PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ଏଫ୍‌ଏଟିଏଫ୍‌ର ଏହି ପଦକ୍ଷେପ ଦ୍ବାରା ବରବାଦ୍‌ ହୋଇଯିବ ଋଷ ? ଏବେ ଭାରତ ଭଳି ଦେଶକୁ ଦେଉଛି ଧମକ

ମସ୍କୋ,୨୪।୫: ୟୁକ୍ରେନ୍‌ ସହ ଯୁଦ୍ଧ ପରେ ଆମେରିକାର ନେତୃତ୍ବରେ ପାଶ୍ଚାତ୍ୟ ଦେଶମାନେ ଋଷ ଉପରେ ବହୁ କଡା ଆର୍ଥିକ କଟକଣା ଲଗାଇଛନ୍ତି। କଟକଣା କାରଣରୁ ଋଷର ସ୍ଥିତି ଖରାପ ରହିଛି। ଏବେ ଖବର ଅଛି ଯେ, ଋଷ ଏଭଳି କଟକଣାକୁ ରୋକିବା ପାଇଁ ଅନ୍ୟ ଦେଶ ଉପରେ ଚାପ ପକାଉଛି। କ୍ରେମାଲିନ୍‌ ପରଦା ପଛରେ ଭାରତ ସହିତ ଅନ୍ୟ ଦେଶର ସରକାରଙ୍କ ଉପରେ ଚାପ ପକାଉଛି। ଏହାଛଡା ପ୍ରତିରକ୍ଷା ଓ ଶକ୍ତି ଚୁକ୍ତିକୁ ଶେଷ କରିବାର ଧମକ ଦେଉଛି।

ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ପୁଟିନ୍ ପ୍ରଶାସନ ଏହି ଦେଶକୁ ନିଜ ବିରୋଧରେ ଲାଗିଥିବା କୌଣସି କଟକଣାକୁ ରୋକିବା ପାଇଁ ସାହାଯ୍ୟ ମାଗୁଛନ୍ତି। ସିଧା ଶବ୍ଦରେ ଯଦି କୁହାଯାଏ ତେବେ ଋଷ ଚାହେଁ  ଭାରତ ଭଳି  ଦେଶ ଋଷ ବିରୋଧରେ ଲାଗୁଥିବା କଟକଣାକୁ ଖୋଲାଖୋଲି ବିରୋଧ କରନ୍ତୁ। ମନି ଲଣ୍ଡରିଂ ବିରୋଧରେ ବିଶ୍ବ ଉପରେ ନଜର ରଖିଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ(ଏଫ୍‌ଏଟିଏଫ୍‌)ର ବୈଠକ ଜୁନ୍‌ରେ ହେବାକୁ ଯାଉଛି। ଏହି ବୈଠକ ପୂର୍ବରୁ ଋଷ ବାଣିଜ୍ୟ ଭାଗୀଦାରିକୁ ଟାର୍ଗେଟ କରୁଛି।

ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ, ଏକ ଅନ୍ତର ସରକାରୀ ସଂଗଠନ, ଯାହାକି ମନି ଲଣ୍ଡରିଂର ମୁକାବିଲା କରିବା ପାଇଁ ମାନକ ଧାର୍ଯ୍ୟ କରିଥାଏ। ଏହା ଋଷକୁ ଫେବୃଆରୀରେ ସଦସ୍ୟତାରୁ ନିଲମ୍ବିତ କରିଥିଲା। ଏବେ ୟୁକ୍ରେନ୍ ଜୋର ଦେଉଛି ଯେ, ଏଫ୍‌ଏଟିଏଫ୍‌ ଋଷକୁ ନିଜର ‘ବ୍ଲାକ ଲିଷ୍ଟ’ କିମ୍ବା ‘ଗ୍ରେ ଲିଷ୍ଟ’ରେ ଯୋଡି ଓ କଟକଣା ଲଗାଉ।

ଏଫ୍‌ଏଟିଏଫ୍ ଦ୍ବାରା ବ୍ଲାକ ଲିଷ୍ଟରେ ପକାଯାଇଥିବା ପୁଟିନ୍ ସରକାର ଉତ୍ତର କୋରିଆ, ଇରାନ ଓ ମିଆଁମାରୀ ଭଳି ଦେଶର ଲିଷ୍ଟରେ ସାମିଲ ହୋଇଯିବ। ବ୍ଲାକ ଲିଷ୍ଟରେ ଏବେ କେବଳ ଏହି ଦେଶ ରହିଛି। ଯଦି ଏଭଳି ହୁଏ ତେବେ ଋଷର ଅର୍ଥବ୍ୟବସ୍ଥା ଖରାପ ସ୍ଥିତିକୁ ଚାଲିଯିବ। ଏହାଛଡା ଋଷ ଏଫ୍‌ଏଟିଏଫ୍‌ର ବ୍ଲାକ୍‌ ଲିଷ୍ଟରେ ଯଦି ଯାଏ ତେବେ ଏହା ସହିତ ବ୍ୟାପାର କରୁଥିବା ଦେଶକୁ ମଧ୍ୟ ସତର୍କ ରହିବାକୁ ପଡିବ। ସଦସ୍ୟ ଦେଶ ସହିତ ବ୍ୟାଙ୍କ, ନିବେଶ ଓ ପେମେଣ୍ଟ-ପ୍ରୋସେସିଂ କମ୍ପାନୀର ଚିନ୍ତା ବଢିଯିବ ଓ କୌଣସି ଅସୁବିଧା ଜନକ ସ୍ଥିତିରେ ତାଙ୍କୁ ଏଫ୍‌ଏଟିଏଫ୍‌କୁ ଜବାଦ ଦେବାକୁ ହେବ।

ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ମାସ ଆରମ୍ଭରୁ ଏକ ଋଷ ସରକାରୀ ଏଜେନ୍ସି ଭାରତରେ ସମକକ୍ଷଙ୍କୁ ଚେତାବନୀ ଦେଇଥିଲେ। ସେ କହିଥିଲେ ଯଦି ଏଫଟିଏଫ୍‌ ଋଷ ବିରୋଧରେ ନୂତନ ଉପାୟ ଗ୍ରହଣ କରନ୍ତି ତେବେ ପ୍ରତିରକ୍ଷା, ଶକ୍ତି ଓ ପରିବହନ ସହଯୋଗ ପାଇଁ ଅପ୍ରତ୍ୟାଷିତ ଓ ନକାରତ୍ମକ ପରିଣାମ ସାମନାକୁ ଆସିବ। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଋଷ ଏଜେନ୍ସି ଭାରତକୁ ଜୋର ଦେଇ କହିଛି ଅଧିକ ବିପଦ ଥିବା ଦେଶର ‘ବ୍ଲାକ ଲିଷ୍ଟ’ରେ ଋଷକୁ ଯୋଡିବା ପାଇଁ ୟୁକ୍ରେନ୍‌ର ଯେ କୌଣସି ପଦକ୍ଷେପକୁ ‘ମୌଖିକ’ ରୂପରେ ବିରୋଧ କରୁ। ଋଷ ମଇରେ ଭାରତକୁ ଏହା କହିଥିଲା। ସେ ଏହା ମଧ୍ୟ କହିଥିଲା ଯେ, ଯଦି ଋଷକୁ ‘ଗ୍ରେ ଲିଷ୍ଟ’ରେ ପକାଯାଏ ତେବେ ସମସ୍ୟା ହେବ। ତେବେ ଏପର୍ଯ୍ୟନ୍ତ ଜଣାପଡିନି ତ ଋଷ ଚେତାବନୀର ଜବାବ ଭାରତ ଦେଇଛି କି ନାହିଁ।  

ସମ୍ବନ୍ଧିତ ଖବର