ବେରୁତ୍ : ରିପୋର୍ଟିଂ କରୁଥିଲେ ରୁଷିଆ ଟିଭି (ଆରଟି)ର ସାମ୍ୱାଦିକ ଷ୍ଟିଭ୍ ସ୍ୱିନୀ। ହଠାତ୍ ତାଙ୍କ ଉପରେ ପଡ଼ିବାକୁ ଯାଉଥିଲା ଇସ୍ରାଏଲର ମିସାଇଲ। ହେଲେ ସୌଭାଗ୍ୟବଶତଃ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଲେବାନନରେ ହୋଇଥିବା ଇସ୍ରାଏଲର ଏହି ଆକ୍ରମଣରେ ରୁଷ୍ କ୍ରୋଧିତ ହୋଇଛି। ଶୁକ୍ରବାର ରୁଷୀୟ ବୈଦେଶିକ ମନ୍ତ୍ରଣାଳୟ ଇସ୍ରାଏଲୀୟ ରାଷ୍ଟ୍ରଦୂତଙ୍କୁ ସମନ ପଠାଇ ଘଟଣାର ବିରୋଧ କରିଛି। ସୂଚନା ଆଧାରରେ , ‘ଆରଟି’ ର ସାମ୍ୱାଦିକ ଷ୍ଟିଭ୍ ଗୁରୁବାର କ୍ୟାମେରାରେ ଲାଇଭ୍ ରିପୋର୍ଟିଂ କରୁଥିଲେ , ସେତେବେଳେ ଇସ୍ରାଏଲ ବିମାନ ଆକ୍ରମଣ କରି ଥିଲା। ସେ ସମୟ ପୂର୍ବରୁ ଆକାଶରୁ ଖସୁ ଥିବା ମିସାଇଲକୁ ଦେଖି ସେଠାରୁ ହଟି ଯାଇଥିଲେ, ଯେଉଁଥିରେ ତାଙ୍କର ଜୀବନ ବଞ୍ଚି ଯାଇ ଥିଲା। ହେଲେ ଆକ୍ରମଣରେ ସେ ଓ କ୍ୟାମେରାମ୍ୟାନ ସାମାନ୍ୟ ଆହତ ହୋଇଛନ୍ତି।
ଇସ୍ରାଏଲୀୟ ରାଷ୍ଟ୍ରଦୂତ ଓଡେଡ୍ ଯୋସେଫଙ୍କୁ ଡକାଇ ରୁଷ୍ ଆକ୍ରମଣର ତଦନ୍ତ ଦାବି କରିଛି। ଏହାସହ , ଏହା ମଧ୍ୟ ନିଶ୍ଚିତ କରିବାକୁ ଦାବି କରିଛି ଯେ ,ଏପରି ଘଟଣା ପୁନର୍ବାର ଯେମିତି ନଘଟେ। RT ଅନୁଯାୟୀ, ଯେତେବେଳେ ଟିଭି କର୍ମଚାରୀମାନେ ଏକ ସାମରିକ ଘାଟି ନିକଟରେ ଏକ ପୋଲ ଅତିକ୍ରମ କରୁଥିଲେ,ସେତେବେଳେ ଇସ୍ରାଏଲ ବାୟୁସେନାର ଏକ ଜେଟ୍ ସାମ୍ୱାଦିକଙ୍କ କାର ଉପରକୁ ଏକ ରକେଟ୍ ମାଡ଼ କରିଥିଲା। କ୍ୟାମେରାମ୍ୟାନ୍ ଅଲି ରେଇଡା କହିଛନ୍ତି ଯେ ,ଇସ୍ରାଏଲୀୟ ସେନା ଜାଣିଶୁଣି କ୍ରୁ ଉପରେ ଆକ୍ରମଣ କରିଥିଲା, କାରଣ ସେମାନେ ସ୍ପଷ୍ଟ ଭାବରେ ସେମାନଙ୍କର ପ୍ରେସ୍ ପ୍ରମାଣପତ୍ର ପ୍ରଦର୍ଶନ କରୁଥିବା ଜ୍ୟାକେଟ୍ ପିନ୍ଧି ଥିଲେ।
ସମଗ୍ର ଘଟଣାଟି କ୍ୟାମେରାରେ କଏଦ ହୋଇଥିଲା। ସ୍ୱିନି ନିଜେ ଆକ୍ରମଣ ହୋଇଥିବା ରକେଟ୍ ବିଷୟରେ ରିପୋଟିଂ କରୁଥିଲେ, ସେ ହଠାତ୍ ଆଶ୍ଚର୍ଯ୍ୟ ହୋଇଗଲେ। ସେ ମାଡ଼ି ଆସୁଥିବା ଏକ ସେଲ୍ର ଶବ୍ଦ ଶୁଣିବାକୁ ପାଇଲେ। ସେ ଆଗକୁ ଝୁଙ୍କି ପଡ଼ି ଥିଲେ ଏବଂ ସ୍ଥିର କ୍ୟାମେରା ଏକ ବଡ଼ ବିସ୍ଫୋରଣ ରେକର୍ଡ ହୋଇଥିଲା।
ଟିଭି ନେଟୱର୍କ କହିଛି ଯେ, ଉଭୟ ଚେତାଶୂନ୍ୟ ଅଛନ୍ତି ଏବଂ ବର୍ତ୍ତମାନ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ କହିବାନୁସାରେ , ବିସ୍ଫୋରଣରେ ବାହାରି ଥିବା ଛର୍ରା ଖଣ୍ଡ ତାଙ୍କ ଶରୀରରେ ବାଜିଥିଲା।