ନୂଆଦିଲ୍ଲୀ - ଭେନେଜୁଏଲା ସଙ୍କଟ ପୁଣିଥରେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାରେ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ କଟକଣା ଲଗାଯାଇଥିବା ତେଲ ଟ୍ୟାଙ୍କର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବାର ନିର୍ଦେଶ ଦେଇଛନ୍ତି। ଯାହାକୁ ସେ ‘ଟୋଟାଲ ଆଣ୍ଡ କମ୍ପଲିଟ୍ ବ୍ଲକେଡ’ କହିଛନ୍ତି। ଏହି ପଦକ୍ଷେପ ନିକୋଲାସ୍ ମାଦୁରେ ସରକାରଙ୍କ ଉପରେ ଚାପକୁ ବଢାଇବ ବୋଲି କୁହାଯାଉଛି। ଆମେରିକା ପୂର୍ବରୁ ଏକ ଟ୍ୟାଙ୍କର ଜବତ କରିଛି ଓ କାରବିଆନ୍ ସାଗରରେ ବଡ଼ ଧରଣର ନୌସେନା ମୁତୟନ କରିଛି।
ଏହାର ଜବାବରେ ରୁଷ କଡା ଚେତାବନୀ ଦେଇଛି।ମସ୍କୋ କହିଛି ସେ ଆଶା କରୁଛି ଟ୍ରମ୍ପ ପ୍ରଶାସନ ‘ଘାତକ ଭୁଲ’ କରିବନି, କାରଣ ଏହା ଦ୍ବାରା ପୁରା ପଶ୍ଚିମ ଗୋଲାର୍ଦ୍ଧରେ ଅପ୍ରତ୍ୟଷିତ ପରିଣାମ ହୋଇପାରେ। ଉଲ୍ଲେଖନୀୟ ଯେ, ରୁଷ ଭେନେଜୁଏଲାକୁ ନିଜର ଘନିଷ୍ଠ ସହଯୋଗୀ ମାନିପାରେ। କାରାକସ୍ ସହ ଲଗାତାର ସମ୍ପର୍କରେ ରହିଛି। କ୍ରେମଲିନ୍ ସଂଯମତା ରକ୍ଷା କରିବାକୁ ଅପିଲ କରିଛି।
ସେଭଳି ଭେନେଜୁଏଲା ଆମେରିକାର ପଦକ୍ଷେପକୁ ‘ସମୁଦ୍ର ଡକାୟତ’ ବୋଲି କହିଛି।କ୍ରେମାଲିନ୍ର ମୁଖପାତ୍ର ଦିମିତ୍ରି ପେସ୍କୋଭ କହିଛନ୍ତି, ଆମେ ନିଶ୍ଚିତ ରୂପରେ ଏହି କ୍ଷେତ୍ରରେ ସବୁ ଦେଶର ସ୍ଥିତିରେ କୌଣସି ଅପ୍ରତ୍ୟଷିତ ବିକାଶରୁ ରକ୍ଷା ପାଇବା ପାଇଁ ସଂଯମତା ରକ୍ଷା କରିବାକୁ ଆହ୍ବାନ ଦେଇଛନ୍ତି। କାରବିଆନ୍ ସାଗରରେ ଆମେରିକା ଯୁଦ୍ଧପୋତର ଉପସ୍ଥିତି କାରଣରୁ ନାକାବନ୍ଦୀର ପରିଣାମ ସ୍ପଷ୍ଟ ହୋଇନି। କ୍ରେମାଲିନ୍ କହିଛି ସେ ନିଜର ‘ସହଯୋଗୀ ଓ ପାର୍ଟନର’ ଭେନେଜୁଏଲା ସହ ନିରନ୍ତର ସମ୍ପର୍କରେ ରହଛି`