ନୂଆଦିଲ୍ଲୀ,୨୪/୦୪; ବିରାଟ କୋହଲିଙ୍କ ବିଷୟରେ ଏକ ପ୍ରସିଦ୍ଧ ଏବଂ ହୃଦୟସ୍ପର୍ଶୀ କାହାଣୀ ଅଛି, ଯିଏ ତାଙ୍କ ପିତାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ଦିଲ୍ଲୀ ଦଳ ପାଇଁ ରଣଜୀ ଟ୍ରଫି ମ୍ୟାଚରେ ତାଙ୍କର କର୍ତ୍ତବ୍ୟ ନିର୍ବାହ କରିଥିଲେ । ଏହା ପୂର୍ବରୁ, ସଚିନ ତେନ୍ଦୁଲକରଙ୍କ ପିତାଙ୍କର ୧୯୯୯ ବିଶ୍ୱକପ୍ ସମୟରେ ଦେହାନ୍ତ ହୋଇଥିଲା । ସେ ତାଙ୍କ ପିତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପରେ, ସେ ତୁରନ୍ତ ଟିମ୍ ଇଣ୍ଡିଆ ପାଇଁ ପଡ଼ିଆକୁ ଫେରିଥିଲେ । ଠିକ୍ ସେମିତି ଚେନ୍ନାଇର ମୁକେଶ ଚୌଧୁରୀ ମା' ଙ୍କୁ ହରାଇବା ସତ୍ତ୍ୱେ ୱାଙ୍ଖଡେ ମୈଦାନକୁ ଓହ୍ଲାଇ ଦଳ ପାଇଁ ପ୍ରତିବଦ୍ଧତାର ଏକ ଦୃଢ଼ ଉଦାହରଣ ସ୍ଥାପନ କରିଛନ୍ତି । ମା'ଙ୍କ ବିୟୋଗ ପରେ ବି ମୁମ୍ବାଇ ବିପକ୍ଷ ମ୍ୟାଚ ଖେଳିଲେ ଏବଂ ଡି କକ୍‌ଙ୍କ ୱିକେଟ୍ ଅକ୍ତିଆର କରିଥିଲେ ।

ରାଜସ୍ଥାନର ଭିଲୱାରାର ବାମହାତୀ ପେସର ମୁକେଶ ଚୌଧୁରୀ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ନେଟ୍ ବୋଲର ଭାବରେ ତାଙ୍କ ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ । ୨୦୨୨ରେ ସୁଯୋଗ ମିଳିଥିଲା, ସେ  ୧୩ ମ୍ୟାଚରେ  ୧୬ ୱିକେଟ୍ ନେଇ ଚେନ୍ନାଇର ପ୍ରମୁଖ ୱିକେଟ୍ ଟେକର ହୋଇଥିଲେ । ଗତ ବୁଧବାର ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ମୁକେଶଙ୍କ ମା'ଙ୍କ ଦେହାନ୍ତ ହୋଇଥିଲା । ଏହା ପରେ ମୁକେଶ ମା'ଙ୍କ ଶେଷକୃତ୍ୟ ସାରି ଚେନ୍ନାଇ ଶିବିରରେ ଯୋଗ ଦେଇଥିଲେ । ମୁମ୍ବାଇ ବିପକ୍ଷରେ ଖେଳିଥିଲେ ଏବଂ ୱିକେଟ୍ ନେଇଥିଲେ । ଚେନ୍ନାଇ-ମୁମ୍ବାଇ ମ୍ୟାଚରେ ମୁକେଶଙ୍କ ଏହି ପ୍ରତିବଦ୍ଧତାକୁ ନେଇ ବେଶୀ ଚର୍ଚ୍ଚା । ସୋସିଆଲ ମିଡିଆରେ ତାଙ୍କୁ ପ୍ରଂଶସାର ସୁଅ ଛୁଟିଛି । ମୁକେଶଙ୍କୁ ସାଲ୍ୟୁଟ୍ କରୁଛି ଚେନ୍ନାଇ ସୁପରକିଙ୍ଗସ ଏବଂ ସୋସିଆଲ ମିଡିଆ ୟୁଜର୍ସ । ଚେନ୍ନାଇ ମୁକେଶଙ୍କ ମା'ଙ୍କ ସମ୍ମାନର୍ଥେ​​​​​​​ କଳା ପଟି ପିନ୍ଧି ମ୍ୟାଚ ଖେଳିଥିଲା ।

ଏହା ବି ପଢନ୍ତୁ...ପାକିସ୍ତାନୀ ବୋଲରଙ୍କୁ ପ୍ରବଳ ପିଟା: ଇଣ୍ଟର ନ୍ୟାସନାଲ କ୍ରିକେଟ୍ ନୁହେଁ ଗାଁ ଖେଳାଳି ଭଳି ମାଡ଼ ଖାଇଲେ ଶାହିନ୍ ଓ ହାରିସ୍    

ମୁକେଶ ଗତ ଦୁଇଟି ସିଜିନରେ କେବଳ ତିନୋଟି ମ୍ୟାଚ୍ ଖେଳିଛନ୍ତି। ଏପର୍ଯ୍ୟନ୍ତ ୧୮ଟି ମ୍ୟାଚ୍ ରେ ତାଙ୍କ ନାମରେ ୨୦ଟି ୱିକେଟ୍ ଅଛି । ୱାଙ୍ଖେଡେ ଷ୍ଟାଡିୟମରେ ଚେନ୍ନାଇ ବିପକ୍ଷରେ ମୁମ୍ବାଇ ପାଇଁ ଖେଳି ମୁକେଶ ୪ ଓଭରରେ ୭.୭୫ ଇକୋନୋମି ରେଟ୍ ରେ ୩୧ ରନ୍ ଦେଇଥିଲେ ଏବଂ କ୍ୱିନ୍ ଡି କକଙ୍କ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ । ଏହି ସିଜିନର ଶେଷ ମ୍ୟାଚରେ ମୁକେଶ ହାଇଦ୍ରାବାଦ ବିପକ୍ଷରେ ୨୧ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ । ଡି କକ୍ଙ୍କ ୱିକେଟ୍ ନେବା ପରେ ମୁକେଶ ଆକାଶକୁ ଚାହିଁ ନୀରବ ସେଲିବ୍ରେସନ କରିଥିଲେ । ମନେ ହେଉଥିବା ସେ ତାଙ୍କ ମା' ଙ୍କୁ ମନେ ପକାଉଛନ୍ତି । ଚେନ୍ନାଇର ଏହି ବିଜୟକୁ ମୁକେଶଙ୍କୁ ଉତ୍ସର୍ଗ କରିଛନ୍ତି କ୍ୟାପ୍ଟେନ୍ ଋତୁରାଜ ଗାଏକ୍ୱାଡ । ସେ କହିଛନ୍ତି ମୁକେଶ ଜାଣିଥିଲେ ତାଙ୍କୁ ଦଳର ଆବଶ୍ୟକତା ଅଛି ।