେ ଠକାମୀର ଶିକାର ହେଉଥିବା ଅନୁଭବ କରୁଛନ୍ତି । ଧାଡ଼ିରେ ଠିଆ ହୋଇଥିବା ଜଣେ ଅସନ୍ତୁଷ୍ଟ ଗ୍ରାହକ କହିଛନ୍ତି , ବ୍ୟାଙ୍କ ଗୁଡ଼ିକୁ ଏହି ସ୍ଥିତି ପାଇଁ ଭଲ ଭାବେ ପ୍ରସ୍ତୁତ ରହିଥିବା ଉଚିତ ଥିଲା । ତାଙ୍କୁ ୨୦୦୦ଟଙ୍କିଆ ନୋଟ୍‌ ଜମା କରିବା ପାଇଁ କହିବା ବଦଳରେ ବଦଳାଇବା ପାଇଁ ଉଚିତ ବ୍ୟବସ୍ଥା କରିବା ଉଚିତ ଥିଲା।

ସଂସଦ ମାର୍ଗରେ ଥିବା ଆରବିଆଇ ଭବନର ବାହାରେ ମୁତୟନ ଜଣେ ସୁରକ୍ଷା ଗାର୍ଡ କହିଛନ୍ତି , ପାଖାପାଖି ୨୫ ଜଣ ଲୋକ ନିଜର ୨୦୦୦ଟଙ୍କିଆ ନୋଟ୍‌ ବଦଳାଇବାକୁ ଏବେସୁଦ୍ଧା ଆସିଛନ୍ତି । ଏଠାରେ ବ୍ୟବସ୍ଥା ଭଲଭାବେ ଚାଲିଛି।

ସମ୍ବନ୍ଧିତ ଖବର