PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଋଷ ସେନାର ଡାକରାରୁ ବର୍ତ୍ତିବା ଲାଗି ଜର୍ଜିଆ ଯାଉଛନ୍ତି ଲୋକେ, ସେଟଲାଇଟରୁ ଆସିଲା ଗାଡ଼ିର ଲମ୍ବା ଲାଇନ ଲାଗିଥିବା ଫଟୋ

ନୂଆଦିଲ୍ଲୀ,୨୭/୯ :  ଋଷ ରାଷ୍ଟ୍ରପତି ବ୍ଲାଦମୀର ପୁତିନଙ୍କ ସୈନିକଙ୍କ ଉପରେ ଲାମବନ୍ଦୀ(ଯୁଦ୍ଧ ଲାଗି ପ୍ରସ୍ତୁତ ରହିବା)ର ଘୋଷଣା ପରେ ଋଷରେ ଏକ ପ୍ରକାର ଆତଙ୍କ ଖେଳିଯାଇଛି । ଋଷ ଛାଡ଼ିବାକୁ ସମସ୍ତେ ଏବେ ବ୍ୟଗ୍ର । ଯିଏ ଯେଉଁଥିରେ ପାରିଲା ଛାଡ଼ିବାକୁ ଚଳାଇଛନ୍ତି ପ୍ରସ୍ତୁତି । ସେଟଲାଇଟରୁ ଆସିଲା ଗାଡ଼ିର ଲମ୍ବା ଲାଇନ ଲାଗିଥିବା ଫଟୋ । କେହି କେହି ବିମାନ ଧରି ଯାଉଥିବାବେଳେ ଆଉ କେହି ରାସ୍ତାରେ ମଧ୍ୟ ଯିବାକୁ ପ୍ରସ୍ତୁତ ହେଉଛନ୍ତି ।

ନ୍ୟୁଜ୍ ଏଜେନ୍ସିର ସୂଚନା ଅନୁସାରେ ଋଷର ଶତାଧିକ ଲୋକ ପଡ଼ୋଶୀ ଦେଶ ଜର୍ଜିଆ ପଳାଇ ଯାଉଛନ୍ତି । ରବିବାର ଜର୍ଜିଆ ଯିବା ଲାଗି ସୀମାରେ ତିନି ହଜାରରୁ ଅଧିକ ଗାଡ଼ି ଛିଡ଼ା ହୋଇଥିଲା । ସେହିଭଳି ଗତ ଫେବୃଆରୀ ୨୪ରୁ ୟୁକ୍ରେନ ସହ ଯୁଦ୍ଧର ଘୋଷଣା ପରେ ହଜାର ହଜାର ଲୋକେ ଋଷ ଛାଡ଼ି ଜର୍ଜିଆ ଯାଇ ସାରିଛନ୍ତି । ସରକାରୀ ସୂଚନା ଅନୁସାରେ ୨୪ଫେବୃଆରୀରୁ ଏବେ ପର୍ଯ୍ୟନ୍ତ ଜର୍ଜିଆର ରାଜଧାନୀ ତବ୍ଲିସକୁ ୪୦ହଜାରରୁ ଅଧିକ ଋଷ ନାଗରିକ ଆସି ସାରିଛନ୍ତି ।

ରାଷ୍ଟ୍ରପତି ପୁତିନଙ୍କ ସୈନିକଙ୍କ ଉପରେ ଲାମବନ୍ଦୀର ଘୋଷଣା ପରେ କେତେମାତ୍ରାରେ ଋଷ ନାଗରିକ ଦେଶ ଛାଡ଼ିଛନ୍ତି ଏହାର କୌଣସି ସୂଚନା ନାହିଁ, କିନ୍ତୁ ଋଷ ସୀମାରୁ ପଳାଇ ଯିବାର ଫଟୋ ଏବେ ସାମ୍ନାକୁ ଆସିଛି । ଯେଉଁଭଳି ଦୃଶ୍ୟ ଋଷ-ଜର୍ଜିଆ ସୀମାରେ ଅଛି ସେହିଭଳି କଜାଖସ୍ତାନ, ଫିନଲ୍ୟାଣ୍ଡ ଏବଂ ମଙ୍ଗୋଲିଆ ସୀମାରେ ଦେଖାଯାଉଛି ।

ସମ୍ବନ୍ଧିତ ଖବର