ନୂଆଦିଲ୍ଲୀ,୧୧/୦୩; ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ ଘନଘଟା । ୧୨ ଦିନରେ ପହଞ୍ଚିଛି ଇରାନ-ଆମେରିକା ଏବଂ ଇସ୍ରାଏଲ ଯୁଦ୍ଧ । ମିଡିଲ୍ ଇଷ୍ଟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଭିତରେ ଭାରତ ଏବଂ ଇରାନ ମଧ୍ୟରେ କୂଟନୈତିକ ଆଲୋଚନା ହୋଇଛି । ଇରାନ ବୈଦେଶିକ ମନ୍ତ୍ରୀ ଅରାଘଚିଙ୍କ ସହ କଥା ହୋଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ଫୋନ୍‌ରେ ଦୁଇ ଦେଶର ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି ।ଟେଲିଫୋନ କଥାବାର୍ତ୍ତା ପରେ ଭାରତ ବୈଦେଶିକ ମନ୍ତ୍ରୀଙ୍କ 'ଏକ୍ସ'ରେ ପୋଷ୍ଟ କରି ଏ ବାବଦରେ ସୂଚନା ଦେଇଛନ୍ତି । ଦୁହେଁ ଯୋଗାଯୋଗରେ ରହିବାକୁ ସହମତି ହୋଇଥିବା ଜଣାପଡିଛି ।​​​​​​​

ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମଙ୍ଗଳବାର କାଉଣ୍ଟରପାର୍ଟ ସଦସ୍ୟ ଇରାନ ବୈଦେଶିକ ମନ୍ତ୍ରୀ ଅରାଘଚିଙ୍କ ସହ ପଶ୍ଚିମ ଏସିଆ ସ୍ଥିତି ଉପରେ ଚର୍ଚ୍ଚା କରିଛନ୍ତି । ଫେବୃଆରୀ ୨୮ ପରେ ଏହା ଦୁହିଁଙ୍କ ମଧ୍ୟରେ ତୃତୀୟ ଆଲୋଚନା । ଯେବେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରି କରିଥିଲେ । ଏହାପରେ ଇରାନ ଏବଂ ଇସ୍ରାଏଲ ଆମେରିକା ମଧ୍ୟରେ ଲଢେଇ ଜାରି ରହିଛି । ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେବାପରେ ଏକ୍ସରେ ସୂଚନା ଦେଇ ଏସ୍ ଜୟଶଙ୍କର କହିଛନ୍ତି, ଆଜି ଇରାନ ବୈଦେଶିକ ମନ୍ତ୍ରୀ ସୈୟଦ ଅବ୍ବାସ ଅରାଘାଚିଙ୍କ ସହ ଚାଲିଥିବା ବିବାଦ ସଦ୍ୟତମ ଘଟଣାବଳୀ ଉପରେ ବିସ୍ତୃତ ଆଲୋଚନା କରିଛି । ଆମେ ଯୋଗଯୋଗରେ ରହିବାକୁ ରାଜି ହୋଇଛୁ । ଦୁଇ ନେତା ପୂର୍ବରୁ ୨ ଥର କଥା ହୋଇଛନ୍ତି । ପ୍ରଥମେ ଫେବୃଆରୀ ୨୮ ଏବଂ ତାପରେ ମାର୍ଚ୍ଚ ୫ । ଏହା ଦୁଇ ଦେଶର ବୈଦେଶିକମନ୍ତ୍ରୀଙ୍କ ତୃତୀୟ ଆଲୋଚନା ।
 A detailed conversation this evening with Foreign Minister @araghchi of Iran on the latest developments regarding the ongoing conflict. We agreed to remain in touch.

ଏହା ବି ପଢନ୍ତୁ...ସୁପ୍ରିମ୍ ଲିଡର ହେବା ପରେ ଆକ୍ସନରେ ମୋଜତାବା, ଇସ୍ରାଏଲ ଉପରକୁ ଛାଡିଥିବା ମିସାଇଲରେ କ’ଣ ଲେଖିଥିଲେ ଜାଣନ୍ତି ?  

​​​​​​​ଏହା ସହିତ ଗତକାଲି ଜୟଶଙ୍କର ତାଙ୍କର ଜର୍ମାନୀ ଏବଂ ଦକ୍ଷିଣ କୋରିଆ ପ୍ରତିପକ୍ଷଙ୍କ ସହ ମଧ୍ୟ କଥା ହୋଇଥିଲେ । କାରଣ ନୂଆଦିଲ୍ଲୀ ପଶ୍ଚିମ ଏସିଆ ସଙ୍କଟରୁ ସୃଷ୍ଟି ହୋଇଥିବା ପ୍ରଭାବ । ବିଶେଷକରି ଶକ୍ତି ଯୋଗାଣ ମୁକାବିଲା ପାଇଁ କୂଟନୈତିକ ପ୍ରୟାସ ବୃଦ୍ଧି କରାଯାଇଛି । ଏହା ପୂର୍ବରୁ ଗତକାଲି ସଂସଦରେ ଜୟଶଙ୍କର କହିଥିଲେ, ଏହି ସମୟରେ ନେତୃତ୍ୱ ସ୍ତରରେ ଇରାନ ସହିତ ଯୋଗଯୋଗ କରିବା ସ୍ପଷ୍ଟ ଭାବରେ କଷ୍ଟକର । ପଶ୍ଚିମ ଏସିଆରେ ଯୁଦ୍ଧ ସମୟରେ ଇରାନର ନେତୃତ୍ୱ ସ୍ତରରେ ଥିବା ଲୋକଙ୍କ ସମେତ ଅନେକ ଲୋକ ନିହତ ହୋଇଛନ୍ତି । ସରକାରଙ୍କ ୩ଟି ପ୍ରମୁଖ ବାର୍ତ୍ତା ଉଲ୍ଲେଖ କରିଛନ୍ତି । ଭାରତ ଶାନ୍ତି ଏବଂ ଆଲୋଚନାକୁ ଫେରିବାକୁ ସମର୍ଥନ କରେ । ଭାରତୀୟ ପ୍ରବାସୀମାନଙ୍କ ସୁରକ୍ଷା ପ୍ରାଥମିକତା ଏବଂ ଶକ୍ତି ସୁରକ୍ଷା ସର୍ବୋପରି ହେବ ।  

​​​​​​​ପଶ୍ଚିମ ଏସିଆର ପରିସ୍ଥିତି ଉପରେ ରାଜ୍ୟସଭାରେ ନିଜର ବିବୃତ୍ତି ରଖି ଜୟଶଙ୍କର କହିଛନ୍ତି ଯେ, ଯୁଦ୍ଧ ଆରମ୍ଭ ହେବା ପରଠାରୁ ପ୍ରାୟ ୬୭,୦୦୦  ଭାରତୀୟ ନାଗରିକ ସଂଘର୍ଷ କ୍ଷେତ୍ରରୁ ଫେରି ଆସିଛନ୍ତି । ଇରାନ ପକ୍ଷରୁ ଫେବୃଆରୀ ୨୮ ତାରିଖରେ ଭାରତୀୟ ବନ୍ଦରଗୁଡିକରେ ୩ଟି ଜାହଜ ଲାଗି ଅନୁମତି ମାଗିଥିଲା ଯାହା ମାର୍ଚ୍ଚ ୧ରେ ମଞ୍ଜୁର କରାଯାଇଛି ।