ପ୍ରମୂଖ ଖବର
  • ଗଞ୍ଜାମ: ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଭିନ୍ନ ଦାବି ନେଇ ଗଞ୍ଜାମ ବ୍ଲକ ଘେରାଉ
  • ||
  • ରାଉଲକେଲା: ଦଶାହ କର୍ମ ପାଇଁ ଆସିଥିବା ଯୁବକଙ୍କୁ ତୀର ମାଡ଼,ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି, ଅଭିଯୁକ୍ତ ଫେରାର
  • ||
  • ବୁଧବାର ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • 'ଏ ଜୋକର ଭାରତ ସହ ଲଢିବେ', ଜାଣନ୍ତୁ କେଉଁ ଫଟୋକୁ ନେଇ ପାକିସ୍ତାନ ଉପରେ ବର୍ଷିଲେ ୱୱେସୀ
  • ||
  • ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେଶ ତଥା ରାଜ୍ୟର ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗକୁ ନେଇ କଲେ ଆଲୋଚନା
  • ||
  • ଭଦ୍ରକ ଅଲଟ୍ରା ସାଉଣ୍ଡର ତ୍ରୁଟି ପୂର୍ଣ୍ଣ ରିପୋର୍ଟ ଅଭିଯୋ, ମୃତ ଶିଶୁକୁ ଧରି ରାସ୍ତାରୋକ, ଗାଡ଼ି ଚଳାଚଳ ଠପ୍‌
  • ||
  • ଗଞ୍ଜାମ: ବଡ଼ ଆର୍ଜିପଲ୍ଲୀରେ ଡେଙ୍ଗୁ ଆତଙ୍କ: ୧୩ବର୍ଷର ନାବାଳକର ମୃତ୍ୟୁ ଅଭିଯୋଗ, ୮ଜଣ ଆକ୍ରାନ୍ତ
  • ||
  • ନାକଟିଦେଉଳ : ବିଦ୍ୟୁତ୍ ଆଘାତରେ ସ୍ତ୍ରୀ ମୃତ, ସ୍ଵାମୀ ଗୁରୁତର
  • ||
  • ମୁଣ୍ଡ ନୁଆଁଇଲା ପାକିସ୍ତାନ; ଭାରତ ସହ ଶାନ୍ତି ଆଲୋଚନା ଚାହୁଁ କହିଲେ ଶହବାଜ୍ ସରିଫ୍
  • ||
  • ଗଞ୍ଜାମ: ଘର ଆଗରେ ଗଣ୍ଡଗୋଳ କରିବାକୁ ମନା କରିବାରୁ ଯୁବକଙ୍କୁ ଛୁରାମାଡ଼
  • ||
  • ଢ଼େଙ୍କାନାଳ: ବାଇକ୍‌କୁ ଧକ୍କା ଦେଲା ତେଲ ବୋଝେଇ ଟ୍ୟାଙ୍କର , ପତ୍ନୀ ମୃତ, ସ୍ୱାମୀ ଓ ଶିଶୁପୁତ୍ର ଆହତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ଟେବୁଲ୍‌ ଟପ୍ପର ଲକ୍ଷ୍ୟରେ ରଜତ ବାହିନୀ
  • ||
  • ଚାଞ୍ଚଲ୍ୟ; ପ୍ରବଚନ ଶୁଣି ଫେରୁଥିଲେ, କାର୍‌ରୁ ମିଳିଲା ପରିବାରର ୭ ଜଣଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ରଥ ଖଳା ହାଲ୍‌ଚାଲ୍...ରଥ ବ୍ରେକ୍‌ ଅଖ ନିର୍ମାଣ ଆରମ୍ଭ, ଚକରେ ଲାଗୁଛି ପନ୍ଦାରି ଚାବି
  • ||
  • ମଙ୍ଗଳବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା,୨୯ ତାରିଖ ବେଳକୁ ମୌସୁମୀ ପହଞ୍ଚିପାରେ
  • ||

ୟୁକ୍ରେନ୍‌ ଉପରେ ଋଷର ବଡ଼ ଏୟାରଷ୍ଟ୍ରାଇକ୍‌; ୩ ଶିଶୁ ସମେତ ୧୩ ମୃତ, ପାଗଳ ହୋଇଛନ୍ତି ପୁଟିନ୍‌ କହିଲେ ଟ୍ରମ୍ପ

Published By : Ankita S | May 26, 2025 8:42 AM

ନୂଆଦିଲ୍ଲୀ,୨୬/୦୫: ଋଷ-ୟୁକ୍ରେନ୍ ଯୁଦ୍ଧକୁ ୩ ବର୍ଷରୁ ଅଧିକ ଦିନ ବିତିଲାଣି । ତଥାପି ଶାନ୍ତି ଫେରୁନି । ବନ୍ଧୁକ ଗୁଳିଗୋଳା ବର୍ଷଣ ଥମୁନାହିଁ । ଦୁଇଦେଶ ମଧ୍ୟରେ ଯୁଦ୍ଧ ଅନେକ ନୀରିହ ଜୀବନ ନେଲାଣି । ଛାରଖାର ହେଲାଣି ସମ୍ପତ୍ତି । ବାସହରା ହେଲେଣି ଲୋକେ । ଯୁଦ୍ଧ ବନ୍ଦ କରିବାକୁ ଅରାଜି ଋଷ । ପୁଣି ୟୁକ୍ରେନ୍ ଉପରେ ଋଷ ବଡ଼ ଏୟାରଷ୍ଟ୍ରାଇକ୍ କରିଛି । ରବିବାର ବିଳମ୍ବିତ ରାତିରେ ୟୁକ୍ରେନ୍‌ ଉପରେ ୩୬୭ଟି ମିସାଇଲ ମାଡ଼ କରିଛି । ଏଥିରେ ୩ ଶିଶୁଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ବର୍ଷିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ରବିବାର ବିଳମ୍ବିତ ରାତିରେ ୟୁକ୍ରେନ୍‌ ବିରୋଧରେ ଋଷିଆର ସବୁଠୁ ବଡ଼ ଏୟାରଷ୍ଟ୍ରାଇକ୍ ହୋଇଛି । ୩୬୭ଟି ଡ୍ରୋନ୍ ଓ ମିସାଇଲ୍ ମାଡ଼ କରିଛି ଋଷିଆ । ୟୁକ୍ରେନ୍‌ର ଝିଟୋମିର୍‌ ସହର ଉପରକୁ ଘନ ଘନ ମିଜାଇଲ ମାଡ଼ କରିଛି । ଏଥିରେ ୩ ଶିଶୁଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ୧୨ରୁ ଅଧିକ ଆହତ ହୋଇଛନ୍ତି । ୟୁକ୍ରେନ୍‌ର ୧୧୦ଟି ଡ୍ରୋନ୍‌କୁ ମାରି ଖସାଇ ଦେଇଥିବା କହିଛି ଋଷିଆ । ଗୋଟିଏ ପଟେ ଯୁଦ୍ଧ ବିରାମ ନେଇ ଆଲୋଚନା ହେଉଥିବାବେଳେ ୟୁକ୍ରେନ୍‌ ଉପରେ ଋଷର ବାରମ୍ବାର ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଋଷିଆର ପତନ ଆରମ୍ଭ ବୋଲି କହିଛନ୍ତି ଟ୍ରମ୍ପ ।

ଅଧିକ ପଢ଼ନ୍ତୁ...ଗାଜା ଉପରେ ଇସ୍ରାଏଲର ଜୋରଦାର୍ ବିମାନ ଆକ୍ରମଣ,୨ ଶିଶୁଙ୍କ ସମେତ ୧୪ ଜଣଙ୍କର ମୃତ୍ୟୁ…

ଋଷକୁ ନିନ୍ଦା କରି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି,'' ଏହା କଣ ଚାଲିଛି ? ପାଗଳ ହୋଇଯାଇଛନ୍ତି ପୁଟିନ୍‌ । ମୁଁ ଜାଣିପାରୁ ନାହିଁ ତାଙ୍କର କଣ ହେଉଛି । ମୁଁ  ତାଙ୍କର ଏ କାର୍ଯ୍ୟକୁ ନେଇ ଖୁସି ନାହିଁ । ମୁଁ ତାଙ୍କୁ ବହୁତ ସମୟ ହେବ ଜାଣିଛି । ଆମ ସମ୍ପର୍କ ଭଲ । ଏବେ ସେ ବହୁତ ଚକ୍ରାନ୍ତ କରୁଛନ୍ତି । ଅନେକ ସହର ଉପରେ ଆକ୍ରମଣ କରିଛନ୍ତି । ମୋତେ ଏହା ପସନ୍ଦ ନୁହେଁ । ମୁଁ ଜାଣିପାରୁନାହିଁ ତାଙ୍କର କଣ ହେଉଛି । କିଛି ତ ଗଡ଼ବଡ଼ ଅଛି ।''

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.