PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

SIAM ଦ୍ଵାରା SAFE ସମ୍ମିଳନୀ ଆୟୋଜିତ, ମୁଖ୍ୟମନ୍ତ୍ରୀ କହିଲେ ସରକାରଙ୍କ ପାଇଁ ସଡ଼କ ସୁରକ୍ଷା ହେଉଛି ପ୍ରାଥମିକ କ୍ଷେତ୍ର

ଭୁବନେଶ୍ଵର, ୩୦/୦୯ : ସରକାରଙ୍କ ପାଇଁ ସଡ଼କ ସୁରକ୍ଷା ହେଉଛି ପ୍ରାଥମିକ କ୍ଷେତ୍ର। ରାଜ୍ୟ ପରିବହନ ବିଭାଗ ସହଯୋଗରେ SIAM ଦ୍ଵାରା ଆୟୋଜିତ SAFE ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କହିଛନ୍ତି। ସେ କହିଛନ୍ତି ଯେ, ସଡକ ନିରାପଦା ବଢାଇବା ପାଇଁ ଆମେ ୪ଟି ରଣନୀତି ଆପଣେଇଛୁ। ତାହା ହେଉଛି କାର୍ଯ୍ୟକାରୀତା, ସଡକ ଇଞ୍ଜିନିୟରିଂ ଶିକ୍ଷାରେ ଉନ୍ନତି ଏବଂ ଜରୁରୀକାଳୀନ ବ୍ୟବସ୍ଥା। ସଡକ ସୁରକ୍ଷା, ପରିବେଶ ସମ୍ବନ୍ଧୀୟ ସମସ୍ୟା ଏବଂ ସମାଧାନ ବାଣ୍ଟିବା ପାଇଁ ଏହି ସମ୍ମିଳନୀ ଏକ ଉତ୍ତମ ଉତ୍ସବ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସଡକ ସୁରକ୍ଷା ପଦକ୍ଷେପଗୁଡ଼ିକରେ ରାଜ୍ୟର କାର୍ଯ୍ୟଦକ୍ଷତାକୁ ଦର୍ଶାଇ ସେ କହିଛନ୍ତି ଯେ, ସଡକ ସୁରକ୍ଷା ଉପରେ ସୁପ୍ରିମକୋର୍ଟ କମିଟି ଦ୍ୱାରା କରାଯାଇଥିବା ଅଡିଟ୍ ସମୟରେ ଓଡିଶା ୬୬ ପ୍ରତିଶତ ସ୍କୋର କରିଛି ଏବଂ ସଡକ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ‘ଉଚ୍ଚ ପ୍ରଦର୍ଶନକାରୀ’ ଶ୍ରେଣୀଭୁକ୍ତ ହୋଇଛି। ସୁପ୍ରିମକୋର୍ଟ କମିଟି ଆମର କିଛି ପଦକ୍ଷେପକୁ ସର୍ବୋତ୍ତମ ଅଭ୍ୟାସ ଭାବରେ ମୂଲ୍ୟାଙ୍କନ କରିଛନ୍ତି ଏବଂ ପଡୋଶୀ ରାଜ୍ୟମାନଙ୍କୁ ସୁପାରିଶ କରିବାକୁ ପରାମର୍ଶ ଦେଇଛନ୍ତି। ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ସାହାଯ୍ୟ କରୁଥିବା ଲୋକଙ୍କ ପାଇଁ ଆମ ସରକାର ଏକ ପୁରସ୍କାର ଯୋଜନା ଆରମ୍ଭ କରିଛନ୍ତି। ଅଧିକରୁ ଅଧିକ ଲୋକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି। ଯାହାକି ଖୁସିର ବିଷୟ।

ସଡ଼କ ଦୁର୍ଘଟଣା ଆମ ସମସ୍ତଙ୍କ ପାଇଁ ଚିନ୍ତାର କାରଣ। ଆମ ରାଜ୍ୟ ସମେତ ସାରା ଦେଶରେ ସଡ଼କ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାନ୍ତି। ପରିବାର ଏବଂ ଆମ ଅର୍ଥନୀତି ଉପରେ ଏହାର ଗୁରୁତର ପ୍ରଭାବ ପଡିଛି ବୋଲି ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଆମର ସଡକକୁ ଅଧିକ ନିରାପଦ ତଥା ଉନ୍ନତ କରିବା ପାଇଁ ଅଟୋମୋବାଇଲ୍ ଉତ୍ପାଦନକାରୀମାନେ ଆମର ପଦକ୍ଷେପଗୁଡ଼ିକରେ ଭାଗିଦାରୀ ଜାରି ରଖିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ଏହି ଅବସରରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ ରାଜ୍ୟରେ ପ୍ରତିବର୍ଷ ପ୍ରାୟ ୭ ଲକ୍ଷ ନୂତନ ଯାନ ପଞ୍ଜିକୃତ ହେଉଛି। ସେମାନେ ଆମ ଅର୍ଥନୀତିରେ ବହୁତ ଅବଦାନ କରୁଛନ୍ତି। କିନ୍ତୁ ଦୁର୍ଘଟଣା ବୃଦ୍ଧି ପାଇଁ ଏହି ଅଭିବୃଦ୍ଧି କ୍ଷୂର୍ଣ୍ଣ ହେଉଛି। ଅଟୋମୋବାଇଲ୍ ନିର୍ମାତାମାନେ ନୂତନ ଏବଂ ନିରାପଦ ପ୍ରଯୁକ୍ତିବିଦ୍ୟା ଆଣିବେ ଏବଂ ରାସ୍ତାକୁ ଲୋକଙ୍କ ପାଇଁ ନିରାପଦ କରିବାରେ ସାହାଯ୍ୟ କରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର