ମୁମ୍ୱାଇ : ବଲିଉଡ୍‌ ଅଭିନେତା ସୈଫ୍‌ ଅଲୀ ଖାନଙ୍କ ଉପରେ ଗତ ଦିନରେ ହୋଇଥିବା ହମଲାର ମାମଲାରେ ନୂଆ ଟ୍ୱିଷ୍ଟ। ମୁମ୍ୱାଇ ପୁଲିସ ଯେଉଁ ବାଂଲାଦେଶୀ ନାଗରିକ ଶରିଫୁଲ ଇସଲାମ ଶହଜାଦକୁ ହମଲା କରିବାର ଅଭିଯୋଗରେ ଗିରଫ କରିଛି, ତାର ଫିଙ୍ଗରପ୍ରିଣ୍ଟସ କ୍ରାଇମ୍‌ ସିନ୍‌ରୁ ମିଳିଥିବା ଚିହ୍ନ ସହ ମିଶୁ ନାହିଁ। ରାଜ୍ୟର ସିଆଇଡି ଶରିଫୁଲ ଇସଲାମାର ଫିଙ୍ଗରପ୍ରିଣ୍ଟ ସାମ୍ପଲ୍ସର ନେଗେଟିଭ୍ ରିପୋର୍ଟ ସବମିଟ୍‌ କରିଛି। ଏଥିରେ ଏହା ମୁମ୍ୱାଇ ପୁଲିସ ପାଇଁ ବଡ଼ ଝଟକା କୁହାଯାଉଛି ,ଏବଂ ପ୍ରଶ୍ନ ଉଠୁଛି କି ପ୍ରକୃତ ଆକ୍ରମଣକାରୀ କଣ ଶରିଫୁଲ ଇସଲାମ ନା ଆଉ କିଏ ? 

ଉଲ୍ଲେଖନୀୟ ଯେ, ୧୬ ଜାନୁଆରୀରେ ହୋଇଥିବା ସୈଫ୍‌ ଅଲ୍ଲୀ ଖାନଙ୍କ ଉପରେ ହମଲା ମାମଲାରେ ପୁଲିସ ଘଟଣାର ପାଖାପାଖି ୭୨ ଘଣ୍ଟା ପରେ ଶରିଫୁଲ ଇସଲାମକୁ ଗିରଫ କରିଥିଲା। ପୁଲିସର ଦାବି ଯେ, ସେ ଚୋରି ଉଦ୍ଦେଶ୍ୟରେ ସୈଫ୍‌ଙ୍କ ଘରେ ପଶି ଥିଲା ଏବଂ ପରେ ଛୁରୀରେେ ଅଭିନେତାଙ୍କ ଉପରେ ହମଲା କରିଥିଲା। ‘ମିଡ୍ ଡେ’ର ରିପୋର୍ଟରେ କୁହାଯାଇଛି ଯେ, କ୍ରାଇମ୍‌ ସିନରୁ ମିଳୁଥିବା ଅଭିଯୁକ୍ତର ଫିଙ୍ଗରପ୍ରିଣ୍ଟ ଗିରଫ ହୋଇଥିବା ଅଭିଯୁକ୍ତ ସହ ମେଳ ହେଉନାହିଁ, ଯେଉଁଥିରେ ପ୍ରଶ୍ନ ଉଠୁଛି କି, ପୁଲିସ କୌଣସି ଅନ୍ୟ ବ୍ୟକ୍ତିକୁ ଗିରଫ କରିନି ତ ? ସୋସିଆଲ ମିଡ଼ିଆରେ ମଧ୍ୟ ଖୁବ୍‌ ପ୍ରଶ୍ନ ଉଠୁଛି କି, ସିସିଟିଭିରେ ନଜର ଆସୁଥିବା ବ୍ୟକ୍ତି ଓ ଶରିଫୁଲ ଇସଲାମ ଅଲଗା ଅଲଗା ବ୍ୟକ୍ତି। ପୁଲିସ ମଧ୍ୟ ଏହି ପ୍ରଶ୍ନ ଉପରେ ନିଜର ନିରବତା ଅବଲମ୍ୱନ କରିଛି।

ସୂତ୍ରାନୁସାରେ , ରିପୋର୍ଟରେ କୁହାଯାଇଛି କି,  ଶରିଫୁଲ ଇସଲାମର ୧୦ଫିଙ୍ଗରପ୍ରିଣ୍ଟସକୁ ସିଆଇଡିର ବ୍ୟୁରୋକୁ ପଠାଯାଇ ଥିଲା। ସିଆଇଡି ଏକ ସିଷ୍ଟମ ଜେନେରଟେଡ୍‌ ରିପୋର୍ଟ ମାଧ୍ୟମରେ ସ୍ପଷ୍ଟ କରିଛି କି, କ୍ରାଇମ୍ ସିନ୍‌ ପାଇଁ ନିଆଯାଇଥିବା ୧୯ଟି ଫିଙ୍ଗରପ୍ରିଣ୍ଟ ମଧ୍ୟରୁ କିଛି ବି ଅଭିଯୁକ୍ତର ଫିଙ୍ଗରପ୍ରିଣ୍ଟ ସହ ମ୍ୟାଚ୍ କରୁ ନାହିଁ। ଏହା ଶୁକ୍ରବାର ପୁନେର ସିଆଇଡି ସୁପରିଟେଣ୍ଡେଣ୍ଟଙ୍କୁ ରିପୋର୍ଟ ପଠାଯାଇ ଥିଲା । ଏହା ବ୍ୟତୀତ , ପଶ୍ଚିମୀ ରେଲୱେ ଦ୍ୱାରା ତିଆରି କରାଯାଇ ଥିବା ଚେହେରାର ଚିହ୍ନଟ ରିପୋର୍ଟ ଏବେ ଯାଞ୍ଚର ପରିସରରେ ରହିଛି। ସୈଫଙ୍କ ବିଲ୍ଡିଂରୁ ବ୍ୟକ୍ତିଙ୍କୁ ବାହାରକୁ ଆଣିବା ସମୟରେ ସିସିଟିଭି ଫୁଟେଜ୍‌ ଖୁବ୍‌ ଅସ୍ପଷ୍ଟ ଥିଲା ଏବଂ ଅଧିକାରୀ ମଧ୍ୟ ବର୍ତ୍ତମାନ ଟେକ୍ନୋଲଜିର ବ୍ୟବହାର କରି ଇମେଜ୍‌କୁ ଭଲ କରିପାରି ନାହାନ୍ତି।

ଏହି ମଧ୍ୟରେ , ମୁମ୍ୱାଇ ପୁଲିସକୁ ମଧ୍ୟ ଆଶଙ୍କା ଯେ, ସୈଫ୍‌ ମାମଲାରେ ଜଣେରୁ ଅଧିକ ଲୋକ ସାମିଲ ହୋଇ ପାରନ୍ତି। ଜଣେ ପୁଲିସ ଅଧିକାରୀ କହିଛନ୍ତି କି, ପୁଲିସ ୧୬ଜାନୁଆରୀରେ ବାନ୍ଦ୍ରାରେ ଆକ୍ଟରଙ୍କ ଆବାସରେ ଛୁରାମାଡ଼ ବେଳେ ସୈଫ୍‌ ଓ ତାଙ୍କ କର୍ମଚାରୀଙ୍କ ରକ୍ତର ସାମ୍ପଲ୍ସ ଓ ପୋଷାକ ଏକାଠି କରିଛି ଏବଂ ତାହାକୁ ଯାଞ୍ଚ ପାଇଁ ଫୋରେନ୍ସିକ୍‌ ବିଜ୍ଞାନ ଲ୍ୟାବ୍‌କୁ ପଠାଇ ଦେଇଛି। ୧୯ ଜାନୁଆରୀରେ ପୁଲିସ ପଡୋଶୀ ଠାନେ ସହରରୁ ଆକ୍ରମଣ ପାଇଁ ବାଂଲାଦେଶୀ ନାଗରିକ ଶରିଫୁଲ ଇସଲାମ ଶହଜାଦ ମହମ୍ମଦ ରୋହିଲ୍ଲା ଅମିନ ଫକିରକୁ ଗିରଫ କରିଛି। ଏକ କୋର୍ଟ ଶୁକ୍ରବାର ଶରିଫୁଲର ପୁଲିସ ହେପାଜତ ୨୯ଜାନୁଆରୀ ଯାଏ ବଢାଇ ଦେଇଛି। ଅଧିକାରୀ କହିଛନ୍ତି କି, ଅଭିଯୁକ୍ତ ଯାଞ୍ଚ ଟିମ୍‌ ସହ ସହଯୋଗ କରୁ ନାହିଁ ଏବଂ ସେ ଏବେସୁଦ୍ଧା ଏହା ଖୁଲାସା କରି ନାହିଁ କି, ସେ ଅପରାଧରେ ବ୍ୟବହୃତ ଅସ୍ତ୍ର କେଉଁ ଠାରୁ କିଣି ଥିଲା।