ପ୍ରମୂଖ ଖବର
  • ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ପତ୍ର
  • ||
  • କଂଗ୍ରେସ ସଂକଳ୍ପ ସମାବେଶ ଯାତ୍ରା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ
  • ||
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

ଅଭିଯୁକ୍ତର ପିତାଙ୍କ ବଡ଼ ଦାବି , କହିଲେ–ସିସିଟିଭିରେ ଦେଖାଯାଉ ଥିବା ବ୍ୟକ୍ତି ମୋ ପୁଅ ନୁହେଁ

Published By : Prameya | January 23, 2025 10:39 PM

ମୁମ୍ୱାଇ : ବଲିଉଡ୍‌ ଅଭିନେତା ସୈଫ୍ ଅଲୀ ଖାନଙ୍କୁ ଆକ୍ରମଣ ଘଟଣାରେ ,ଅଭିଯୁକ୍ତ ମହମ୍ମଦ ଶରିଫୁଲ ଇସଲାମ ଶହଜାଦର ପିତା ରୁହୁଲ ଅମିନ ବଡ଼ ଦାବି କରିଛନ୍ତି। ତାଙ୍କର କହିବାନୁସାରେ ,ସୈଫ୍‌ଙ୍କ ଘରେ ଥିବା ସିସିଟିଭି ଫୁଟେଜ୍‌ରେ ଦେଖା ଯାଉଥିବା ବ୍ୟକ୍ତି ତାଙ୍କର ପୁଅ ନୁହେଁ। ଇଣ୍ଡିଆ ଟୁଡେ ସହ କଥାବାର୍ତ୍ତାରେ ସେ କହିଛନ୍ତି କି , ତାଙ୍କର ପୁଅ ଓ ସିସିଟିଭିରେ ନଜର ଆସୁଥିବା ବ୍ୟକ୍ତି ମଧ୍ୟରେ କୌଣସ ସମାନତା ନାହିଁ ।

ଅଭିଯୁକ୍ତ ଶରିଫୁଲ ଇସ୍ଲାମର ପିତା କୁହନ୍ତି , ସୈଫ୍ ଅଲ୍ଲୀ ଖାନଙ୍କ ଘରୁ ମିଳିଥିବା ସିସିଟିଭି ଫୁଟେଜରେ ଦେଖାଯାଉ ଥିବା ବ୍ୟକ୍ତି ମୋର ପୁଅ ନୁହେଁ। ଏହି ବ୍ୟକ୍ତିଙ୍କର କେଶ ବହୁତ ଲମ୍ୱା, ଯାହାକି ମୋ ପୁଅ ସାଧାରଣ ଭାବେ ସେନାର ଯବାନଙ୍କ ପରି ନିଜର କେଶ ଛୋଟ ରଖିଛି। ସେ କହିଛନ୍ତି କି , ଶରିଫୁଲ ନିଜର ମାଧ୍ୟମିକ ଶିକ୍ଷା ଶେଷ କରିଛି। ସେ ପରିବାରର ଭରଣ ପୋଷଣ କରିବା ପାଇଁ ବାଇକ୍-ରିକ୍ସା ଚଲାଉ ଥିଲା। 

ରୁହୁଲ ଅମିଲ ୨୦୦୭ ମସିହା ଯାଏ ବାଂଲାଦେଶର ଖୁଲନାରେ ଏକ ଝୋଟ ମିଲ୍‌ରେ କାମ କରୁଥିଲା। ଏହାପରେ ସେ ନିଜର ଗାଁ ଫେରି ଚାଷ କରୁଥିଲା। ଆକ୍ରମଣକାରୀ ମହମ୍ମଦ ଶରିଫୁଲ ଇସଲାମ ଶହଜାଦର ବାଂଲାଦେଶୀ ହେବାର ପ୍ରମାଣ ବି ମିଳିଯାଇଛି। ମୁମ୍ୱାଇ ପୁଲିସର କ୍ରାଇମ୍‌ବ୍ରାଞ୍ଚକୁ ଏହାର ବାଂଲାଦେଶୀ ଆଇଡି କାର୍ଡ ଓ ଡ୍ରାଇଭିଂ ଲାଇସେନ୍ସ ମିଳି ଯାଇଛି। ଏଥିରେ ଏହାର ନାଁ ଶରିଫୁଲ ଇସ୍ଲାମ ଲେଖା ହୋଇଛି।

ପୁଲିସକୁ ମିଳିଥିବା କାଗଜପତ୍ରରେ ଏହି କଥା ସ୍ପଷ୍ଟ ହୋଇ ସାରିଛି ଯେ, ତାଙ୍କ ପିତାଙ୍କ ନାଁ ମହମ୍ମଦ ରୁହୁଲ ଅମିଲ। ଗତ ରବିବାର ଶରିଫୁଲ ଇସଲାମ ଶହଜାଦ ମହମ୍ମଦ ରୋହିଲ୍ଲା ଅମିନ ଫକିରକୁ ଗିରଫ କରାଯାଇ ଥିଲା। ସେ ନିଜୟ ନାଁ ବିଜୟ ଦାସ ରଖି  ଅବୈଧ ଭାବେ ମୁମ୍ୱାଇରେ ରହୁଥିଲା । ସେ ବାଂଲାଦେଶର ବରିଶାଲରେ ରହୁଛି। ଗତ ୫ ମାସରୁ ସେ ମୁମ୍ୱାଇରେ ହିଁ ରହୁ ଥିଲା।

କହି ରଖୁଛୁ କି , ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ହୋଇଥିବା ପ୍ରାଣଘାତୀ ହମଲାକୁ ନେଇ ଲୋକେ ଲଗାତାର ପ୍ରଶ୍ନ କରୁଛନ୍ତି। ଉକ୍ତ ମାମଲାରେ ପୁଲିସର ଥିଓରୀ ଉପରେ ମଧ୍ୟ ଲୋକେ ସନ୍ଦେହ ପ୍ରକଟ କରୁଛନ୍ତି। ପଲଟିକାଲ ସର୍କଲ ଠାରୁ ନେଇ ସୋସିଆଲ ମିଡ଼ିଆ ଯାଏ ଲୋକେ ଏହା ବିଷୟରେ ଲେଖୁଛନ୍ତି ଏବଂ କହୁଛନ୍ତି। ମହାରାଷ୍ଟ୍ରର ମନ୍ତ୍ରୀ ନିତେଶ ରାଣେ ସୈଫଙ୍କ ଉପରେ ଛୁରାମାଡ଼ାକୁ ନେଇ ପ୍ରଶ୍ନ କରି ବିବାଦ ଠିଆ କରିଛନ୍ତି। ନିତେଶ ରାଣା ପଚାରିଛନ୍ତି କି, ସୈଫ୍‌ଙ୍କ ଉପରେ ବାସ୍ତବରେ ହମଲା ହୋଇଥିଲା ନା ସେ ଅଭିନୟ କରୁଥିଲେ। ତାଙ୍କର ଏହି ବୟାନ ଶିବସେନା ନେତା ସଞ୍ଜୟ ନିରୁପମଙ୍କ ଦ୍ୱାରା,  ସୈଫଙ୍କ ଗୁରୁତର କ୍ଷତରେ ୬ଘଣ୍ଟାର ସର୍ଜରୀ ପରେ ସାଧାରଣ ଜୀବନକୁ ଫେରିବା ଉପରେ ପ୍ରଶ୍ନ ଉଠିବାର ଦିନର ପରେ ଆସିଛି। ନିରୁପମ କହିଥିଲେ , ଯେଉଁ ବ୍ୟକ୍ତିଙ୍କର ଏତେ ବଡ଼ ଅପରେସନ ହୋଇଛି , ସେ ଏତେ ଶଘ୍ର ସୁସ୍ଥ କେମିତି ହୋଇ ପାରିବେ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.