PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ସ୍ୱାସ୍ଥ୍ୟ ପାଇଁ ବରଦାନ ସଦାବିହାରୀ ଫୁଲ ଗଛ, ଜାଣନ୍ତୁ ଏହାର ଚମତ୍କାର ଫାଇଦା

ନୂଆଦିଲ୍ଲୀ ୦୫/୧୦: ପ୍ରତ୍ୟେକ ଘରର ବଗିଚାରେ ସଦାବିହାରୀ ଫୁଲ ଗଛ ଦେଖିବାକୁ ମିଳେ। ଏହାର ରଙ୍ଗ ବେରଙ୍ଗର ପାଖୁଡା ଦେଖିଲେ ମନ ଖୁସି ହୋଇଯାଏ। ଏହା ଦେଖିବାକୁ ଯେତିକି ସୁନ୍ଦର, ସେତିକି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। ଏହାର ଔଷଧୀୟ ଗୁଣ ଅନେକ ରୋଗରେ ପ୍ରଭାବଶାଳୀ ହୋଇଥାଏ। ଚାଲନ୍ତୁ ଜାଣିବା ଏପରି ଚାରୋଟି ରୋଗ ବିଷୟରେ, ଯେଉଁଥିରେ ସଦାବିହାରୀ ଫୁଲ ଗଛ ଅତ୍ୟନ୍ତ ଲାଭଦାୟକ ।

औषधीय गुणों का भण्डार सदाबहार - Sadabahar Plant Benefits in Hindi |  Scientific World

-ସଦାବିହାରୀ ଗଛର ମୂଳରୁ ଆଜମାଲସିନ୍ ନାମକ ଏକ ଆଲକାଲଏଡ୍ ମିଳିଥାଏ, ଯାହା ବିପି ରୋଗୀଙ୍କ ପାଇଁ ଲାଭଦାୟକ । ଏହାର ଛାଲକୁ ପାଉଡର କରି ଖାଇବା ଦ୍ୱାରା ଫାଇଦା ମିଳିଥାଏ।

-ଯଦି ମଧୁମେହ ରୋଗୀ ସଦାବିହାରୀ ପତ୍ରର ରସ ପିଅନ୍ତି ଏବଂ ପତ୍ର ଚୋବାଇ ଖାଆନ୍ତି, ତେବେ ଏହା ଅନେକ  ଲାଭଦାୟକ ହେବ। ଏହା ସୁଗାର୍ ଲେବଲକୁ ନିୟନ୍ତ୍ରଣରେ ରଖିବ। ମଧୁମେହରେ ପୀଡିତ ଲୋକମାନେ ଏହାକୁ ଖାଇବା ଜରୁରୀ।

-କୁଣ୍ଡେଇ ହେବା ସମସ୍ୟାରୁ ଏହାର ଫୁଲ ମୁକ୍ତି ଦେଇଥାଏ। ଏହାର ପତ୍ରକୁ ଗ୍ରାଇଣ୍ଡ୍ କରି ପ୍ରଭାବିତ ଅଞ୍ଚଳରେ ଲଗାନ୍ତୁ, ଆପଣ କିଛି ସମୟ ମଧ୍ୟରେ ଆରାମ ପାଇବେ।

-ଚର୍ମ ସମ୍ବନ୍ଧୀୟ ସମସ୍ୟାରେ ମଧ୍ୟ ଏହି ଉଦ୍ଭିଦ ବହୁତ ଲାଭଦାୟକ ହୋଇଥାଏ, ଏହାର ରସ ବାହାର କରି ବ୍ରଣ ହୋଇଥିବା ସ୍ଥାନରେ ଲଗାନ୍ତୁ। ଆପଣ ଏଥିରୁ ଆରାମ ପାଇବେ।