ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଦେଶରେ ଲାଗୁ ହେଲା ରେଲୱେର ନୂଆ ନିୟମ, ଆଧାର ଓଟିପି ବିନା ହୋଇପାରିବନି ତତ୍କାଳ ଟିକେଟ ବୁକିଂ

Published By : Harapriya Biswal | July 15, 2025 6:46 PM

ନୂଆଦିଲ୍ଲୀ,୧୫।୭: ଭାରତୀୟ ରେଲଓ୍ବେରେ ଯାତ୍ରା କରିବା ଓ ସବୁବେଳେ ଯଦି ତତ୍କାଳ ଟିକେଟ ବୁକ୍ କରୁଛନ୍ତି ତେବେ ଆଜିଠାରୁ ଏସମ୍ପର୍କିତ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଚଳିତ ମାସ ଅର୍ଥାତ ୧ ଜୁଲାଇରୁ ତତ୍କାଳ ଟିକେଟ ବୁକିଂ ପାଇଁ ଆଧାର କାର୍ଡ ଅଥଣ୍ଟିକେସନକୁ ଜରୁରୀ କରି ଦିଆଯାଇଥିଲା। ଏବେ ଆଇଆରସିଟିସିର ଓ୍ବେବସାଇଟ୍‌ କିମ୍ବା ଆପ୍ ଜରିଆରେ ଅନଲାଇନ୍ ତତ୍କାଳ ଟିକେଟ ବୁକିଂ ପାଇଁ ଆଧାର ଓଟିପି ବାଧ୍ୟତାମୂଳକ ହେବାକୁ ଯାଉଛି। ଆସନ୍ତୁ ଜାଣିବା କ’ଣ ଜରୁରୀ ନିୟମ ପରିବର୍ତ୍ତନ ହୋଇଛି ଓ ଏଥିରେ କ’ଣ ଲାଭ ହେବ ?

ଏପର୍ଯ୍ୟନ୍ତ ତତ୍କାଳ ଟିକେଟ ବୁକ୍ କରିବା ସାଧାରଣ ୟୁଜରଙ୍କ ପାଇଁ କୌଣସି ଯୁଦ୍ଧଠାରୁ କମ୍ ନୁହେଁ। ଯେପରି ତତ୍କାଳ ଟିକେଟ ଓ୍ବିଣ୍ଡୋ ଓପନ ହୁଏ, ବୁକିଂ ସମ୍ପର୍କିତ ଦଲାଲ ଓ ନକଲି ଏଜେଣ୍ଟଙ୍କ କାରଣରୁ ମାତ୍ର କିଛି ମିନିଟ୍‌ରେ ବିକ୍ରି ହେଇଯାଉଥିଲା।  ସାଧାରଣ ଯାତ୍ରୀମାନେ ନିରାଶ ହେଉଥିଲେ ଏବଂ ଟିକେଟ୍ ପାଇବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ୁଥିଲା। ଏହି ସମସ୍ୟାର ସମାଧାନ ପାଇଁ ରେଳବାଇ ପକ୍ଷରୁ ତତ୍କାଳ ଟିକେଟ୍ ସମ୍ବନ୍ଧୀୟ ନିୟମରେ ଆଧାର ପ୍ରମାଣୀକରଣରେ ପରିବର୍ତ୍ତନ କରାଯାଇଛି, ଯାହା ଦ୍ୱାରା ସାଧାରଣ ଯାତ୍ରୀମାନେ ସହଜରେ ତତ୍କାଳ ଟିକେଟ୍ ବୁକିଂର ସୁଯୋଗ ପାଇପାରିବେ ଏବଂ ଯେଉଁମାନେ ଏହି କାମରେ ଠକେଇ କରନ୍ତି ସେମାନଙ୍କ ଉପରେ ରୋକ ଲଗାଯାଇପାରିବ। କେବଳ ପଞ୍ଜିକୃତ ଉପଭୋକ୍ତାମାନେ ଟିକେଟ୍ ବୁକ୍ କରିପାରିବେ। 

ଯଦି ଆମେ ତତ୍କାଳ ଟିକେଟ୍ ବୁକିଂର ନିୟମରେ ପରିବର୍ତ୍ତନ ସମ୍ପର୍କରେ ଭାରତୀୟ ରେଳବାଇ ଦ୍ୱାରା ଜାରି କରାଯାଇଥିବା ଏକ ବିଜ୍ଞପ୍ତିକୁ ଦେଖିବା, ତେବେ ୧ ଜୁଲାଇରୁ ଆଧାର ପ୍ରମାଣୀକରଣ ମାଧ୍ୟମରେ ଆଇଆରସିଟିସିରେ ତତ୍କାଳ ଟିକେଟ୍ ବୁକ୍ କରିବାର ନିୟମ କାର୍ଯ୍ୟକାରୀ ହୋଇଥିବା ବେଳେ, ୧୫ ଜୁଲାଇ, ୨୦୨୫ ତାରିଖକୁ ଓଟିପି ଆଧାରିତ ଆଧାର ପ୍ରମାଣୀକରଣକୁ ବାଧ୍ୟତାମୂଳକ କରିବା ପାଇଁ ସ୍ଥିର କରାଯାଇଥିଲା। ରେଳବାଇ ଦ୍ୱାରା ଏହି ପରିବର୍ତ୍ତନ ସୁନିଶ୍ଚିତ କରିବ ଯେ ତତ୍କାଳ ଟିକେଟ୍ ବୁକିଂ ସେହି ଉପଭୋକ୍ତା ଦ୍ୱାରା କରାଯିବ ଯାହାଙ୍କର ଆଧାର ନମ୍ବର ପଞ୍ଜିକୃତ। ନିୟମରେ ଏହି ପରିବର୍ତ୍ତନ ତତ୍କାଳ ଟିକେଟ୍ ବୁକିଂ ପାଇଁ କାର୍ଯ୍ୟକାରୀ କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.