ମୁମ୍ବାଇ,୧୮/୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରକୁ ଛୁରାମାଡ ଘଟଣା ଏବେ ଚର୍ଚ୍ଚାରେ ରହିଛି । ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ତାଙ୍କ ଉପରକୁ ମରଣାନ୍ତ୍ରକ ଆକ୍ରମଣ ହୋଇଥିଲା । ବର୍ତ୍ତମାନ ସୈଫ ସୁସ୍ଥ ଅଛନ୍ତି । ମୁମ୍ବାଇ ପୋଲିସର ୩୦ଟି ଟିମ୍ ଘଟଣାର ତଦନ୍ତ କରୁଛି । ତେବେ ସୈଫଙ୍କୁ ସେଦିନ ଡାକ୍ତରଖାନାରେ କିଏ ପହଞ୍ଚାଇଥିଲା । କେମିତି ଥିଲା ସେଦିନ ରାତିର ଘଟଣା । ଅଟୋ ଡ୍ରାଇଭର ଭଜନ ସିଂହ ବଖାଣିଛନ୍ତି ସେଦିନର ଘଟଣା ।

ଭଜନ ସିଂହଙ୍କୁ ପଚରାଉଚରା ନେଇ ବାନ୍ଦ୍ରା ପୋଲିସ  ଆଜି (ଶନିବାର) ତାଙ୍କୁ ଡାକିଥିଲେ, ଏହାକୁ ନେଇ ସେ କହିଛନ୍ତି, ଘଟଣା ବାବଦରେ ପଚରାଉଚରା ନେଇ ପୋଲିସ ମୋତେ ଡାକିଥିଲେ । ମୁଁ ସେଦିନ ରାତିରେ  ଟାଙ୍କା କାଥା ଭାବିନଥିଲି । ନା ମୁଁ ଏବେ କରୀନା କପୁରଙ୍କୁ ଯୋଗାଯୋଗ କରିଛି । ନା ଅନ୍ୟ କାହାକୁ । କାହା ସହିତ ମୋର କୌଣସି କାଥାବାର୍ତ୍ତା ହୋଇନାହିଁ ।

ସେଦିନ ରାତିର ଘଟଣା ବଖାଣି ସୈଫଙ୍କୁ ହସ୍ପିଟାଲ ନେଇଥିବା ଅଟୋ ଡ୍ରାଇଭର ଭଜନ ସିଂହ କହିଛନ୍ତି, ସୈଫ ଅଲ୍ଲୀ ଖାନ୍ ରକ୍ତ ଜୁଡୁବୁଡୁ ହୋଇଯାଇଥିଲେ । ଆମେ ଆସୁଥିଲୁ ହଠାତ୍ ଏକ ଶଦ୍ଦ ଶୁଣିଲୁ । ଦୂରରୁ ଜଣେ ଡାକିଲେ ରିକ୍ସା ରିକ୍ସା । ମୁଁ ଭୟଭୀତ ହୋଇଯାଇଥିଲି । ଏହା ପରେ ଗେଟକୁ ଗୋଟିଏ ଶଦ୍ଦ ଆସିଲା । ମୁଁ ୟୁଟର୍ଣ୍ଣ ନେଇ ଗେଟ୍ ପାଖକୁ ଗଲି । ସେଠାରେ ଗାଡି ପାର୍କ କଲି । ମୁଁ ଜାଣିନଥିଲି ସେ ସୈଫ ଅଲ୍ଲୀ ଖାନ ବୋଲି । ତାଙ୍କ ଧଳା ସାର୍ଟ ରକ୍ତରେ ଭିଜିଥିଲା । ରାସ୍ତା ଉପରୁ ସେ ସାଥୀରେ ଜଣେ ପିଲାକୁ ଧରି ଆସିଥିଲେ । ଅଟୋରେ ବସିବା ପରେ ସେ ହୋଲି ଫ୍ୟାମିଲି ହସ୍ପିଟାଲ ଯିବାକୁ କହିଥିଲେ । ସେ ବାରମ୍ବାର ପଚାରୁ ଥିଲେ ଆଉ କେତେ ସମୟ ଲାଗିବ । ଆମେ  ୧୦ ମିନିଟରେ ହସ୍ପିଟାଲରେ ପହଞ୍ଚିଥିଲୁ । ହସ୍ପିଟାଲ ଗେଟ ପାଖରେ ପହଞ୍ଚିବା ପରେ ସେଠାରେ ଗାର୍ଡ ମାନଙ୍କୁ କହିଥିଲେ ମୁଁ ସୈଫ ଅଲ୍ଲୀ ଖାନ୍... ଷ୍ଟେଚର ଆଣ । ଗାର୍ଡ ତୁରନ୍ତ ଷ୍ଟେଚର ଆଣି  ତାଙ୍କୁ ଭିତରକୁ ନେଇଥିଲେ ।



ଏହା ବି ପଢନ୍ତୁ...ଅସ୍ତ୍ରୋପଚାର ପରେ ଆଇସିୟୁରେ ଭର୍ତ୍ତି ହେଲେ ସୈଫ୍, ଅଭିଯୁକ୍ତକୁ ଚିହ୍ନଟ କଲା ବାନ୍ଦ୍ରା ପୋଲିସ




ଗତ ୧୬ ତାରିଖରେ ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସଭବନରେ ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ହୋଇଥିଲା । ମରଣାନ୍ତ୍ରକ ଆକ୍ରମଣ କରିଥିଲା ଦୁର୍ବୃତ୍ତ । ପରିବାର ପାଇଁ ଦୁର୍ବୃତ୍ତ ସହ ଏକାକୀ ଲଢିଥିଲେ ସୈଫ ଅଲ୍ଲୀ ଖାନ୍ । ଘଟଣାର ତଦନ୍ତ କରୁଛି ମୁମ୍ବାଇ ପୋଲିସ । ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ୩୦ଟି ଟିମ୍‌ ଗଠନ ହୋଇଛି ।  ଘଟଣାରେ ଡକାୟତି ଓ ବେଆଇନ ଅନୁପ୍ରେବଶ ସମେତ ମୋଟ ୫ଟି ମାମଲା ରଜ୍ଜୁ ହୋଇଛି । ସନ୍ଦିଗ୍ଧକୁ ପଚରାଉଚରା କରି ପୋଲିସ ଛାଡି ଦେଇଥିବା ଜଣାପଡିଛି ।