PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଗଜପତି, ନବରଙ୍ଗପୁର ଜିଲ୍ଲା ସଂକଳ୍ପ ସମାବେଶରେ ଶାହଙ୍କ ଦୃଢ଼ୋକ୍ତି; ଏଥର ରାଜ୍ୟ, କେନ୍ଦ୍ରରେ ବିଜେପି ସରକାର

source: https://www.firstpost.com

ପାରଳାଖେମୁଣ୍ଡି/ ଉମରକୋଟ, ୧ା୪(ଆପ୍ର): ଫିର୍ ଏକବାର ମୋଦି ସରକାର । ରାଜ୍ୟର ଦୁର୍ନୀତିଗସ୍ତ୍ର ସରକାରକୁ ବଦଳାଅ । ଦୁର୍ନୀତିରେ ବୁଡିଥି଼ବା ଓଡିଶା ସରକାରକୁ କେନ୍ଦ୍ର ଯେତେ ଅନୁଦାନ ଦେଲେ ବି ଠିକ୍‌ ବାଟରେ ଖର୍ଚ୍ଚ ହେଉନି । ଏଭଳି ଆହ୍ୱାନ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ଉମରକୋଟଠାରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେବା ଅବସରରେ ଏହା କହିଛନ୍ତି ଅମିତ ଶାହ ।

ସେ କହିଥିଲେ, ସାରା ଦେଶରେ ମୋଦି ଲହର । ଏଣୁ ଓଡ଼ିଶାରେ ମଧ୍ୟ ସରକାର ପରିବର୍ତ୍ତନ ଅବଶ୍ୟମ୍ଭାବୀ । ରବିବାର ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କାଶୀନଗର ନିକଟ ସିଧାମଡ଼ଙ୍ଗ ଏବଂ ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍‌ଠାରେ ଆୟୋଜିତ ବିଜେପି ସଂକଳ୍ପ ସମାବେଶ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ଯୋଗ ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଗଠନ ହେଲେ ବିକାଶ ଧାରା ତ୍ୱରାନ୍ୱିତ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ଦାମୋଦର ରାଉତ, ବୈଜୟନ୍ତ ପଣ୍ଡା, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧିାରୀ ଗମାଙ୍ଗ, ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ ପମ୍ରଖୁ ମଧ୍ୟ କଂଗ୍ରେସ ଓ ବିଜେଡିକୁ ସିଧା ଟାଗେର୍ଟ୍‌ କରିଥିଲେ ।

ଶାହ କହିଥିଲେ ଯେ ରାଜ୍ୟରେ ଗତ ୧୯ ବର୍ଷର ନବୀନ ପଟ୍ଟନାୟକଙ୍କ ଶାସନ ଅମଳରେ କୌଣସି ବର୍ଗ ଲୋକଙ୍କ ବିକାଶ ହୋଇନାହିଁ । କେନ୍ଦ୍ର ସରକାର ମଞ୍ଜୁର କରିଥିବା ପାଣ୍ଠି ରାଜ୍ୟ ସରକାର ବିନିଯୋଗ କରି ପାରୁନାହାନ୍ତି । ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା ପଛୁଆ ରହିଛି । ଦାଦନ ଖଟିବାକୁ ଭିଟାମାଟି ଛାଡ଼ୁଛନ୍ତି ଯୁବକ । ତେଣୁ ଏହି ସରକାର ପରିବର୍ତ୍ତନ ଜରୁରି । ଏପ୍ରିଲ ୧ ତାରିଖ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦିବସରେ ସେ ଗଜପତି ଜିଲ୍ଲା ମାଟିରେ ପାଦ ଦେଇଥିବାରୁ ନିଜକୁ ଧନ୍ୟ ମନେ କରୁଥିବା କହିଥିଲେ ଅମିତ ଶାହ । ଉମରକୋଟଠାରେ ଶ୍ରୀ ଶାହ କହଥିଲେ, ଓଡିଆ ଭାଷା କହୁଥିବା ଓ ବୁଝୁଥିବା ଜଣେ ମୁଖ୍ୟମନ୍ତ୍ରୀ ଦେଇପାରିବ କେବଳ ବିଜେପ ।

ଏହି ଅବସରରେ ଶ୍ରୀ ଶାହ ବଙ୍ଗାଳୀ କାର୍ଡ ଖେଳିଥିଲେ । ସେ କହିଥିଲେ, ଯଦି ଆଗାମୀ ୫ ବର୍ଷ ପାଇଁ ବିଜେପି ସରକାର ଆସୁଛି, ତା’ ହେଲେ ବଙ୍ଗୀୟ ଶରଣାର୍ଥୀଙ୍କୁ ଭାରତର ସ୍ଥାୟୀ ନାଗରିକତ୍ୱ ଦିଆଯିବ । ଏ ସମ୍ପର୍କରେ ବିଜେପି ସରକାର ଏକ ବିଲ୍ ପାସ୍ କରିବାକୁ ଚାହୁଁଥିଲେ ମଧ୍ୟ କଂଗ୍ରେସ ଏବଂ ମମତା ବାନାର୍ଜୀଙ୍କ ତଣୃମଳୂ କଂଗେସ୍ର ଏହା କରାଇ ଦେଉନାହାନ୍ତି । ଏହା କହି ସେ ମମତାଙ୍କ ଉପରେ ବର୍ଷିଥିଲେ ।

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପାରଳା ମହାରାଜାଙ୍କ ଭୂମିକା ସର୍ମଣ କରି କେନ୍ଦମ୍ରନ୍ତ୍ରୀ ଧମେର୍ନ୍ଦ୍ର ପଧ୍ରାନ କହିଥିଲେ, ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଆଜି ଯାଏଁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର କର୍ଣ୍ଣଧାର ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ମାରକୀ ଭବନ ନିର୍ମାଣ ହୋଇନାହିଁ । ରାଜ୍ୟ ସରକାର ବଂଶଧାରା ଓ ମହେନ୍ଦତ୍ରନୟା ନଦୀର ଜଳ ସୁରକ୍ଷାରେ ବିଫଳ ହୋଇଛନ୍ତି । ଏପରିକି ଚାଷୀଙ୍କ ଉନତ୍ନ ପାଇଁ ପାରଳା ମହାରାଜାଙ୍କ ଅମଳରେ ହୋଇଥିବା ବିଭିନ୍ନ ସାଗରର ପୁନରୁଦ୍ଧାର ହୋଇନାହିଁ । ତେଣୁ ରାଜ୍ୟରେ ବିଜେପି ସରକାର ଆସିଲେ ଏସବୁ କରାଯିବା ସହ ପାରଳାଖେମୁଣ୍ଡି ସହରକୁ ସ୍ମାର୍ଟ ସିଟିରେ ପରିଣତ କରାଯିବ ବୋଲି ଧର୍ମେନ୍ଦ୍ର ପ୍ରଧାନ ପ୍ରତିଶୃତି ଦେଇଥିଲେ । ଏଥର ମୋଦି ସରକାର ଆସିଲେ ନବରଙ୍ଗପୁର ଜିଲ୍ଲାରେ ମକାରୁ ପେଟ୍ରୋଲ ଓ ଡେିଜଲ୍‌ ଉତ୍ପାଦନ ଲାଗି ଏକ କାରଖାନା ପ୍ରତିଷ୍ଠା କରାଯିବ । ଏଥିସହ ଅନ୍ୟାନ୍ୟ ଶିଳ୍ପାନୁଷ୍ଠାନ ଦିଗରେ ପଦକ୍ଷେପ ନିଆଯିବ । ଏଥିଲାଗି କେନ୍ଦ୍ର ଓ ରାଜ୍ୟରେ ଡବଲ୍‌ ଇଞ୍ଜିନର ଆବଶ୍ୟକତା ରହିଛି ବୋଲି କହିଥିଲେ ଶ୍ରୀ ପ୍ରଧାନ ।

ବରିଷ୍ଠ ବିଜେପି ନେତା ଦାମୋଦର ରାଉତ, ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ପାରଳାଖେମୁଣ୍ଡି ବିଧାୟକ ପ୍ରାର୍ଥୀ କେ.ନାରାୟଣ ରାଓ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବ୍ରହ୍ମପୁର ଲୋକସଭା ଆସନ ସମେତ ପାରଳାଖେମୁଣ୍ଡି ଓ ମୋହନା ବିଧାନସଭା ଆସନରେ ବିଜେପି ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ବୋଲି କହିଥିଲେ । ଉମରକୋଟ ସଭାରେ ସାଂସଦ ତଥା ଏଥରର ବିଜେପି ସାଂସଦ ପ୍ରାର୍ଥୀ ଇଂ. ବଳଭଦ ମାଝୀ, ନବରଙ୍ଗପୁର ବିଧାୟକ ପ୍ରାର୍ଥୀ ଗୌରୀଶଙ୍କର ମାଝୀ, ଉମରକୋଟ ବଧିାୟକ ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ, ଝରିଗାଁ ବିଧାୟକ ପ୍ରାର୍ଥୀ ପଶୁର୍ରାମ ମାଝୀ, ଡାବୁଗାଁ ପ୍ରାର୍ଥୀ ପଦନ୍ମ ନାୟକଙ୍କ ସହ ଜିଲ୍ଲା ସଭାପତି ଗୋବିନ୍ଦ ଜୈନ ପ୍ରମୁଖ ଉପସ୍ଥିତ ଥିଲେ ।