ନୂଆଦିଲ୍ଲୀ,୧୧/୦୬; ଆଫଗାନିସ୍ତାନ ଏ ବିପକ୍ଷରେ ତ୍ରିରାଷ୍ଟ୍ରୀୟ ଏ ସିରିଜ୍ ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀ ଏକ ଆକ୍ରମଣାତ୍ମକ ଇନିଂସ ଖେଳିଛନ୍ତି । ମାତ୍ର ୨୨ ବଲ୍ରେ ୪୪ ରନ୍ କରିଛନ୍ତି । ସେ ୯ଟି ଚୌକା ମାରି ଭାରତକୁ ଏକ ଦ୍ରୁତ ଆରମ୍ଭ ଦେଇଛନ୍ତି । ଭଲ ଫର୍ମରେ ନଜର ଆସୁଥିବା ଯୁବ ବ୍ୟାଟର ଏକ ଅସାବଧାନ ସଟ୍ ଖେଳି ସଅଳ ପାଭିଲିୟନ ଫେରିଛନ୍ତି. । ଅବଦୁଲ୍ଲା ଅହମଦଜାଇଙ୍କ ବୋଲିଂରେ ସେ ୱିକେଟକିପର ଇସାକ ରହିମିଙ୍କ ଦ୍ୱାରା କ୍ୟାଚ୍ ହୋଇଛନ୍ତି ।
ଆଫଗାନିସ୍ତାନ ଏ ବିପକ୍ଷରେ ଏକ ଚୌକା ମାରି ବ୍ୟାଟିଂ ଆରମ୍ଭ କରିଥିଲେ ବିସ୍ମୟ ବୈଭର ସୂର୍ଯ୍ୟବଂଶୀ । ସେ ପ୍ରଥମ ବଲ୍ରେ ଚୌକା ମାରିଥିଲେ ଏବଂ ତା’ପରେ ଏକ ଶକ୍ତିଶାଳୀ ଗ୍ରାଉଣ୍ଡ ସଟ୍ ସହିତ ଦ୍ୱିତୀୟ ବଲ୍କୁ ବି ଚୌକା ମାରିଥିଲେ। ବୈଭବ ସୂର୍ଯ୍ୟବଂଶୀ ଆଫଗାନିସ୍ତାନ ଏ ବିପକ୍ଷରେ ପ୍ରଥମ ଓଭରରେ ୩ଟି ବଲ୍ ଖେଳିଥିଲେ, ଯେଉଁଥିରେ ସେ ୨ଟି ଚୌକା ସହିତ ୯ ରନ୍ କରିଥିଲେ । ଆଫଗାନିସ୍ତାନ ଏ' ପକ୍ଷରୁ ମହମ୍ମଦ ଇବ୍ରାହିମ ପ୍ରଥମ ଓଭର ବୋଲିଂ କରିଥିଲେ। ପ୍ରଭସିମରନ ସିଂହ ପ୍ରଥମ ବଲରୁ ଗୋଟିଏ ସିଙ୍ଗଲ୍ ନେଇଥିଲେ, ବୈଭବ ସୂର୍ଯ୍ୟବଂଶୀଙ୍କୁ ଷ୍ଟ୍ରାଇକ୍ ଦେଇଥିଲେ । ବୈଭବ ମହମ୍ମଦ ଇବ୍ରାହିମଙ୍କ ଓଭରର ଦ୍ୱିତୀୟ ଏବଂ ତୃତୀୟ ବଲକୁ ଠିକ୍ ସେହି ସ୍ଥାନରେ ମାରିଥିଲେ ଯେଉଁଠାରେ କ୍ରିକେଟ୍ ପ୍ରଶଂସକମାନେ ସେମାନଙ୍କୁ ଦେଖିବାକୁ ଚାହୁଁଥିଲେ। ଏହା ମଧ୍ୟ ତାଙ୍କ ଇନିଂସର ପ୍ରଥମ ଦୁଇଟି ବଲ୍ ଥିଲା, ଲଗାତାର ଚୌକା ମାରିଥିଲେ। ବୈଭବ ସୂର୍ଯ୍ୟବଂଶୀ ଆଫଗାନିସ୍ତାନ ଏ ବିପକ୍ଷରେ ପ୍ରଥମ ଓଭରରେ ଯେଉଁ ଗତି ଖୋଜୁଥିଲେ ତାହା ପାଇଗଲେ। ତା’ପରେ ସେ ପରବର୍ତ୍ତୀ ଓଭରଗୁଡ଼ିକରେ ସେହି ଗତି ବଜାୟ ରଖିଲେ। ନିୟମିତ ବ୍ୟବଧାନରେ ତାଙ୍କ ବ୍ୟାଟରୁ ପ୍ରବାହିତ ହେବାକୁ ଲାଗିଲା । ସେ ପ୍ରଭସିମରନ ସିଂହଙ୍କ ସହ ମିଶି ଭାରତ ଏ ର ଦଳୀୟ ସ୍କୋରକୁ ୫୦ ପାର୍ କରାଇଥିଲେ ।
ଏହା ବି ପଢନ୍ତୁ...Vaibhav Sooryavanshi: ବୈଭବଙ୍କ ପରବର୍ତ୍ତୀ ମ୍ୟାଚ୍ କେବେ, ଏଥର ଚାଲିବ ତ ବ୍ୟାଟ୍ ?
ବୈଭବ ଦ୍ରୁତ ଗତିରେ ତାଙ୍କର ଅର୍ଦ୍ଧଶତକ ପାଖକୁ ଯାଉଥିଲେ ଏବଂ ଏକ ବଡ଼ ଇନିଂସ ପାଇଁ ପ୍ରସ୍ତୁତ ହେଉଥିବା ମନେ ହେଉଥିଲା । ସପ୍ତମ ଓଭରରେ ଏକ ଭୁଲ ତାଙ୍କୁ ତାଙ୍କ ଇନିଂସ ହରାଇବାକୁ ପଡ଼ିଛି । ଅବଦୁଲ୍ଲା ଅହମଦଜାଇଙ୍କ ବଲରେ ବ୍ୟାକ୍ ଏକ ଗାଇଡ୍ ସଟ୍ ଖେଳିବାକୁ ଚେଷ୍ଟା କରିଥିଲେ । ବଲଟି ସର୍ଟ ଥିଲା । ଫଳରେ ବୈଭଲ ଓପନ୍ ଭାବେ ସଟ ଖେଳିପାରିଲେ ନାହିଁ । ବଲଟି ୱିକେଟ କିପର ଇଶାକ ରହିମ କ୍ୟାଚ୍ କରିଥିଲେ । ଆଉଟ୍ ହେବା ପରେ ବୈଭବ ନିରାଶ ହୋଇଥିଲେ ।
ଆଫଗାନିସ୍ତାନ ଏ ବିପକ୍ଷ ମ୍ୟାଚରେ ପ୍ରଥମ ବୋଲିଂ ନିଷ୍ପତ୍ତି ନେଇଥିଲା ଆଫଗାନ୍ । ପ୍ରଥମେ ବ୍ୟାଟିଂ କରି ଭାରତର ପ୍ରଭସିମରନ ସିଂହ ଏବଂ ବୈଭବ ସୂର୍ଯ୍ୟବଂଶୀ ଓପନିଂ କରିଥିଲେ । ପ୍ରଭସିମରନ ୬୯ ବଲରେ ୮୪ ରନର ଇନିଂସ ଖେଳଛନ୍ତି । ବୈଭବ ସୂର୍ଯ୍ୟବଂଶୀ ୨୨ ବଲରେ ୪୪ ରନ୍ କରିଛନ୍ତି । ପ୍ରିୟାଂଶ ଆର୍ଯ୍ୟ ୮ ରନ୍ କରିଛନ୍ତି । ରିପୋର୍ଟ ଲେଖାଯିବ ସୁଦ୍ଧା ଅଧିନାୟକ ତିଲକ ବର୍ମା ଓ ଉପ-ଅଧିନାୟକଲ ଋତୁରାଜ ଗାଏକ୍ୱାଡ କ୍ରିଜରେ ଉପସ୍ଥିତ ଅଛନ୍ତି । ଋତୁରାତ ୨୯ ରନ୍ କରିଛନ୍ତି । ତିଲକ ୩ ରନ୍ କରି ଗ୍ରାଉଣ୍ଡରେ ଉପସ୍ଥିତ ଅଛନ୍ତି । ଭାରତର ଦଳୀୟ ସ୍କୋର ୧୭୪ ହୋଇଛି । ୩ ୱିକେଟ୍ ହରାଇ ସାରଛି ଭାରତ ଏ । ୨୪.୩ ଓଭର ଖେଳ ସୁଦ୍ଧା ବର୍ଷା ହେବା କାରଣରୁ ଖେଳ ବନ୍ଦ ରହିଛି ।