PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ବର୍ଷାରେ ବେହାଲ୍‌ ଏସ୍‌ସିବି;  ପାଣିରେ ଗଡୁଛନ୍ତି ରୋଗୀ

କଟକ,୭/୧୦ : ଲଘୁଚାପଜନିତ ଲଗାଣ ବର୍ଷାରେ ବେହାଲ୍‌ ହୋଇଯାଇଛି ଏସ୍‌ସିବି । ବିଶ୍ୱସ୍ତରୀୟ ମେଡିକାଲ୍‌ ରୂପ ନେଉଥିବା ଏସ୍‌ସିବିରେ ଜଳବନ୍ଦୀ ସମସ୍ୟା ଯୋଗୁଁ ରୋଗୀ ଓ ସେମାନଙ୍କ ସଂପର୍କୀୟମାନେ ଗୁରୁବାର ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଛନ୍ତି । ମଧ୍ୟାହ୍ନରୁ ଲଗାଣ ବର୍ଷା କାରଣରୁ ଏସ୍‌ସିବିର ବିଭିନ୍ନ ୱାର୍ଡରେ ଦୟନୀୟ ସ୍ଥିତି ସୃଷ୍ଟି ହୋଇଥିବାବେଳେ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପରିସର(ଗ୍ରାଉଣ୍ଡ ଫ୍ଲୋର) ବନ୍ୟା ଭଳି ପାଣି ଘେରରେ ରହିଥିଲା । ମହିଳା ହଷ୍ଟେଲ୍‌କୁ ଯାତାୟାତ ବି କଷ୍ଟକର ହୋଇପଡ଼ିଥିଲା । ଅନ୍ୟପକ୍ଷରେ ଦୀର୍ଘ ସମୟ ଧରି ଜଳ ନିଷ୍କାସନ ହୋଇନପାରିବାରୁ ସିସିଟିଭି କଣ୍ଟ୍ରୋଲ ରୁମ୍‌ ଓ ଷ୍ଟୋର କର୍ମଚାରୀମାନେ ଏକପ୍ରକାର ଜଳବନ୍ଦୀ ଭିତରେ ରହିଥିଲେ ।

ତେବେ ପୁରୁଣା ଆଉଟ୍‌ଡୋର୍‌ ସାମ୍ନାରେ ଜଣେ ରୋଗୀ ପାଣିରେ ପଡ଼ିରହିଥିବା ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି । ଆଉଟ୍‌ଡୋର୍‌ ଛାତ ତଳେ(ରାସ୍ତାକୁ ଲାଗି କରି) ଜଣେ ରୋଗୀ ଘୋଡେଇ ହୋଇ ଶୋଇଥିଲେ । ରୋଗୀଙ୍କ ଶରୀରର ଅଧା ବର୍ଷା ପାଣିରେ ଥିବା ଦେଖିବାକୁ ମିଳିଥିଲା । ରୋଗୀଜଣକ ଅସହାୟ ଓ ମାନସିକ ଦୃଷ୍ଟିରୁ ଭିନ୍ନକ୍ଷମ ବୋଲି ଅନୁମାନ କରାଯାଉଛି । ତେବେ ଅସହାୟ ରୋଗୀଙ୍କ ସେବା ଯତ୍ନ କରିବା ପାଇଁ ଏସ୍‌ସିବିରେ ଦୁଇଟି ଘରୋଇ ସଂସ୍ଥା ନିଯୁକ୍ତ ହୋଇଛନ୍ତି । ମାସକୁ ଏହି ଦୁଇଟି ସଂସ୍ଥା ମେଡିକାଲରୁ ଲକ୍ଷାଧିକ ଟଙ୍କା ନେଉଥିବା ବେଳେ ଏହିଭଳି ରୋଗୀମାନଙ୍କ ଉପରେ ସେମାନଙ୍କ ନଜର ନ ପଡିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ସାମାଜିକ କର୍ମୀମାନେ ମତ ଦେଇଛନ୍ତି । ଏ ସମ୍ପର୍କରେ ହସ୍ପିଟାଲ୍‌ ମ୍ୟାନେଜର୍‌ ଦେବାଶିଷ ପାତ୍ର କହନ୍ତି, ମେଡିକାଲ ଭିତରେ ଓ ବାହାରେ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ହୁଏତ ଜଳ ନିଷ୍କାସନରେ ବାଧା ଉପୁଜୁଛି । ଏହାର ସମାଧାନ ପାଇଁ ଚେଷ୍ଟା କରାଯିବ । ଯଦି କୌଣସି ରୋଗୀ ଏଭଳି ସ୍ଥିତିରେ ଥିବେ ତେବେ ତୁରନ୍ତ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ସହ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି ।