- ସରକାର ଟଙ୍କା ପଠାଇବା ଭଳି କିଛି ମେସେଜ୍ ଆସୁଛି କି ଆପଣଙ୍କ ମୋବାଇଲକୁ?
- ଯଦି ଆସୁଛି, ଲିଙ୍କ୍ ରେ କରନ୍ତୁନି କ୍ଳିକ, ନହେଲେ ଫଶିବେ..
- ସରକାର ପ୍ରତି ବ୍ୟାଙ୍କ ଆକାଉଣ୍ଟକୁ ୪୬,୭୧୫ ଟଙ୍କା ପଠାଇବାକୁ ନେଇ ଏକ ମେସେଜ୍ ଭାଇରାଲ ହେଉଛି
- ଏପରି ଗୁଜବରୁ ଦୂରେଇ ରହିବାକୁ ସୂଚନା ଦେଇଛନ୍ତି ଭାରତ ସରକାରଙ୍କ ଅଫିସିଆଲ ଏଜେନ୍ସି 'ପିଆଇବି'
ନୂଆଦିଲ୍ଲୀ,୦୭/୦୧: ଆଜିକାଲି ସୋସିଆଲ ମିଡିଆରେ ଏକ ମେସେଜ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ ସରକାର ପ୍ରତ୍ୟେକ ନାଗରିକଙ୍କ ଆକାଉଣ୍ଟରେ ୪୬,୭୧୫ ଟଙ୍କା ଜମା କରୁଛନ୍ତି। ଭାଇରାଲ ମେସେଜରେ ଏହା ମଧ୍ୟ ଦାବି କରାଯାଇଛି ଯେ ଦେଶର ଆର୍ଥିକ ସଙ୍କଟ ଦୂର କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ଲୋକମାନେ ଏହି ମେସେଜକୁ ବହୁଳ ଭାବରେ ସେୟାର ମଧ୍ୟ କରୁଛନ୍ତି। ଭାରତ ସରକାରଙ୍କ ଏକ ସରକାରୀ ସଂସ୍ଥା, ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (ପିଆଇବି)ର ତଥ୍ୟ ଯାଞ୍ଚ ଦଳ ଏହି ଭାଇରାଲ ଦାବିର ତଦନ୍ତ କରି ଏହାକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପ୍ରମାଣିତ କରିଛନ୍ତି। ସଂସ୍ଥା ସ୍ପଷ୍ଟ ଭାବରେ କହିଛି ଯେ ଅର୍ଥ ମନ୍ତ୍ରଣାଳୟ ଏପରି କୌଣସି ଯୋଜନା ଘୋଷଣା କରିନାହିଁ କିମ୍ବା ଆରମ୍ଭ କରିନାହିଁ।
ସେମେଜ୍ ସହିତ୍ ଲିଙ୍କ୍ ଆସୁଛି:
ଏ ତମାମ ଘଟଣା ସେତେବେଳେ ଜଣାପଡ଼ିଲା, ଯେତେବେଳେ ଏହି ନକଲି ମେସେଜରେ "ରେଜିଷ୍ଟର ଫର୍ ସପୋର୍ଟ" ଲେଖାଥିବା ଏକ ବଟନ୍ କିମ୍ବା ଲିଙ୍କ୍ ସାମ୍ନାକୁ ଆସିଲା। ଏପରି ଲିଙ୍କଗୁଡ଼ିକ ପ୍ରାୟତଃ ଫିସିଂ ପାଇଁ ବ୍ୟବହୃତ ହୁଏ। ଫିସିଂ ହେଉଛି ଏପରି ଏକ ମାଧ୍ୟମ, ଯାହା ଦ୍ବାରା ଆପଣଙ୍କର ବ୍ୟକ୍ତିଗତ ସୂଚନା କିମ୍ବା ବ୍ୟାଙ୍କ ବିବରଣୀ ବାହାର କରିବାକୁ ଚେଷ୍ଟା କରାଯାଏ। ପଞ୍ଜିକରଣର ଆଳ ଦେଖାଇ, ଠକମାନେ ଆପଣଙ୍କର ସମସ୍ତ ଆବଶ୍ୟକୀୟ ସୂଚନା ସଂଗ୍ରହ କରିନିଅନ୍ତି।
ସାଇବର ଅପରାଧ ସମ୍ପର୍କିତ ଖବର ପଢ଼ନ୍ତୁ: ଇଣ୍ଟର୍ନେଟ୍ରେ ଅଶ୍ଳୀଳ ଭିଡିଓ ଦେଖି ୨ ଗିରଫ, କ୍ରାଇମ୍ବ୍ରାଞ୍ଚ୍ ସ୍କାନର୍ରେ ୪୧ ମୋବାଇଲ୍
ନାଗରିକଙ୍କୁ ସରକାରଙ୍କ ଅପିଲ:
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏପରି କୌଣସି ସେମେଜ ଉପରେ ବିଶ୍ୱାସ ନ କରିବାକୁ ଏବଂ ସରକାରୀ ପୋର୍ଟାଲ୍ ପରିଦର୍ଶନ କରି ସତ୍ୟାସତ୍ୟ ଯାଞ୍ଚ କରିବାକୁ ସରକାର ଲୋକଙ୍କୁ ଅନୁରୋଧ କରିଛନ୍ତି। ନାଗରିକଙ୍କ ସୁରକ୍ଷା ପାଇଁ, ସେମାନେ ଗୁରୁତ୍ୱପୂର୍ଣ୍ଣ ସୂଚନା, ଯେପରିକି ବ୍ୟାଙ୍କ ବିବରଣୀ କିମ୍ବା ଏପରି ସନ୍ଦିଗ୍ଧ ଲିଙ୍କରେ ବ୍ୟକ୍ତିଗତ ବିବରଣୀ ସେୟାର କରିବାରୁ ଦୂରେଇ ରହିବା ଉଚିତ ବୋଲି ସରକାର ସୂଚନା ଦେଉଛନ୍ତି। ଏପରି ନକଲି ମେସେଜ୍ କିମ୍ବା ଭିଡିଓକୁ ଫରୱାର୍ଡ କରିବା ପରିବର୍ତ୍ତେ, ସେଗୁଡ଼ିକୁ ସାଇବର ସେଲ୍ କିମ୍ବା ପିଆଇବି ଫ୍ୟାକ୍ଟ ଚେକ୍ କୁ ରିପୋର୍ଟ କରାଯିବା ଉଚିତ।
ସାଇବର ଠକମାନେ ଠକେଇ କରିବା ପାଇଁ ପ୍ରତିଦିନ ନୂଆ ନୂଆ କୌଶଳ ଆପଣାଉଛନ୍ତି, ଏବଂ ଫିସିଂ ହେଉଛି ଏପରି ଏକ ପଦ୍ଧତି। ନିଜକୁ ସୁରକ୍ଷିତ ରଖିବା ପାଇଁ, କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଦୁଇଥର ଭାବନ୍ତୁ। ବ୍ୟାଙ୍କ ବିବରଣୀ, ଓଟିପି, କିମ୍ବା ସିଭିଭି ପରି ଗୁରୁତ୍ୱପୂର୍ଣ୍ଣ ସୂଚନା କାହା ସହିତ ସେୟାର କରିବାରୁ ବଞ୍ଚନ୍ତୁ। ଯଦି ଆପଣ କିଛି ଭୁଲ ଲକ୍ଷ୍ୟ କରନ୍ତି, ତେବେ ତୁରନ୍ତ ପୋଲିସକୁ ଜଣାନ୍ତୁ। ଏହା ସହିତ, ସର୍ବଦା ଟୁ-ଫ୍ୟାକ୍ଟର ଅଥେଣ୍ଟିକେସନ୍କୁ ଚାଲୁ ରଖନ୍ତୁ ଏବଂ ଏକ ଆଣ୍ଟିଭାଇରସ୍ ବ୍ୟବହାର କରନ୍ତୁ। ଟିକିଏ ସତର୍କତା ଆପଣଙ୍କୁ ବଡ଼ ଠକେଇରୁ ରକ୍ଷା କରିପାରିବ।
ପ୍ରମେୟର ପ୍ରମୁଖ ଖବର: ସେନା ନିଯୁକ୍ତିରେ ବଢ଼ିଲା ଆଉ ଏକ ନିୟମ; ଅଗ୍ନିବୀରଙ୍କ ପାଇଁ ହେବ ଲାଗୁ, ସ୍ଥାୟୀ ନିଯୁକ୍ତି ପାଇବା ପୂର୍ବରୁ କରିପାରିବେନି ବିବାହ