ମସ୍କୋ/କିଏଭ୍, ୧୪/୦୨: ଆଗାମୀ ୧୭-୧୮ ତାରିଖରେ ଆମେରିକା ମଧ୍ୟସ୍ଥତାରେ ସ୍ୱିଜରଲାଣ୍ଡର ଜେନେଭାରେ ରୁଷ୍-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ରୋକିବା ଲାଗି ଆଲୋଚନା ହେବ। ଉଭୟ ଦେଶ ଶୁକ୍ରବାର ଏହା ସ୍ପଷ୍ଟ କରିଛନ୍ତି । ଜେନେଭାରେ ହେବାକୁ ଥିବା ଶାନ୍ତି ଆଲୋଚନାରେ ଭାଗ ନେବାଲାଗି ରୁଷ୍ର ପ୍ରତିନିଧିମଣ୍ଡଳର ନେତୃତ୍ୱ ପୂର୍ବତନ ସଂସ୍କୃତି ମନ୍ତ୍ରୀ ଭ୍ଲାଦିମିର ମେଡିନ୍ସ୍କି ନେବେ ବୋଲି କ୍ରେମଲିନ୍ର ମୁଖପାତ୍ର ଡିମିତ୍ରି ପେସ୍କୋଭ୍ ପ୍ରକାଶ କରିଛନ୍ତି ।
ଆହୁରି ପଢ଼ନ୍ତୁ :- ବାଂଲାରେ BNPର ପ୍ରଚଣ୍ଡ ବିଜୟ ହେଲେ ଭାରତର ଟେନ୍ସନ କାହିଁକି ବଢାଇଲା Jel ? ହାଇଆଲର୍ଟ ଜାରି
ୟୁକ୍ରେନୀୟ ପ୍ରତିନିଧିମଣ୍ଡଳ ମଧ୍ୟ ଏଥିଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଦେଶର ଜାତୀୟ ସୁରକ୍ଷା ପରିଷଦର ମୁଖ୍ୟ ରୁସ୍ତମ ଉମେରୋଭ୍ ପ୍ରକାଶ କରିଛନ୍ତି । ଦୀର୍ଘ ୪ ବର୍ଷ ହେଲା ଜାରି ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ରୋକିବାକୁ ବହୁ ପ୍ରୟାସ ଚାଲିଛି । ଆମେରିକାର ମଧ୍ୟସ୍ଥତାରେ ଦୁଇ ଦେଶ ମଧ୍ୟରେ ଶାନ୍ତିବାର୍ତ୍ତାର ୨ ରାଉଣ୍ଡ ବୈଠକ ହୋଇସାରିଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରିନାହିଁ । ଅବଶ୍ୟ ଉଭୟ ପକ୍ଷ ଆଲୋଚନାକୁ ଫଳପ୍ରଦ ବୋଲି ପ୍ରକାଶ କରିଛନ୍ତି।
ଆହୁରି ପଢ଼ନ୍ତୁ :- ଇଞ୍ଜିନିୟରଙ୍କୁ ଏଆଇର ବ୍ଲାକ୍ମେଲ୍, ହତ୍ୟା ଉଦ୍ୟମ