ନୂଆଦିଲ୍ଲୀ,୦୭/୦୮: ଘରୋଇ  ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟରେ  ଭାରତର ନାଟକୀୟ ବିଜୟରେ  ହିରୋ ସାଜିଥିଲେ ପେସ୍‌ ବୋଲର ମହମ୍ମଦ ସିରାଜ । ସେ ଉଭୟ  ଇନିଂସ୍‌ରେ ମୋଟ ୯ଟି (୪୍ମ୫)  ୱିକେଟ୍‌ ନେବା ସହ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ । ତାଙ୍କ  ପ୍ରଦର୍ଶନ ବଳରେ ଭାରତ ୨-୨ରେ  ସିରିଜକୁ (୫ମ୍ୟାଚ୍‌) ଡ୍ର’ ରଖିଥିଲା ।  ତାଙ୍କର ଏହି ପ୍ରଦର୍ଶନକୁ ନେଇ  କିମ୍ବଦନ୍ତୀ ବ୍ୟାଟର ସଚିନ ତେନ୍ଦୁଲକର  ପ୍ରଭାବିତ ହୋଇ ପଡ଼ିଛନ୍ତି । ସମ୍ପୂର୍ଣ୍ଣ ସିରିଜରେ ସିରାଜଙ୍କ ଆଭିମୁଖ୍ୟ ଓ  ବୋଲିଂକୁ ସେ ପ୍ରଶଂସା କରିଛନ୍ତି ।  

ସଚିନ କହିଛନ୍ତି, ଅବିଶ୍ୱସନୀୟ ।  ସିରାଜ ଅନ୍ତିମ ଟେଷ୍ଟରେ ଶେଷ  ପର୍ଯ୍ୟନ୍ତ ଲଢ଼େଇ କରି ଇଂଲଣ୍ଡଠୁ  ବିଜୟ ଛଡ଼ାଇ ଆଣିଲେ । ସମ୍ପୂର୍ଣ୍ଣ ୫ଟି ଯାକ ମ୍ୟାଚ୍‌ ଖେଳିଲେ ଏବଂ ନିୟମିତ ସମାନ ବେଗରେ ମଧ୍ୟ ବୋଲିଂ କଲେ । ଏପରିକି ସେ ସିରିଜରେ ୧୦୦୦ରୁ  ଊଦ୍ଧ୍ୱର୍ ବଲ୍‌ ପକାଇଥିଲେ ମଧ୍ୟ ଥକି ପଡ଼ିନଥିଲେ । ଏହା ତାଙ୍କର ବଡ଼  ହୃଦୟ ଏବଂ ସାହସକୁ ଦର୍ଶାଉଛି । ମୋ’ ମତରେ ତାଙ୍କୁ ଯେତିକି ଶ୍ରେୟ  ମିଳିବା କଥା ମିଳିନାହିଁ । ଅନ୍ୟମାନଙ୍କ ସାମ୍ନାରେ ତାଙ୍କ କଠିନ ପରିଶ୍ରମ ଲୁଚି  ଯାଉଛି । ଦଳର ବିଜୟ ଏବଂ ସିରିଜ  ଡ୍ର’ ପାଇଁ ତାଙ୍କୁ ଶ୍ରେୟ ମିଳିବା ଉଚିତ ।