ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସୈଫଙ୍କୁ ଛୁରାମାଡ ଘଟଣାରେ ଟ୍ବିଷ୍ଟ ; ମହିଳାଙ୍କ ସମ୍ପୃକ୍ତି ଥିବା ସୂଚନା, ଶରିଫୁଲ ସହ କ'ଣ କନେକ୍ସନ ?

Published By : Ankita S | January 28, 2025 10:05 AM

ମୁମ୍ବାଇ,୨୮/୦୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ଘଟଣାରେ ଗୋଟିଏ ପରେ ଗୋଟିଏ ଟ୍ବିଷ୍ଟ ଆସୁଛି । ତଦନ୍ତରେ ପଶ୍ଚିମବଙ୍ଗର ଜଣେ ମହିଳାଙ୍କ ସଂମ୍ପୃକ୍ତି ଥିବା ସାମ୍ନାକୁ ଆସିଛି । କିଏ ପ୍ରକୃତ ଆକ୍ରମଣକାରୀ କାହାର ରହିଛି ହାତ ତାହା ଜଣାପଡୁନାହିଁ । ସେପଟେ ଅଭିଯୁକ୍ତ ଶରିଫୁଲର ଫିଙ୍ଗରପ୍ରିଣ୍ଟସ କ୍ରାଇମ ସିନର ଚିହ୍ନ ସହ ମିଶୁ ନାହିଁ । ଏବେ ଜଣେ ମହିଳାଙ୍କ ସମ୍ପୃକ୍ତି ଥିବା ଟ୍ବିଷ୍ଟ ଆସିଛି । ପୋଲିସ ଉକ୍ତ ମହିଳାଙ୍କୁ ପଚରାଉଚରା କରୁଥିବା ଜଣାପଡିଛି ।

ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ କରିଥିବା ଅଭିଯୁ୍କ୍ତ ଶରିଫୁଲ ଇସଲାମ ଯେଉଁ ସିମ୍ କାର୍ଡ ବ୍ୟବହାର କରୁଥିଲା ତାହା ଜଣେ ମହିଳାଙ୍କ ନାମରେ ରେଜିଷ୍ଟ୍ରର ଥିଲା । ପୋଲିସ କେବଳ ଉକ୍ତ ମହିଳାଙ୍କୁ ପଚରାଉଚରା କରିଥିବା ଜଣାପଡିଛି । ମହିଳା ଜଣକ ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର । ୩ ବର୍ଷ ପୂର୍ବରୁ ମହିଳା ଜଣଙ୍କ ତାଙ୍କ ଫୋନ୍ ହଜାଇ ଦେଇଥିଲେ ।

ଏହା ବି ପଢନ୍ତୁ...କିଏ ପ୍ରକୃତ ଆକ୍ରମଣକାରୀ ? କ୍ରାଇମ୍‌ ସିନ୍‌ର ଚିହ୍ନ ସହ ମିଶୁନି ଅଭିଯୁକ୍ତର ଫିଙ୍ଗରପ୍ରିଣ୍ଟସ

ଜାନୁଆରୀ ୧୬ ତାରିଖରେ ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସଭବନରେ ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ହୋଇଥିଲା । ମରଣାନ୍ତ୍ରକ ଆକ୍ରମଣ କରିଥିଲା ଦୁର୍ବୃତ୍ତ । ପରିବାର ସୁରକ୍ଷା ପାଇଁ ଦୁର୍ବୃତ୍ତ ସହ ଏକାକୀ ଲଢିଥିଲେ ସୈଫ । ଘଟଣାର ତଦନ୍ତ କରିଥିଲା ମୁମ୍ବାଇ ପୋଲିସ । ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ୩୦ଟି ଟିମ୍‌ ଗଠନ ହୋଇଥିଲା ।  ଘଟଣାରେ ଡକାୟତି ଓ ବେଆଇନ ଅନୁପ୍ରେବଶ ସମେତ ମୋଟ ୫ଟି ମାମଲା ରଜ୍ଜୁ ହୋଇଥିଲା । ପ୍ରଥମେ ଜଣେ ସନ୍ଦିଗ୍ଧକୁ ପଚରାଉଚରା କରି ପୋଲିସ ଛାଡି ଦେଇଥିଲା । ଗତ ୧୯ ତାରିଖରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିଲା । ସେ ନାମ ବଦଳାଇ ପୋଲିସ ସହ ଲୁଚକାଳି ଖେଳୁଥିଲା । ଶେଷରେ ପୋଲିସ ତାକୁ କାବୁ କରିବାରେ ସଫଳ ହୋଇଥିଲା । ଅଭିଯୁକ୍ତ ଜଣକ ବାଂଲାଦେଶୀ ବୋଲି ଅନୁମାନ କରାଯାଉଥିଲା । ସେ ଜାତୀୟ ସ୍ତରରେ ଜଣେ ଖେଳାଳି । ଘରକୁ ଯିବାକୁ ଟଙ୍କା ଦରକାର ଥିବାରୁ  ସେ ସୈଫଙ୍କ ଘରେ ପଶି ଡକାୟତି କରିବାକୁ ଏପରି କାଣ୍ଡ ଘଟାଇଥିବା ସ୍ବୀକାର କରିଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.