ମାଲକାନଗିରି,୨୭/୧୧ (ଆପ୍ର )    ଜାତୀୟ ସ୍ତର ବିଜ୍ଞାନ ମେଳାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ମଣ୍ଡଳ ଅଧୀନସ୍ଥ ଆରଏସ୍‌ସି-୬ ଉନ୍ନୀତ ଉଚ୍ଚବିଦ୍ୟାଳୟ ଛାତ୍ରୀ ଲଳିତା ଖିଲ।   ବିଜ୍ଞାନ ମେଳାରେ ଅଂଶଗ୍ରହଣ  କରିବାକୁ ଲଳିତା ନାଗପୁର ଯାଇଥିଲେ । ଚଳିତ ମାସ ୧୮ ତାରିଖ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା। ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ସମସ୍ତ ପ୍ରକଳ୍ପକୁ ପଛରେ ପକାଇଲଳିତାଙ୍କ ସୁରକ୍ଷିତ ଡଙ୍ଗା ପ୍ରକଳ୍ପ ଶ୍ରେଷ୍ଠ ବିବେଚିତ ହୋଇଥିଲା।

 ଏହି ଖବର ପ୍ରଚାରିତ ହେବା ପରେ ଓଡ଼ିଶା ତଥା ମାଲକାନଗିରି ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି। ନାଗପୁର ରୁ ଚିତ୍ରକୋଣ୍ଡା କୁ ସମସ୍ତେ  ଫେରିବା ପରେ ଚିତ୍ରକୋଣ୍ଡା ବିଇଓ ଗାୟତ୍ରୀ ଦେବୀଙ୍କ ସଭାପତିତ୍ୱରେ ଚିତ୍ରକୋଣ୍ଡାର ଟେମ୍ପରାରି କଲୋନି ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସର ରେ ସମ୍ବର୍ଦ୍ଧନା ଦିଆଯାଇଛି କୁନି ବୈଜ୍ଞାନିକ ଲଳିତା ଙ୍କୁ।  ସ୍ବାଗତ ସମ୍ବଦ୍ଧିତାର ଉତ୍ସବରେ ଆଉଏସ୍‌ସି- ୬ ଉନ୍ନୀତ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଡମ୍ବରୁଧର ଗୋଲରୀ ଓ ଟେମ୍ପୋରାରି କଲୋଜି ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ସେଠୀଙ୍କ ସହିତ ବହୁ ଶିକ୍ଷକ ଓ ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ଅଞ୍ଚଳବାସୀ ଯୋଗ ଦେଇଥିଲେ।