ନୂଆଦିଲ୍ଲୀ : ରୁଷ ୟୁକ୍ରେନର ରାଜଧାନୀ କିଭ୍ ଉପରେ ଏକ ବଡ଼ ଆକ୍ରମଣ କରିଛି। ରୁଷ ସେନା କିଭ୍ ଉପରେ ରାତିସାରା ୫ଶହ ଡ୍ରୋନ୍ ଏବଂ ୪୦ ରୁ ଅଧିକ କ୍ଷେପଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଛି । ଏହି ଆକ୍ରମଣରେ ଅତି କମରେ ୪ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ୧୦ ଜଣ ଆହତ ହୋଇଛନ୍ତି । ରୁଷ ଆକ୍ରମଣକୁ ଦେଖି ପୋଲାଣ୍ଡ ତାର ଜେଟ୍ ମୁତୟନ କରିଥିଲା ଏବଂ ତାର ଆକାଶ ସୀମା ବନ୍ଦ କରିଦେଇଥିଲା।
ସ୍କାଏ ନ୍ୟୁଜ୍ ଅନୁଯାୟୀ, ଆକ୍ରମଣ ଏତେ ଘାତକ ଥିଲା ଯେ, ସାରା ରାତି ଡ୍ରୋନ୍ କିଭ୍ ଉପରେ ଉଡ଼ିଥିଲା ଏବଂ ସାରା ରାତି କ୍ଷେପଣାସ୍ତ୍ର ଏବଂ ରକେଟ୍ ଶବ୍ଦ ଶୁଭୁଥିଲା । ସ୍ୱାଧୀନ ପର୍ଯ୍ୟବେକ୍ଷଣ ଗୋଷ୍ଠୀ ଗୁଡ଼ିକ କହିଛନ୍ତି ଯେ ଏହା ଫେବୃଆରୀ ୨୦୨୨ରେ ୟୁକ୍ରେନୀୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ସହର ଉପରେ ହୋଇଥିବା ସବୁଠାରୁ ବଡ଼ ଆକ୍ରମଣ ମଧ୍ୟରୁ ଗୋଟିଏ। ଶନିବାର ରାତିରେ ଏହି ଆକ୍ରମଣ ହୋଇଛି ।
କିଭ୍ ର ସାମରିକ ପ୍ରଶାସନର ମୁଖ୍ୟ ତିମୁର ତକଚେଙ୍କୋ ଟେଲିଗ୍ରାମରେ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ଜଣେ ୧୨ ବର୍ଷୀୟା ଝିଅ ଥିବା ଜଣା ପଡ଼ିଛି, କିନ୍ତୁ ଏହା ଏପର୍ଯ୍ୟନ୍ତ ସରକାରୀ ଭାବରେ ନିଶ୍ଚିତ ହୋଇନାହିଁ। ଏହି ଘଟଣାର ପ୍ରତିକ୍ରିୟାରେ, ପୋଲାଣ୍ଡ ଦୁଇଟି ଦକ୍ଷିଣ-ପୂର୍ବ ସହର, ଲୁବଲିନ୍ ଏବଂ ଶଚେରବିନୋ ଚାରିପାଖରେ ଆକାଶ ମାର୍ଗ ବନ୍ଦ କରିଦେଇଛି ଏବଂ କିଭ୍ ଉପରେ ରୁଷିଆ ଆକ୍ରମଣର ଜବାବରେ ଏହାର ବାୟୁସେନା ଜେଟ୍ ମୁତୟନ କରିଛି।
ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନ୍ସକି କହିଛନ୍ତି ଯେ ରୁଷିଆ ରାତିସାରା ଆକ୍ରମଣରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ କରିଛି। "ମସ୍କୋ ଯୁଦ୍ଧ ଏବଂ ହତ୍ୟା ଜାରି ରଖିବାକୁ ଚାହୁଁଛି ।