ନୂଆଦିଲ୍ଲୀ,୧୧/୦୬; ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ଋତୁରାଜ ଗାଏକ୍ୱାଡ ବର୍ତ୍ତମାନ ଭାରତ ଏ ପାଇଁ ଶ୍ରୀଲଙ୍କା ଟୁରରେ ଅଛନ୍ତି । ଆୟୋଜକ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ବିପକ୍ଷରେ ଭାରତ ଏ ଟ୍ରାଇ ସିରିଜ୍ ଜାରି ରହିଛି । ଆଜି ଆଫଗାନିସ୍ତାନ ଏ ବନାମ ଭାରତ ଏ ମଧ୍ୟରେ ମ୍ୟାଚ ଖେଳାଯାଇଛି । ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ୪୯ ଓଭର ଖେଳାଯାଇଛି । ଭାରତ ଏ ୯ ୱିକେଟ୍ ହରାଇ ୩୪୯ ରନ୍ କରିଛି । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚରେ ଶତକ ମାରିଥିବା ଉପ-ଅଧିନାୟକ ଋତୁରାଜ ଗାଏକ୍ୱାଡ ଆଫଗାନିସ୍ତାନ ଏ ବିପକ୍ଷରେ ବି ଦମଦାର ଇନିଂସ ଖେଳିଛନ୍ତି । ୮୦ ବଲରେ ୬୬ ରନର ଇନିଂସ ଖେଳି ବିରାଟ କୋହଲିଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି । ଏହି ରେକର୍ଡ ସହିତ ଲିଷ୍ଟ ଏ କ୍ରିକେଟରେ ଅତିକମରେ ୫୦୦୦ ରନ୍ କରିଥିବା ବ୍ୟାଟରଙ୍କ ମଧ୍ୟରେ ସର୍ବୋତ୍ତମ ହାର ରହିଛି ।
୬୬ ରନ ସହିତ ଋତୁରାତଙ୍କର ଲିଷ୍ଟ ଏ ରନ ୫, ୨୨୭ରେ ପହଞ୍ଚିଛି । ଯାହା ବିଶ୍ୱ କ୍ରିକେଟରେ ସର୍ବାଧିକ ୫୯.୩୯ ହାରରେ ପହଞ୍ଚିଛି । ବିରାଟ କୋହଲି ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି । କୋହଲିଙ୍କ ୫୭.୯୧ ହାରରେ ୧୬,୪୪୭ ରନ ଅଛି । ଏହି ତାଲିକାରେ ମାଇକେଲ ୱେବେନ, ଚେତେଶ୍ୱର ପୂଜାରା ଏବଂ ଏବି ଡିଭିଲିୟର୍ସଙ୍କ ଭଳି ଖେଳାଳି ଅଛନ୍ତି ।
ଲିଷ୍ଟ ଏ କ୍ରିକେଟରେ ସର୍ବାଧିକ ହାର (ସର୍ବନିମ୍ନ ୫୦୦୦ ରନ୍ )
୫୯.୩୯-ଋତୁରାତ ଗାଏକ୍ୱାଡ (୫୨୨୭ରନ୍ )
୫୭.୯୧- ବିରାଟ କୋହଲି ( ୧୬୪୪୭ ରନ୍ )
୫୭.୮୬ - ମାଇକେଲ୍ ବେଭାନ (୧୫୧୦୩ ରନ୍ )
୫୭.୦୧- ଚେତେଶ୍ୱର ପୂଜାରା (୫୭୫୯ ରନ୍ )
୫୩.୫୩- ଖୁରମ ମଞ୍ଜୁର (୭୯୨୨ ରନ୍ )
ଏହା ବି ପଢନ୍ତୁ...Ind A vs Afg A: ବ୍ୟାକ୍ ଟୁ ବ୍ୟାକ୍ ବ୍ରାଉଣ୍ଡୀ...ଆଫଗାନିସ୍ତାନ ବୋଲରଙ୍କୁ ବି ଛାଡିଲେନି ବୈଭବ, ହେଲେ କରିଦେଲେ ଏହି ଭୁଲ୍...
ଭାରତ ଏ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଆଫଗାନିସ୍ତାନ ଏ । ମ୍ୟାଚ ମଝିରେ ବର୍ଷା ହେବାରୁ ୪୯ ଓଭର ଖେଳ ହେବାକୁ ସ୍ଥିର ହୋଇଥିଲା । ବିସ୍ମୟ ବୈଭବ ୪୪ ରନ୍, ପ୍ରଭସିମରନ ୬୯ ବଲରେ ୮୪ ରନ୍ କରିଛନ୍ତି । ଉପ-ଅଧିନାୟକ ଋତୁରାଜ ୮୦ ବଲରେ ୬୬ ରନ୍, ଅଧିନାୟକ ତିଲକ ବର୍ମା ୭୩ ବଲରେ ୬୬ ରନର ଇନିଂସ ଖେଳିଛନ୍ତି । ନିର୍ଦ୍ଧାରିତ ଓଭରରେ ଭାରତ ୯ ୱିକେଟ ହରାଇ ୩୪୯ ରନ୍ କରିଛି । ଶ୍ରୀଲଙ୍କା ଆଗରେ ୩୫୦ରନର ଟାର୍ଗେଟ୍ ରହିଛି । ରିପୋର୍ଟ ଲେଖାଯିବା ସୁଦ୍ଧା ୭୦ ରନରେ ୨ଟି ୱିକେଟ୍ ହରାଇ ସାରିଛି ଟିମ୍ ଆଫଗାନ୍ ।