ନୂଆଦିଲ୍ଲୀ,୨୬।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ପରବର୍ତ୍ତୀ ସମୟରେ କ’ଣ ହେବ ତାହା କେହି ଭବିଷ୍ୟବାଣୀ କରିପାରିବେ ନାହିଁ। ଏଭଳି କିଛି କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଗୁରୁବାରସେ କହିଛନ୍ତି ଯେ ଇରାନ ଯୁଦ୍ଧର ପରିଣାମ କୋଭିଡ-୧୯ ମହାମାରୀ ପରି ଭୟଙ୍କର ହୋଇପାରେ। ମସ୍କୋରେ ଏକ ବ୍ୟବସାୟ ଫୋରମକୁ ସମ୍ବୋଧିତ କରି ପୁଟିନ କହିଛନ୍ତି, ଏହି ଯୁଦ୍ଧ କାରଣରୁ ଲଜିଷ୍ଟିକ୍ସ, ଉତ୍ପାଦନ ଏବଂ ସପ୍ଲାଇ ଚେନ୍ ବାଧାପ୍ରାପ୍ତ କରିଛି। ଏହା ସହ ହାଇଡ୍ରୋକାର୍ବନ, ଧାତୁ ଏବଂ ସାର କ୍ଷେତ୍ର ଉପରେ ଚାପ ବୃଦ୍ଧି କରିଛି।

ପୁଟିନ କହିଛନ୍ତି ଯେ ଯୁଦ୍ଧରେ ସାମିଲ ଦେଶମାନେ ଆଗକୁ କ’ଣ ହେବ ତାହା ପୂର୍ବାନୁମାନ କରିପାରିବେ ନାହିଁ। ସେ କହିଛନ୍ତି, ଏହି ସଙ୍କଟ, ଠିକ୍ କରୋନା ଭାଇରସ୍ ଝଟକା ପରି, ଅନେକ ଦେଶର ବିକାଶକୁ ମନ୍ଥର କରିପାରେ। ବିଶ୍ୱ ଅର୍ଥନୀତି ଭୁଶୁଡ଼ି ପଡ଼ୁଛି। ମୁଁ ଭାବୁଛି ଏହି ସଂଘର୍ଷରେ ଜଡିତ ଲୋକମାନେ ମଧ୍ୟ କିଛି ପୂର୍ବାନୁମାନ କରିପାରିବେ ନାହିଁ। ଆମ ପାଇଁ ଏହା ଆହୁରି କଷ୍ଟକର।’

ଉଲ୍ଲେଖନୀୟ ଯେ, ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ପାଇଁ ଆଶା ମଳିନ ହେଉଥିବା ପରି ମନେ ହେଉଛି। ଏହି କାରଣରୁ ଗୁରୁବାର ତେଲ ମୂଲ୍ୟ ୫ ପ୍ରତିଶତ ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବେଞ୍ଚମାର୍କ ବ୍ରେଣ୍ଟ ନର୍ଥ ସି ଅଶୋଧିତ ତୈଳ ୫.୨ ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ ପ୍ରତି ଡଲାର ୧୦୭.୫୪ ରେ ପହଞ୍ଚିଛି, ସେଭଳି ମୁଖ୍ୟ ଆମେରିକା ତୈଳ ଚୁକ୍ତିନାମା, ପଶ୍ଚିମ ଟେକ୍ସାସ ଇଣ୍ଟରମିଡିଏଟ୍ ୪.୯ ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ ପ୍ରତି ଡଲାର ୯୪.୭୧ ରେ ପହଞ୍ଚିଛି।