ପ୍ରମୂଖ ଖବର
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ କରିବେ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

Russia: ଯୁଦ୍ଧ ବନ୍ଦ ପାଇଁ କଥାବର୍ତ୍ତା ହେବାକୁ ପ୍ରସ୍ତୁତ ହେଲା ଋଷ; ସାଉଦି ଆରବରେ ବହୁ ଜଲଦି ବସିବ ବୈଠକ

Published By : Bijay Swain | February 17, 2025 10:37 PM

ନୂଆଦିଲ୍ଲୀ: ୟୁକ୍ରେନ ଓ ଋଷ ମଧ୍ୟରେ ଦୀର୍ଘଦିନରୁ ଚାଲିଆସୁଥିବା ଯୁଦ୍ଧର ଅନ୍ତ ହେବା ଉପରେ ଆଶା ପ୍ରକଟ କରାଯାଉଛି। ଏନେଇ କଥାବର୍ତ୍ତା ହେବାପାଇଁ ଋଷ ପ୍ରସ୍ତୁତ ଅଛି। ଖବର ମୁତାବକ ଋଷିଆର ବରିଷ୍ଠ ଅଧିକାରୀ ଓ ଆମେରିକା ମଧ୍ୟରେ ମଙ୍ଗଳବାର ସାଉଦି ଆରବରେ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ଯୁକ୍ରେନ ଯୁଦ୍ଧ ଉପରେ ଉଭୟ ପକ୍ଷ ଆଲୋଚନା କରିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି। 

ଋଷୀୟ ବିଦେଶ ମନ୍ତ୍ରୀ ସର୍ଗେଇ ଲାବରୋବ ଓ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବୈଦେଶିକ ପରାମର୍ଶଦାତା ୟୁରି ଉସାକୋଭ ସୋମବାର ସାଉଦି ଆରବର ରାଜଧାନୀ ରିୟାଦ ଗସ୍ତ କରିଛନ୍ତି ବୋଲି ଋଷୀୟ ପ୍ରବକ୍ତା ଦିମିତ୍ତ୍ରୀ ପେସ୍କୋଭ ଘୋଷଣା କରିଛନ୍ତି। ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା କଥାବର୍ତ୍ତା ଉପରେ ଏହି ବୈଠକରେ ଆଲୋଚନା ହେବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି। 

ଋଷ-ଆମେରିକା ମଧ୍ୟରେ ଥିବା ସମ୍ୱଦ୍ଧକୁ ସୁଦୃଢ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପାସ୍କୋଭ ସୂଚନା ପ୍ରଦାନ କରିଛନ୍ତି। ଏହା ସହ ଯୁକ୍ରେନ ସଂଙ୍କଟ ସମାଧାନ ଉପରେ ଦୁଇ ରାଷ୍ଟ୍ରପତିଙ୍କ ସଂଭାବିତ ବୈଠକକୁ ନେଇ ବିଚାର ବିମର୍ସ ମଧ୍ୟ କରାଯିବ। ଏହା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କ ବିସେଷ ଦୂତ ଷ୍ଟିଭ ବିଟକଫ ଫକ୍ସ ନ୍ୟୁଜକୁ ସାକ୍ଷାତକାର ଦେଇ ସେ ଓ ରାଷ୍ଟ୍ରିୟ ସୁରକ୍ଷା ପରାମର୍ଶଦାତା ମାଇକ ବାଲ୍ଟଜ ୟୁକ୍ରେନ ସମ୍ପର୍କରେ କଥାବର୍ତ୍ତା କରିବାକୁ ସାଉଦି ଆରବ ଯାଉଛନ୍ତି ବୋଲି ସୂଚନା ପ୍ରଦାନ କରିଛନ୍ତି। 

ତେବେ ଆମେରିକୀୟ ବିଦେଶ ମନ୍ତ୍ରୀ ମାର୍କ ରୁବିୟ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ସହ ସାଉଦି ଆରବ ଯାଉଛନ୍ତି। ସେ ଋଷିୟ ଅଧିକାରିମାନଙ୍କ ସହ ସିଧାସଳଖ କଥା ହେବେ। ଏହି ବୈଠକରେ ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହଛି। ତେବେ ବୈଠକ ପୁରା ହେବା ପରେ ପୁରା ଚିତ୍ର ସାମ୍ନାକୁ ଆସିବ ବୋଲି ଆଶା ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.