ନୂଆଦିଲ୍ଲୀ,୧୬।୨: ସବରିମା ମନ୍ଦିରରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗରେ ପୁଣିଥରେ ଶୁଣାଣି ହେବ। ସୁପ୍ରିମକୋର୍ଟଙ୍କ ୯ ଜଣିଆ ସମ୍ବିଧାନିକ ଖଣ୍ଡପୀଠ ୭ ଏପ୍ରିଲ୨୦୨୬ରୁ ଏହି ମାମଲାରେ ଶୁଣାଣି କରିବା ଆରମ୍ଭ କରିବେ। ଏହି ସମୟରେ ଖଣ୍ଡପୀଠ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଉପରେ ବିଚାର କରିବେ। ଏହା ଆଧାରରେ ତାହା ଧାର୍ଯ୍ୟ କରାଯିବ ଯେ, ପ୍ରସିଦ୍ଦ ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ବିବାଦର ଅନ୍ତିମ ସମାଧାନ କ’ଣ ହେବା ଦରକାର। ଏହି ସମୟରେ କେନ୍ଦ୍ର ସରକାର ମହିଳାଙ୍କୁ ମନ୍ଦିରରେ ପ୍ରବେଶକୁ ବିରୋଧ କରିବେ।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ତଥା ଜଷ୍ଟିସ୍ ଭିପୁଲ ଏମ ପାଞ୍ଚୋଲିଙ୍କ ଖଣ୍ଡପୀଠ ସୋମବାର ସବୁ ପକ୍ଷକୁ ୧୪ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ନିଜର ଲିଖିତ ଦଲିଲ ଦେବାର ନିର୍ଦେଶ ଦେଇଛନ୍ତି। କୋର୍ଟ ୧୦ ଫେବୃଆରୀ ୨୦୨୦ ର ରାୟକୁ ଦର୍ଶାଇ କହିଛନ୍ତି ଯେଉଁ ୭ ପ୍ରଶ୍ନକୁ ଧାର୍ଯ୍ୟ କରାଯାଇଛି,ଏହାର ଜବାବ ପାଇଁ ଶୁଣାଣି ଜରୁରୀ। କେନ୍ଦ୍ର ସରକାର କୋର୍ଟରେ କହିଛନ୍ତି,ସେ ସମୀକ୍ଷା ଆବେଦନର ସମର୍ଥନ କରୁଛନ୍ତି ଓ ମହିଳାଙ୍କୁ ଏହ ମନ୍ଦିରରେ ପ୍ରବେଶକୁ ବିରୋଧ କରନ୍ତି। ସଲିସିଟର ଜେନେରାଲ ତୁଷାର ମେହେତା ଏହି ସୂଚନା ଦେଇଛନ୍ତି।

କେବେ ହେବ ଶୁଣାଣି ?

ସୁପ୍ରିମକୋର୍ଟରେ ଶୁଣାଣି ବେଳେ କାର୍ଯ୍ୟକ୍ରମ ମଧ୍ୟ ଧାର୍ଯ୍ୟ କରି ଦିଆଯାଇଛି। ୭ ରୁ ୯ ଏପ୍ରିଲ ପର୍ଯ୍ୟନ୍ତ ସମୀକ୍ଷା ଆବେଦନକାରୀଙ୍କ କିମ୍ବା ତାଙ୍କ ସମର୍ଥନ କରୁଥିବା ଦଲିଲ ଶୁଣାଯିବ। ସେଭଳି ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ବିରୋଧି ପକ୍ଷର ଦଲିଲ ହେବ। ୨୧ ଏପ୍ରିଲରେ ଜବାବୀ ଦଲିଲ ଶୁଣାଯିବ ଓ ୨୨ ଏପ୍ରିଲ ପର୍ଯ୍ୟନ୍ତ ଅନ୍ତିମ ବିତର୍କ ପୁରା କରାଯିବ। ଏହି ସମୟରେ ସୁପ୍ରିମକୋର୍ଟଙ୍କ ୯ ଜଣ ବିଚାରପତିଙ୍କ ଖଣ୍ଡପୀଠ ଧାର୍ମିକ ସ୍ବାଧୀନତାର ସୀମା,ଧାରା ୨୫, ଓ ୨୬ର ଅଧିକାରର ସମ୍ପର୍କ, ସମାନତାର ଅଧିକାର,ସମ୍ବିଧାନିକ ନୈତିକତା,ଧାର୍ମିକ ସମ୍ପ୍ରଦାୟର ଅଧିକାର ଓ ଏହି ପ୍ରଶ୍ନ କ’ଣ କୌଣସି ବାହାର ବ୍ୟକ୍ତି ଜନହିତ ଆବେଦନ ଜରିଆରେ ଧାର୍ମିକ ପ୍ରଥାକୁ ଚ୍ୟାଲେଞ୍ଜ ଦେଇପାରେ, ଯେପରି ପ୍ରସଙ୍ଗ ଉପରେ ନିଷ୍ପତ୍ତି କରିବ।

୫ ଜଣିଆ ଖଣ୍ଡପୀଠ ଦେଇଥିଲେ ରାୟ

ଏହି ମାମଲା ସେପ୍ଟେମ୍ବର ୨୦୧୮ ର ସୁପ୍ରିମକୋର୍ଟଙ୍କ ସେହି ରାୟ ସହ ଜଡିତ,ଯେଉଁଥିରେ ୫ ଜଣିଆ ବିଚାରପତିଙ୍କ ସମ୍ବିଧାନିକ ଖଣ୍ଡପୀଠ ୪:୧ ବହୁମତରେ ସବୁ ବୟଷର ମହିଳାଙ୍କୁ ଏହି ମନ୍ଦିରରେ ପ୍ରବେଶର ଅନୁମତି ଦେଇଥିଲେ। ଏହି ପ୍ରସଙ୍ଗ ପରେ କେରଳରେ ବ୍ୟାପକ ବିରୋଧ ପ୍ରଦର୍ଶନ ହୋଇଥିଲା ଓ ବହୁ ସମୀକ୍ଷା ଆବେଦନ ଦାଖଲ କରାଯାଇଛି। ନଭେମ୍ବର ୨୦୧୯ ରେ ସୁପ୍ରିମକୋର୍ଟ ସମୀକ୍ଷା ଆବେଦନ ଉପରେ ନିଷ୍ପତ୍ତି ନେଇ ଏହି ପ୍ରସଙ୍ଗକୁ ବଡ଼ ଖଣ୍ଡପୀଠଙ୍କ ନିକଟରୁ ପଠାଇ ଦେଇଛନ୍ତି। ତେବେ କରୋନା ମହାମାରୀ କାରଣରୁ ଏହି ମାମଲା ପଡି ରହିଥିଲା।ଏବେ ୯ ଜଣଙ୍କ ଖଣ୍ଡପୀଠର ଏହାର ଶୁଣାଣି କରିବେ।

ଆହୁରି ପଢନ୍ତୁ : ସଂସଦକୁ କୁକୁର ଆଣିବା ଓ ସାଂସଦଙ୍କୁ ଅପମାନଜନକ ମନ୍ତବ୍ୟ ଦେଇ ଅଡୁଆରେ ରେଣୁକା ଚୌଧୁରୀ,ବିଶେଷାଧିକାର ଭଙ୍ଗ ନୋଟିସ ଜାରି