ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ସୈଫଙ୍କୁ ଛୁରାମାଡ ଘଟଣା; ସହାୟତା କରିଥିବା ଅଟୋ ଚାଳକଙ୍କୁ ସମ୍ମାନ,୧୧ ହଜାର ପୁରସ୍କାର ରାଶି ପ୍ରଦାନ

Published By : Ankita S | January 21, 2025 2:44 PM

ନୂଆଦିଲ୍ଲୀ,୨୧/ ୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ଘଟଣା ଏବେ ଚର୍ଚ୍ଚାରେ ରହିଛି । ଗିରଫ ଅଭିଯୁକ୍ତକୁ ନେଇ ଆଜି ସିନ୍ ରିକ୍ରିଏସନ କରିଛି ମୁମ୍ବାଇ ପୋଲିସ । ଗୋଟିଏ ପଟେ ଜଣେ ଡକାୟତି ଉଦ୍ଦେଶ୍ୟରେ ସୈଫଙ୍କୁ ଆକ୍ରମଣ କରିଥିଲା ଅନ୍ୟପଟେ ଆଉ ଜଣେ କିପରି ସହାୟତା କରିଥିଲା ତାର ସୁନ୍ଦର ଘଟଣା ଦେଖିବାକୁ ମିଳିଥିଲା । ଆହତ ସୈଫଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥିବା ଅଟୋ ଡ୍ରାଇଭର ଭଜନ ସିଂହ ରାଣାଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଫୈଜାନ ଅନ୍ସାରୀ ନାମକ ଜଣେ ବ୍ୟକ୍ତି ତାଙ୍କୁ ୧୧ ହଜାର ଟଙ୍କା ପୁରସ୍କାର ବାବଦକୁ ଦେଇଥିବା ଜଣାପଡିଛି ।

ସାମାଜସେବୀ ଫୈଜାନ ଅନ୍ସାରୀ ଅଟୋ ଡ୍ରାଇଭର ଭଜନ ସିଂହ ରାଣାଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ତାଙ୍କୁ ୧୧ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଛନ୍ତି । ସୈଫ ଅଲ୍ଲୀ ଖାନ୍ ରକ୍ତ ଜୁଡୁବୁଡୁ ଅଟୋ ଅଟୋ ଡାକିଥିଲେ । ଏହା ଶୁଣି ସୈଫ ଅଲ୍ଲୀଙ୍କୁ ଅଟୋରେ ବସାଇ ଡାକ୍ତରଖାନାରେ ପହଞ୍ଚିଥିଲେ ଅଟୋ ଡ୍ରାଇଭର ଭଜନ ସିଂହ ରାଣା । ଏହାପରେ ସେ ଦିନ ଘଟଣା ବାବଦରେ ଗଣମାଧ୍ୟମକୁ ଜଣାଇଥିଲେ । ପୋଲିସ ମଧ୍ୟ ତାଙ୍କୁ ପଚରାଉଚରା ପାଇଁ ଥାନାକୁ ଡାକିଥିଲା । ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ଘର ବଦଳାଇପାରନ୍ତି ସୈଫ । ଫର୍ଚ୍ଯୁନ ହାଇଟ୍ସ ଆପାର୍ଟମେଣ୍ଟରେ ଥିବା ତାଙ୍କୁ ନୂଆ ଘରକୁ ଯିବେ ସୈଫ । ତାଙ୍କ ଉପରେ ଆକ୍ରମଣ ହୋଇଥିବା ଘରେ ତଦନ୍ତ ଚାଲିଥିବାରୁ ସେ ନୂଆ ଘରକୁ ଯିବେ ବୋଲି ଜଣାପଡିଛି ।

ଏହା ବି ପଢନ୍ତୁ...ସୈଫଙ୍କୁ ହସ୍ପିଟାଲରେ କିଏ ପହଞ୍ଚାଇଥିଲେ ? ସେଦିନ ରାତି ଘଟଣା ବଖାଣିଲେ ଅଟୋ ଡ୍ରାଇଭର ଭଜନ ସିଂହ


ଜାନୁଆରୀ୧୬ ତାରିଖରେ ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସଭବନରେ ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ହୋଇଥିଲା । ମରଣାନ୍ତ୍ରକ ଆକ୍ରମଣ କରିଥିଲା ଦୁର୍ବୃତ୍ତ । ପରିବାର ସୁରକ୍ଷା ପାଇଁ ଦୁର୍ବୃତ୍ତ ସହ ଏକାକୀ ଲଢିଥିଲେ ସୈଫ । ଘଟଣାର ତଦନ୍ତ କରିଥିଲା ମୁମ୍ବାଇ ପୋଲିସ । ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ୩୦ଟି ଟିମ୍‌ ଗଠନ ହୋଇଥିଲା ।  ଘଟଣାରେ ଡକାୟତି ଓ ବେଆଇନ ଅନୁପ୍ରେବଶ ସମେତ ମୋଟ ୫ଟି ମାମଲା ରଜ୍ଜୁ ହୋଇଥିଲା । ପ୍ରଥମେ ଜଣେ ସନ୍ଦିଗ୍ଧକୁ ପଚରାଉଚରା କରି ପୋଲିସ ଛାଡି ଦେଇଥିଲା ।

ଗତ ୧୯ ତାରିଖରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିଲା । ସେ ନାମ ବଦଳାଇ ପୋଲିସ ସହ ଲୁଚକାଳି ଖେଳୁଥିଲା । ଶେଷରେ ପୋଲିସ ତାକୁ କାବୁ କରିବାରେ ସଫଳ ହୋଇଥିଲା । ଅଭିଯୁକ୍ତ ଜଣକ ବାଂଲାଦେଶୀ ବୋଲି ଅନୁମାନ କରାଯାଉଥିଲା । ସେ ଜାତୀୟ ସ୍ତରରେ ଜଣେ ଖେଳାଳି । ଘରକୁ ଯିବାକୁ ଟଙ୍କା ଦରକାର ଥିବାରୁ  ସେ ସୈଫଙ୍କ ଘରେ ପଶି ଡକାୟତି କରିବାକୁ ଏପରି କାଣ୍ଡ ଘଟାଇଥିବା ସ୍ବୀକାର କରିଥିଲା । ଆଜି (ମଙ୍ଗଳବାର) ଅଭିଯୁକ୍ତକୁ ସାଙ୍ଗରେ ସୈଫଙ୍କ ଘରେ ଘଟଣାର ସିନ ରିକ୍ରିଏସନ କରିଥିଲା ପୋଲିସ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.