ନୂଆଦିଲ୍ଲୀ,୧୪/୦୨; ବାଂଲାଦେଶ ନିର୍ବାଚନରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି(ବିଏନ୍ପି) ବିପୁଳ ବିଜୟ ହାସଲ କରିଛି । ମୋଟ ୨୯୯ଟି ଆସନରେ ମତଦାନ ହୋଇଥିବାବେଳେ ସେଥିମଧ୍ୟରୁ ୨୯୭ଟି ଆସନର ଫଳାଫଳ ସାମ୍ନାକୁ ଆସିଛି । ଫଳାଫଳରେ ବିଏନ୍ପିକୁ ଏକାକୀ ୨୦୯ଟି ଆସନ ମିଳିଛି । ବିଏନ୍ପି ଏବଂ ସହଯୋଗୀଙ୍କ ମେଣ୍ଟ ୨୧୨ଟି ଆସନରେ ବାଜିମାତ୍ କରିଛି । ଏହା ବହୁମତ ଲାଗି ଜରୁରି ସଂଖ୍ୟା ୧୫୦ ଠାରୁ ବେଶ୍ ଅଧିକ । ବିଏନ୍ପି ଦୀର୍ଘ ୨୦ ବର୍ଷ ପରେ ବାଂଲାଦେଶରେ ସରକାର ଗଠନ କରିବ । ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଜମାତ-ଏ-ଇସଲାମୀ ନେତୃତ୍ୱାଧୀନ ୧୧ଟି ଦଳର ମେଣ୍ଟ ସେତେ ଭଲ ପ୍ରଦର୍ଶନ କରିପାରିନାହିଁ । ଏହି ମେଣ୍ଟ ମୋଟ ୭୭ଟି ଆସନ ପାଇଛି । ସେଥିମଧ୍ୟରୁ ଜମାତକୁ ୬୮ଟି ଆସନ ମିଳିଛି । ସେହିପରି ମେଣ୍ଟରେ ସାମିଲ ଶେଖ୍ ହସିନାଙ୍କ ସରକାରର ପତନ ଘଟାଇଥିବା ଛାତ୍ର ସଙ୍ଗଠନ ନ୍ୟାସନାଲ ସିଟିଜେନ୍ ପାର୍ଟି(ଏନ୍ସିପି)କୁ ମଧ୍ୟ ଦେଶବାସୀଙ୍କ ତରଫରୁ ଆଖିଦୃଶିଆ ସମର୍ଥନ ମିଳିନାହିଁ । ଏନସିପି ୬ଟି ଆସନରେ ସୀମିତ ରହିଛି । ଅନ୍ୟ ଦଳ ଏବଂ ସ୍ୱାଧୀନ ପ୍ରାର୍ଥୀ ୮ଟି ଆସନ ହାତେଇଛନ୍ତି । ବାଂଲାଦେଶରେ ବିଏନପିର ପ୍ରଚଣ୍ଡ ବିଜୟ ହୋଇଛି । ହେଲେ ଭାରତର ଚିନ୍ତା କାହିଁକି ବଢାଇଲା ଜମାତ-ଏ-ଇସଲାମୀ (Jel) ।

ଭାରତ ପାଇଁ ସବୁଠୁ ବଡ଼ ଚିନ୍ତା ହେଉଛି ଜମାତ-ଏ-ଇସଲାମୀ ଯେଉଁ ସିଟିରେ ବିଜୟୀ ହୋଇଛି ତାର ଏକ ବଡ଼ ଅଂଶ ପଶ୍ଚିମବଙ୍ଗ ଏବଂ ଆସାମ ସୀମାବର୍ତ୍ତୀ ବାଂଲାଦେଶୀ ଜିଲ୍ଲାରେ ରହିଛି । ସେଣ୍ଟର ଫର୍ ଷ୍ଟଡିଜ୍ ଇନ୍ ସୋସିଆଲ ସାଇନ୍ସର ପ୍ରଫେସର ମୈଦୁଲ ଇସଲାମ ବାଖ୍ୟା କରିଛନ୍ତି ଯେ, ଶେଖ୍ ହସିନାଙ୍କ ଆୱାମୀ ଲିଗ୍ ନିର୍ବାଚନରୁ ଓହରିଯିବା ପରେ ପ୍ରତିଯୋଗିତା ମୂଳତଃ ଜମାତ ଏବଂ ବିଏନପି ମଧ୍ୟ ଥିଲା । ପ୍ରଫେସର ମୈଦୁଲ ଇସଲାମଙ୍କ ଅନୁସାରେ, ବିଏନପିର ବିଜୟ ସୂଚାଉଛି କି, ବାଂଲାଦେଶରେ ସ୍ୱାଧୀନ ପରିଚୟ ଏବଂ ଜାତୀୟବାତାବାଦର ପ୍ରସଙ୍ଗ ଏବେ ବି ଜନସାଧାରଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଜମାତ ୧୯୭୧ ମୁକ୍ତି ଯୁଦ୍ଧ ଇତିହାସକୁ ଚ୍ୟାଲେଞ୍ଜ କରିବାକୁ ଚେଷ୍ଟା କରିଥିଲା । ଯାହା ନିରର୍ଥକ ପ୍ରମାଣିତ ହୋଇଥିଲା । ତଥାପି ଜନମତ ଏହା ମଧ୍ୟ ସୂଚାଇ ଦିଏ ଯେ, ଏବେ ୧୯୭୨ ସମ୍ବିଧାନ ସଂଶୋଧନ ପାଇଁ ପ୍ରୟାସ କରାଯିବ ।

​​​​​​​ଭାରତ ସୀମାନ୍ତ ରାଜ୍ୟରେ ହାଇଆଲର୍ଟ- ଜମାତର ନିର୍ବାଚନୀ ଶକ୍ତିକୁ ଏହି ତଥ୍ୟରୁ ଅନୁମାନ କରାଯାଇପାରେ ଯେ ଏହା ପଶ୍ଚିମବଙ୍ଗର ୬ଟି ଜିଲ୍ଲୀ ଜଳପାଇଗୁଡ଼ି, ମାଲଦା, ମୁର୍ଶିଦାବାଦ, ନଦିଆ, ଉତ୍ତର ୨୪ ପ୍ରାଗଣ ଏବଂ ଦକ୍ଷିଣ ୨୪ ପ୍ରାଗଣ ସୀମାବର୍ତ୍ତୀ ଅଞ୍ଚଳ ଏବଂ ଆସାମର ସିଲଚର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନିଜର ପ୍ରାଧାନ୍ୟ ପୁନଃସ୍ଥାପିତ କରିଛି । ସୁରକ୍ଷା ବିଶେଷଜ୍ଞଙ୍କ ଅନୁସାରେ, ଏହି ପରିସ୍ଥିତି ଭାରତର ସୀମା ସୁରକ୍ଷା ବାହିନୀ (ବିଏସଏଫ) ଏବଂ  ଗୁଇନ୍ଦା ସଂସ୍ଥାଗୁଡିକ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ । କଣ୍ଟା ତାର ନଥିବା ସୀମାବର୍ତ୍ତୀ ଅଞ୍ଚଳଗୁଡିକ ଦୀର୍ଘ ଦିନ ଧରି ମାନବ ଚାଲାଣ ଏବଂ ଚୋରା ଚାଲାଣ୍ଡ ପାଇଁ ବ୍ୟବହୃତ ହୋଇ ଆସୁଛି । ଏହି ନିଷ୍ପତ୍ତି ପରେ ଭାରତକୁ ହାଇ ଆଲର୍ଟରେ ରଖାଯାଇଛି ।

ଏହା ବି ପଢନ୍ତୁ...ତାରିକ ରହମାନ ଇନ୍, କେୟାରଟେକର ପିଏମ୍ ଆଉଟ୍, ପଦରୁ ହଟିବା ପରେ କଣ କରିବେ ମହମ୍ମଦ ୟୁନୁସ୍ ?

​​​​​​​
​​​​​ସଂଖ୍ୟାଲଘୁଙ୍କ ଚିନ୍ତା- ରାଜନୈତିକ ବିଶେଷଜ୍ଞଙ୍କ ଅନୁସାରେ ଜମାତ-ଏ-ଇସଲାମି ଭାରତ ପ୍ରତି ନିଜର ସାର୍ବଜନୀନ ଦୃଷ୍ଟିକୋଣ ନରମ କରିଛି । ପଡୋଶୀ ଦେଶ ପ୍ରତି ଦ୍ୱିପାକ୍ଷିକ ସମ୍ପର୍କ ପ୍ରତି ଖୋଲା ମନୋଭାବ ଦେଖାଇଛି । କିନ୍ତୁ ସୁରକ୍ଷା ଏବଂ ଆତଙ୍କବାଦ ଭାରତ ପାଇଁ ପ୍ରମୁଖ ଚିନ୍ତାର ବିଷୟ ହେବା ଉଚିତ୍ । ପ୍ରଫେସର ପାଞ୍ଚାଲି ସେନଙ୍କ ଅନୁସାରେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ହିନ୍ଦୁଙ୍କ ସୁରକ୍ଷା ଭାରତ ସରକାରଙ୍କ ପ୍ରାଥମିକତା ତାଲିକାରେ ରହିବା ଉଚିତ୍ ।

​​​​​​​ଆତଙ୍କବାଦ ବିପଦ- ଜଣେ ଗୁଇନ୍ଦା ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଜମାତ-ଉଲ-ମୁଜାହିଦ୍ଦିନ ବାଂଲାଦେଶ ଭଳି ଆତଙ୍କବାଦୀ ସଂଗଠନ କାର୍ଯ୍ୟକଳାପ ବିଷୟରେ ପୂର୍ବାନୁମାନ କରିଛନ୍ତି । ଜେଏମବି ଭାରତରେ ମଧ୍ୟ ତାର ନେଟୱାର୍କ ପ୍ରତିଷ୍ଠା କରିଛି । ଭାରତର ଆତଙ୍କବାଦୀ ଗୋଷ୍ଠୀ ଭାବରେ ତାଲିକାଭୁକ୍ତ ୬ଟି ବାଂଲାଦେଶୀ ସଂଗଠନ ମଧ୍ୟରୁ ଜେଏମବି ସାମ୍ପ୍ରତିକ ବର୍ଷଗୁଡିକରେ ସର୍ବାଧିକ ବୃଦ୍ଧି ହୋଇଛି । ୨୦୨୦ରୁ ୨୦୨୫ ମଧ୍ୟରେ ପଶ୍ଚିମବଙ୍ଗ ଏବଂ କୋଲକାତାରେ ଏଡ ଡଜନରୁ ଅଧିକ ଜେଏମବି କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଛି । ଗତବର୍ଷ କୋଲକାତାର ଏକ କୋର୍ଟ ୨୦୧୬ରେ ପଶ୍ଚିମବଙ୍ଗ ଏବଂ ଆସାମର ବିଭିନ୍ନ ସ୍ଥାନରୁ ଗିରଫ ହୋଇଥିବା ୫ଜମ ଜେଏମବି ସଦସ୍ୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ସେମାନଙ୍କଠୁ ବିପୁଳ ବିସ୍ଫୋରକ ଏବଂ ଆଇଇଡି ଜବତ ହୋଇଥିଲା ।