ନୂଆଦିଲ୍ଲୀ,୨୨।୧୨: ୟୁକ୍ରେନ୍ ସହ ଯୁଦ୍ଧ ସୋମବାର ରୁଷ ପାଇଁ ବଡ଼ ଝଟକା ପ୍ରମାଣିତ ହୋଇଛି। ମସ୍କୋରେ ଏକ କାର ବୋମା ବିସ୍ଫୋରଣରେ ରୁଷ ସେନାର ଲେଫ୍ଟନାଣ୍ଟ ଜେନେରାଲ ନିହତ ହୋଇଛନ୍ତି। ତାଙ୍କର ପରିଚୟ ୫୬ ବର୍ଷୀୟ ଫାନିଲ ସରଭରୋଭ ବୋଲି ଜଣାପଡିଛି। ରୁଷ ତଦନ୍ତକାରୀ କମିଟିର କହିବା ଅନୁସାରେ, ଯେତେବେଳେ ସେ କାରରେ ବସି କେଉଁ ଆଡେ ଯାଉଥିଲେ ସେତେବେଳେ ଏହି ବିସ୍ଫୋରଣ ହୋଇଥିଲା।
ବିବିସି ଅନୁସାରେ, ଲେଫ୍ଟନାଣ୍ଟ ଜେନେରାଲ ସରଭରୋଭ ସଶସ୍ତ୍ର ବାହିନୀ ପରିଚାଳନା ଏବଂ ପ୍ରଶିକ୍ଷଣ ବିଭାଗର ମୁଖ୍ୟ ଥିଲେ। ଯୁଦ୍ଧ ଭିତରେ ସରଭରୋଭ ହତ୍ୟା ଦ୍ବାରା ରୁଷକୁ ବଡ଼ ଧରଣର ଝଟକା ଲାଗିଛି। ତଦନ୍ତକାରୀ କମିଟି ଏହା ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ, ଏହି ବିସ୍ଫୋରଣ କିପରି ହେଲା ? ରୁଷ ଅଧିକାରୀ ଏହି ହତ୍ୟାରେ ୟୁକ୍ରେନ୍ କନେକ୍ସନର ମଧ୍ୟ ଯାଞ୍ଚ ଆରମ୍ଭ କରିସାରିଛନ୍ତି।
ରୁଷ ସରକାରଙ୍କ କହିବା ଅନୁସାରେ, ମସ୍କୋରେ ନିଜର ଆପାର୍ଟମେଣ୍ଟରୁ ବାହାରି ସରଭରୋଭ କୌଣସି ସ୍ଥାନକୁ ଯିବାକୁ ଚାହୁଁଥିରେ, ଠିକ୍ ସେତେବେଳେ ତାଙ୍କ କାରରେ ଜୋରଦାର ବିସ୍ଫୋରଣ ହୋଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ ଅଣାଯାଇଥିଲା,କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। କ୍ରେମାଲିନ୍ର ମୁଖପାତ୍ର କହିଛନ୍ତି, ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍ ସରଭରୋଭଙ୍କୁ ହତ୍ୟା ସୂଚନା ଦେଇଛନ୍ତି। ସେ ପୁଟିନ୍ଙ୍କ ଖୁବ୍ ଘନିଷ୍ଠ ବୋଲି କୁହାଯାଉ ୨ ବର୍ଷରେ ଏହା ହେଉଛି ତୃତୀୟ ବଡ଼ ଘଟଣା, ଯେତେବେଳେ ବିସ୍ଫୋରଣରେ କୌଣସି ବଡ଼ ସେନା ଅଧିକାରୀଙ୍କ ହତ୍ୟା କରାଯାଇଛି।