ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ସୈଫଙ୍କୁ ହସ୍ପିଟାଲରେ କିଏ ପହଞ୍ଚାଇଥିଲେ ? ସେଦିନ ରାତି ଘଟଣା ବଖାଣିଲେ ଅଟୋ ଡ୍ରାଇଭର ଭଜନ ସିଂହ

Published By : Ankita S | January 18, 2025 12:58 PM

ମୁମ୍ବାଇ,୧୮/୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରକୁ ଛୁରାମାଡ ଘଟଣା ଏବେ ଚର୍ଚ୍ଚାରେ ରହିଛି । ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ତାଙ୍କ ଉପରକୁ ମରଣାନ୍ତ୍ରକ ଆକ୍ରମଣ ହୋଇଥିଲା । ବର୍ତ୍ତମାନ ସୈଫ ସୁସ୍ଥ ଅଛନ୍ତି । ମୁମ୍ବାଇ ପୋଲିସର ୩୦ଟି ଟିମ୍ ଘଟଣାର ତଦନ୍ତ କରୁଛି । ତେବେ ସୈଫଙ୍କୁ ସେଦିନ ଡାକ୍ତରଖାନାରେ କିଏ ପହଞ୍ଚାଇଥିଲା । କେମିତି ଥିଲା ସେଦିନ ରାତିର ଘଟଣା । ଅଟୋ ଡ୍ରାଇଭର ଭଜନ ସିଂହ ବଖାଣିଛନ୍ତି ସେଦିନର ଘଟଣା ।

ଭଜନ ସିଂହଙ୍କୁ ପଚରାଉଚରା ନେଇ ବାନ୍ଦ୍ରା ପୋଲିସ  ଆଜି (ଶନିବାର) ତାଙ୍କୁ ଡାକିଥିଲେ, ଏହାକୁ ନେଇ ସେ କହିଛନ୍ତି, ଘଟଣା ବାବଦରେ ପଚରାଉଚରା ନେଇ ପୋଲିସ ମୋତେ ଡାକିଥିଲେ । ମୁଁ ସେଦିନ ରାତିରେ  ଟାଙ୍କା କାଥା ଭାବିନଥିଲି । ନା ମୁଁ ଏବେ କରୀନା କପୁରଙ୍କୁ ଯୋଗାଯୋଗ କରିଛି । ନା ଅନ୍ୟ କାହାକୁ । କାହା ସହିତ ମୋର କୌଣସି କାଥାବାର୍ତ୍ତା ହୋଇନାହିଁ ।

ସେଦିନ ରାତିର ଘଟଣା ବଖାଣି ସୈଫଙ୍କୁ ହସ୍ପିଟାଲ ନେଇଥିବା ଅଟୋ ଡ୍ରାଇଭର ଭଜନ ସିଂହ କହିଛନ୍ତି, ସୈଫ ଅଲ୍ଲୀ ଖାନ୍ ରକ୍ତ ଜୁଡୁବୁଡୁ ହୋଇଯାଇଥିଲେ । ଆମେ ଆସୁଥିଲୁ ହଠାତ୍ ଏକ ଶଦ୍ଦ ଶୁଣିଲୁ । ଦୂରରୁ ଜଣେ ଡାକିଲେ ରିକ୍ସା ରିକ୍ସା । ମୁଁ ଭୟଭୀତ ହୋଇଯାଇଥିଲି । ଏହା ପରେ ଗେଟକୁ ଗୋଟିଏ ଶଦ୍ଦ ଆସିଲା । ମୁଁ ୟୁଟର୍ଣ୍ଣ ନେଇ ଗେଟ୍ ପାଖକୁ ଗଲି । ସେଠାରେ ଗାଡି ପାର୍କ କଲି । ମୁଁ ଜାଣିନଥିଲି ସେ ସୈଫ ଅଲ୍ଲୀ ଖାନ ବୋଲି । ତାଙ୍କ ଧଳା ସାର୍ଟ ରକ୍ତରେ ଭିଜିଥିଲା । ରାସ୍ତା ଉପରୁ ସେ ସାଥୀରେ ଜଣେ ପିଲାକୁ ଧରି ଆସିଥିଲେ । ଅଟୋରେ ବସିବା ପରେ ସେ ହୋଲି ଫ୍ୟାମିଲି ହସ୍ପିଟାଲ ଯିବାକୁ କହିଥିଲେ । ସେ ବାରମ୍ବାର ପଚାରୁ ଥିଲେ ଆଉ କେତେ ସମୟ ଲାଗିବ । ଆମେ  ୧୦ ମିନିଟରେ ହସ୍ପିଟାଲରେ ପହଞ୍ଚିଥିଲୁ । ହସ୍ପିଟାଲ ଗେଟ ପାଖରେ ପହଞ୍ଚିବା ପରେ ସେଠାରେ ଗାର୍ଡ ମାନଙ୍କୁ କହିଥିଲେ ମୁଁ ସୈଫ ଅଲ୍ଲୀ ଖାନ୍... ଷ୍ଟେଚର ଆଣ । ଗାର୍ଡ ତୁରନ୍ତ ଷ୍ଟେଚର ଆଣି  ତାଙ୍କୁ ଭିତରକୁ ନେଇଥିଲେ ।



ଏହା ବି ପଢନ୍ତୁ...ଅସ୍ତ୍ରୋପଚାର ପରେ ଆଇସିୟୁରେ ଭର୍ତ୍ତି ହେଲେ ସୈଫ୍, ଅଭିଯୁକ୍ତକୁ ଚିହ୍ନଟ କଲା ବାନ୍ଦ୍ରା ପୋଲିସ




ଗତ ୧୬ ତାରିଖରେ ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସଭବନରେ ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ହୋଇଥିଲା । ମରଣାନ୍ତ୍ରକ ଆକ୍ରମଣ କରିଥିଲା ଦୁର୍ବୃତ୍ତ । ପରିବାର ପାଇଁ ଦୁର୍ବୃତ୍ତ ସହ ଏକାକୀ ଲଢିଥିଲେ ସୈଫ ଅଲ୍ଲୀ ଖାନ୍ । ଘଟଣାର ତଦନ୍ତ କରୁଛି ମୁମ୍ବାଇ ପୋଲିସ । ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ୩୦ଟି ଟିମ୍‌ ଗଠନ ହୋଇଛି ।  ଘଟଣାରେ ଡକାୟତି ଓ ବେଆଇନ ଅନୁପ୍ରେବଶ ସମେତ ମୋଟ ୫ଟି ମାମଲା ରଜ୍ଜୁ ହୋଇଛି । ସନ୍ଦିଗ୍ଧକୁ ପଚରାଉଚରା କରି ପୋଲିସ ଛାଡି ଦେଇଥିବା ଜଣାପଡିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.