PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

‘ସେକ୍ରେଡ ଗେମ୍ସ’ରେ ବୋଲ୍ଡ ସିନ୍ ଦେବା ଏହି ଅଭିନେତ୍ରୀଙ୍କ ପାଇଁ ପଡିଲା ମହଙ୍ଗା, ଲୋକେ ଅଶ୍ଳୀଳ ମେସେଜ କରି ମଜା ଉଠାଇଲେ…

ମୁମ୍ବାଇ ୧୩।୭: ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାରଙ୍କ ପାଇଁ ପରଦାରେ ବୋଲ୍ଡ ସିନ୍‌ କରିବା କିଛି ସହଜ କଥା ନୁହେଁ। ଯଦି କେବେ କୌଣସି ଅଭିନେତ୍ରୀ ସାହାସ ଦେଖାଇ ବୋଲ୍ଡ ସିନ୍‌ କରିଦିଅନ୍ତି ତାହାଲେ ସେମାନଙ୍କୁ ବହୁ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ। କିଏ ଏହାକୁ ଭଲ କୁହେ ତ ଆଉ କିଏ…

ତେବେ ଅଭିନେତ୍ରୀମାନେ ଯେତେ ଭଲ ଅଭିନୟ କରନ୍ତୁ ନା କାହିଁକି ସେମାନଙ୍କୁ ଲୋକେ ଅଲଗା ଅଲଗା ନଜରରେ ଦେଖିଥାନ୍ତି। ଏହା ସତ ଯେ, ପ୍ରତି ଲୋକଙ୍କର ନଜର ସମାନ ନଥାଏ କିନ୍ତୁ ଭାରତରେ ଅଧିକାଂଶ ଲୋକେ ବୋଲ୍ଡ ସିନ୍‌ କରୁଥିବା ଅଭିନେତ୍ରୀଙ୍କ ପାଇଁ ଖରାପ ଧାରଣା ରଖନ୍ତି।  

ତେବେ ୱେବ ସିରିଜ ସେକ୍ରେଡ ଗେମ୍ସରେ ବୋଲ୍ଡ ସିନ କରିଥିବା ଅଭିନେତ୍ରୀ ରାଜଶ୍ରୀ ଦେଶପାଣ୍ଡେଙ୍କ ସହ ମଧ୍ୟ କିଛି ସେମିତି ଘଟଣା ଘଟିଛି। କିଛି ଦିନ ତଳେ ରାଜଶ୍ରୀ ଏକ ସାକ୍ଷାତକାରରେ ବଡ ଖୁଲାସା କରିଛନ୍ତି। ରାଜଶ୍ରୀ କହିଥିଲେ ଯେ, ସେକ୍ରେଡ ଗେମ୍ସ ମୁକ୍ତିଲାଭ କରିବା ପରେ ଲୋକେ ତାଙ୍କୁ ଅଶ୍ଳୀଳ ମେସେଜ କରିବାକୁ ଲାଗିଲେ। ଏଥିପାଇଁ ତାଙ୍କୁ ଅନେକ ଖରାପ କଥା ମଧ୍ୟ ଶୁଣିବାକୁ ପଡିଥିଲା।

ସେକ୍ରେଡ ଗେମ୍ସରେ ରାଜଶ୍ରୀଙ୍କ ପାଇଁ ଏହି ସିନ୍‌ କରିବା ବହୁତ କଷ୍ଟକର ଥିଲା ବୋଲି ସେ ନିଜେ ପ୍ରକାଶ କରିଛନ୍ତି। ତାଙ୍କୁ ଜଣା ଥିଲା ଯେ, ସେ ଏହି ସିନ୍‌ କରିବା ପରେ ଲୋକେ ଏହାର କ୍ଲିପ୍‌ ହ୍ବାଟସ୍‌ଅପ ଓ ସୋସିଆଲ ମିଡିଆରେ ସେୟାର କରି ମଜା ଉଠାଇବେ। କିନ୍ତୁ ଏହି ସବୁ କଥାକୁ ସେ ନଜର ଅନ୍ଦାଜ କରିଥିଲେ। କିନ୍ତୁ ସେ ଭାବିନଥିଲେ ଯେ, ଏହି ସିନ୍‌ ଆଡଲ୍ଟ ସାଇଟ୍‌ରେ ଭାଇରାଲ ହେବ। ଫଳରେ ଲୋକଙ୍କର ମାନସିକତା ରାଜଶ୍ରୀଙ୍କ ପାଇଁ ବଦଳିଥିଲା। ଦର୍ଶକ ତାଙ୍କୁ ପର୍ଣ୍ଣ ଷ୍ଟାର ଭାବିବାକୁ ଲାଗିଲେ ଯେଉଁଥିପାଇଁ ସେ ଅନେକ ଅସୁବିଧାର ସାମ୍ନା କରିଛନ୍ତି ।

ୱେବ ସିରିଜ ସେକ୍ରେଡ ଗେମ୍ସରେ ରାଜଶ୍ରୀ  ନୱାଜୁଦ୍ଦୀନଙ୍କ ସ୍ତ୍ରୀ ସୁଭଦ୍ରା ଗାୟତୁଣ୍ଡେ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ସୈଫ ଅଲ୍ଲୀ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସେକ୍ରେଡ ଗେମ୍ସ ୨ର ଦମଦାର ଟ୍ରେଲର ଏବେ ରିଲିଜ ହୋଇଛି।ପ୍ରଥମ ସିଜିନ ଦର୍ଶକ ପସନ୍ଦ କରିଥିବାରୁ ଏହାର ଦ୍ବିତୀୟ ସିଜିନ୍‌ କରିବାର ନିଷ୍ପତ୍ତି ନିଆଯାଇଥିଲା।  ସେକ୍ରେଡ ଗେମ୍ସ ୨ର ଟ୍ରେଲର ଦେଖି ଲାଗୁଛି ଯେ, ପ୍ରଥମ ସିଜିନ ଭଳି ଏହି ସିଜିନରେ ମଧ୍ୟ ଅନେକ ସସପେନ୍ସ ରହିବ।  ନେଟ୍‌ଫିଲ୍ଲିକ୍ସ ଏହାର ଟ୍ରେଲର ଲଂଚ କରିବା ସମୟରେ କହିଥିଲା ଯେ, ଦ୍ବିତୀୟ ସିଜିନ୍‌ର ପ୍ରିମିୟର ଅଗଷ୍ଟ ମାସ ୧୫ ତାରିଖରେ ହେବ।   

ସମ୍ବନ୍ଧିତ ଖବର