ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ୟୁକ୍ରେନ୍‌ର ବିଭିନ୍ନ ସହର ଉପରେ ପ୍ରାୟ ୬୦୦ ଡ୍ରୋନ୍‌ ଏବଂ ୨୬ କ୍ରୁଜ୍‌ ମିସାଇଲ୍‌ ମାଡ଼ କଲା ରୁଷ୍‌

Published By : Tapas Panda | July 12, 2025 6:48 PM

କିଭ୍: ରୁଷ ପୁଣି ଥରେ ୟୁକ୍ରେନ୍ ଉପରେ ବଡ଼ ଧରଣର ଆକ୍ରମଣ କରିଛି । ଗୋଟିଏ ରାତିରେ ରୁଷ ୟୁକ୍ରେନ୍ ଉପରେ ୬୦୦ ରୁ ଅଧିକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହି ଆକ୍ରମଣରେ ଅତି କମରେ ଚାରି ଜଣ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ଶନିବାର ସକାଳେ ଆକ୍ରମଣ ବିଷୟରେ ସୂଚନା ଦେଇ ୟୁକ୍ରେନ ବାୟୁସେନା କହିଛି ଯେ, ରୁଷ ରାତାରାତି ୫୯୭ ଡ୍ରୋନ୍ ଏବଂ ୨୬ କ୍ରୁଜ୍ କ୍ଷେପଣାସ୍ତ୍ର ବିଭିନ୍ନ ସହର ଉପରେ ମାଡ଼ କରିଛି । ଏପି ରିପୋର୍ଟ ଅନୁଯାୟୀ, ୟୁକ୍ରେନୀୟ ବାୟୁସେନା ୩୧୯ଟି ଡ୍ରୋନ ଏବଂ ୨୫ଟି କ୍ରୁଜ୍ ମିସାଇଲକୁ ଖସାଇ ଦେଇଥିବା ଦାବି କରିଛି ।

ରୁଷର ଏହି ଆକ୍ରମଣ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଆକ୍ରମଣ ମଧ୍ୟରୁ ଗୋଟିଏ। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଫେବୃଆରୀ ୨୦୨୨ରୁ ଜାରି ରହିଛି । ୟୁକ୍ରେନର ଚେର୍ନିଭତ୍ସି ଅଞ୍ଚଳର ରାଜ୍ୟପାଳ ରୁସଲାନ ଜାପାରାନ୍ୟୁକ୍ କହିଛନ୍ତି ଯେ, ରୁଷ ସେନା ତାଙ୍କ ସହର ଉପରେ ଚାରୋଟି ଡ୍ରୋନ୍ ଏବଂ ଗୋଟିଏ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏହି ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଡ୍ରୋନ୍ ଆକ୍ରମଣ ପରେ ଭଗ୍ନାବଶେଷ ପଡ଼ିବା ଯୋଗୁଁ ଏହି ମୃତ୍ୟୁ ଘଟିଛି । 

ଶନିବାର ସକାଳେ ନିପ୍ରୋପେଟ୍ରୋଭସ୍କ ଅଞ୍ଚଳରେ ଏକ କ୍ଷେପଣାସ୍ତ୍ର ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଖାରକିଭ ମେୟର ଇଗୋର ତେରେଖୋଭ କହିଛନ୍ତି ଯେ, ତାଙ୍କ ସହର ଉପରେ ଆଠଟି ଡ୍ରୋନ୍ ଏବଂ ଦୁଇଟି କ୍ଷେପଣାସ୍ତ୍ର ମାଡ଼ ହୋଇଛି । ଏହି ଆକ୍ରମଣରେ ତିନି ଜଣ ଆହତ ହୋଇଛନ୍ତି । ଏହି ସପ୍ତାହର ଆରମ୍ଭରେ ରୁଷ ରାତାରାତି ୟୁକ୍ରେନ ଉପରେ ଶହ ଶହ ଡ୍ରୋନ ମାଡ଼ କରିସାରିଛି । ପଶ୍ଚିମ ୟୁକ୍ରେନର ପୋଲାଣ୍ଡ ସୀମା ନିକଟରେ ଥିବା ଲୁଟସ୍କକୁ ରୁଷ ଟାର୍ଗେଟ କରିଥିଲା । ଏହା ବିଦେଶୀ ସାମରିକ ସହାୟତା ଗ୍ରହଣ କରିବାର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର । 

ରୁଷ ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାରକିଭ ଉପରେ ଶୁକ୍ରବାର ଦିନ ମଧ୍ୟ ଆକ୍ରମଣ କରିଥିଲା। ଏଥିରେ ଏକ ହସ୍ପିଟାଲ କ୍ଷତିଗ୍ରସ୍ତ ହୋଇଛି। ରୁଷ କିଛି ସମୟ ଧରି ୟୁକ୍ରେନୀୟ ସହର ଉପରେ ଆକ୍ରମଣ କରିବା ପାଇଁ ଦୂରଗାମୀ ଶାହେଦ ଡ୍ରୋନ ବ୍ୟବହାର କରିଆସୁଛି। ରୁଷ ବାଲିଷ୍ଟିକ୍ ଏବଂ କ୍ରୁଜ୍ ମିସାଇଲ ସହିତ ଗ୍ଲାଇଡ୍ ବୋମା ମଧ୍ୟ ବ୍ୟବହାର କରୁଥିବା ଜଣାପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.