ନୂଆଦିଲ୍ଲୀ: କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ପ୍ରଶଂସା କରିବା ଖେଳାଳିଙ୍କ ପାଇଁ ଭାଗ୍ୟର ଖେଳ । ଆଇପିଏଲ ୨୦୨୬ର ଚାମ୍ପିୟନ୍ ହୋଇଛି ବେଙ୍ଗାଲୁରୁ । ଦଳ ବିଜୟୀ ହେବାପରେ ଷ୍ଟାର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟାଙ୍କ ପ୍ରଶଂସା କରିଛନ୍ତି ସଚିନ୍ । ଫାଇନାଲ ମୁକାବିଲାରେ ସେ ସେ ମାତ୍ର ଗୋଟିଏ ଓ୍ବିକେଟ୍ ନେଇଥିଲେ । ତଥାପି ସଚିନ ତାଙ୍କୁ ପ୍ରଶଂସା କରିଛନ୍ତି । ଆରସିବି ପକ୍ଷରୁ ରାସିଖ ସର୍ବାଧିକ ୩, ଭୁବି ଏବଂ ହାଜେଲ୍ ହୁଡ୍ ୨ଟି ଓ୍ବିକେଟ୍ ନେଇଛନ୍ତି । ତଥାପି କୃନାଲଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ସଚିନ୍ ।
What a fabulous delivery by @krunalpandya24! He watched the batter's feet until the very last moment before releasing the perfect ball to send him back to the dressing room.
— Sachin Tendulkar (@sachin_rt) May 31, 2026
ସଚିନ ନିଜର ସୋସିଆଲ ମିଡିଆ ପେଜରେ କୃନାଲଙ୍କ ପ୍ରଶଂସା କରିଛନ୍ତି । ସେ ଜଣେ ବୁଦ୍ଧିମାନ ଖେଳାଳି ବୋଲି କହିଛନ୍ତି । ତେବେ କୃନାଲ ଫାଇନାଲରେ ଜଶ ବଟଲରଙ୍କୁ ଆଉଟ୍ କରିଥିଲେ । ଯିଏକି ଗୁଜରାଟର ସ୍କୋରକୁ ଆଗକୁ ବଢ଼ାଇଥାନ୍ତେ । ଅଭିଜ୍ଞ ଖେଳାଳିଙ୍କ ଜାଲରେ ଫଶାଇଥିଲେ କୃନାଲ । ସେ ଚାଲାକର ସହ ବୋଲିଂ କରିଥିଲେ । ବଟଲର ଓ୍ବିକେଟରୁ ଆଗକୁ ଆସି ମାରିବାକୁ ପ୍ରୟାସ କରିଥିଲେ । ସେହି ସମୟରେ ବଲର ଗତିକୁ ବଢ଼ାଇ ବଟଲରଙ୍କୁ ଚକମା ଦେଇଥିଲେ । ବାହାରେ ବଲ ରଖିଥିବାବେଳେ ଜିତେଶ ଶର୍ମା ଷ୍ଟପିଂ କରିଥିଲେ ।
ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିବା ଗୁଜରାଟ ବଟଲରଙ୍କ ଉପରେ ଦୃଢ଼ ବିଶ୍ବାସ ରଖିଥିଲା । ଓ୍ବିକେଟ୍ ଯାଉଥିବାବେଳେ ବଟଲର ସ୍ଥିର ପ୍ରଦର୍ଶନ ଜାରି ରଖିଥିଲେ । ସେ ଅନ୍ତିମ ଓଭର ଗୁଡ଼ିକରେ ବଡ଼ ସ୍କୋର କରିଥାନ୍ତେ । ଏଭଳି ଲକ୍ଷ୍ୟ ରଖିଥିବାବେଳେ ପୂର୍ବରୁ ମଧ୍ୟ ଏଭଳି ଅନ୍ତିମ ଓଭରରେ ବଡ଼ ସ୍କୋର କରିବାର ନଜିର ରହିଛି । ମାତ୍ର ବଟଲରଙ୍କ ହାତ ଖୋଲିବାକୁ ଦେଇନଥିଲେ କୃନାଲ । ଯଦି ବଟଲର ରହିଥାନ୍ତେ ତାହେଲେ ୧୮୦ରୁ ଅଧିକ ସ୍କୋର କରିଥାନନ୍ତା ଟିମ୍ । ମାତ୍ର କୃନାଲ ଚାଲାକ କରି ଆଉଟ୍ କରିଥିଲେ ।
ଏହାସହ ପଢ଼ନ୍ତୁ : RCB winning moments : ଆରସିବିର ବିଜୟ ସେଲିବ୍ରେସନ, ପତ୍ନୀ-ପରିବାର ସହ ଝୁମିଲେ-ନାଚିଲେ ପ୍ଲେୟାର