ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ସାଂସଦଙ୍କ ସିଟ୍ ତଳୁ ମିଳିଲା ଟଙ୍କା ବିଡା; ମୁଁ ୫୦୦ ଟଙ୍କା ନେଇ ରାଜ୍ୟସଭା ଯାଏ, ଏହା ଆଚମ୍ବିତ କହିଲେ ଅଭିଷେକ ମନୁ ସିଂହଭି

Published By : Ankita S | December 6, 2024 12:59 PM

ନୂଆଦିଲ୍ଲୀ,୦୬/୧୨: ସଂସଦ ଶୀତ ଅଧିବେଶନରେ ଆଜି ଚକିତ କଲା ପରି ଘଟଣା ସାମ୍ନାକୁ ଆସିଛି । କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂହଭିଙ୍କ ପାଇଁ ଆବଣ୍ଟିତ ରାଜ୍ୟସଭା ଆସନ ତଳୁ ଟଙ୍କା ବିଡା ବାହାରିଛି । ଏହାକୁ ନେଇ ଉଦବେଗ ପ୍ରକାଶ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକର । ସେପଟେ ଘଟଣାକୁ ନେଇ ଅଚମ୍ବିତ ଥିବା କହିଛନ୍ତି କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂହଭି ।

ଆଜି ରାଜ୍ୟସଭା ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ର ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ଏକ ଘୋଷଣା କରିଥିଲେ । ସେ କହିଥିଲେ ଗତକାଲି (ଗୁରୁବାର) ଗୃହକାର୍ଯ୍ୟ ମୁଲତବୀ ରହିବା ପରେ ନିରାପତ୍ତା ରକ୍ଷୀମାନେ ସ୍ବାଭାବିକ ଭାବେ ଗୃହର ନିୟମିତ ଯାଞ୍ଚ କରିଥିଲେ । ସେହି ସମୟରେ ୨୨୨ ନମ୍ବର ସିଟ୍ ତଳୁ ଟଙ୍କା ବିଡା ମିଳିଥିଲା । ଏହି ବିଷୟ ଜଣାପଡିବା ପରେ ମୁଁ ତଦନ୍ତ ନିର୍ଦ୍ଦେଶ ଦେଇଛି । ଏହି ସିଟଟି ତେଲେଙ୍ଗାନାରୁ ରାଜ୍ୟସଭାକୁ ନିର୍ବାଚିତ କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂହଭିଙ୍କୁ ଆବଣ୍ଟନ ହୋଇଛି ।

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକରଙ୍କର ଏହି ଘୋଷଣା ମାତ୍ରେ ବିରୋଧୀ ହୋ ହାଲ୍ଲା କରିଥିଲେ । ଏହାକୁ ସମାଲୋଚନା କରି ବିରୋଧୀ ହଙ୍ଗାମା କରିଥିଲେ । ତଦନ୍ତ ରିପୋର୍ଟ  ମିଳିବା ପୂର୍ବରୁ ଅଧ୍ୟକ୍ଷ କାହା ନାମ ନେବା ଠିକ ନୁହେଁ ବୋଲି କହିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ସେପଟେ ସିଟ୍ ତଳୁ ଟଙ୍କା ମିଳିବା ଘଟଣାକୁ ଖଣ୍ଡନ କରିଛନ୍ତି ସାଂସଦ ସାଂସଦ ଅଭିଷେକ ମନୁ ସିଂହଭି । ସେ କହିଛନ୍ତି ମୁଁ କେବଳ ୫୦୦ ଟଙ୍କିଆ ନୋଟ ଆଣି ସଂସଦ ଆସିଥାଏ । ଏପରି ଅଭିଯୋଗ ପ୍ରଥମ ଥର ପାଇଁ ଶୁଣୁଛି । ଗତକାଲି ମୁଁ ୧୨ଟା ୫୭ରେ ସଂସଦରେ ପହଞ୍ଚିଥିଲି । ସଦନର କାର୍ଯ୍ୟ ଅପରାହ୍ନ ୧ଟାରେ ବନ୍ଦ ହୋଇଥଲା । ଏହାପରେ ମୁଁ ପାର୍ଲାମେଣ୍ଟ କ୍ୟାଣ୍ଟିନରେ ଆଯୋଧ୍ୟା ପ୍ରସାଦଙ୍କ ସହ ବସିବା ପରେ ସଂସଦ ଭବନ ଛାଡିଥିଲି । ସଂସଦରେ ମୋ ସିଟ୍ ତଳୁ ଟଙ୍କା ବାହାରିବା କଥା ମୋତେ ଆଶ୍ଚର୍ଯ୍ୟ କରିଛି । ମୁଁ ଏହି ଖବର ଶୁଣି ଆଚମ୍ବିତ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.