PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

‘ପୁଅର ନାଁ ରାମ ରଖିପାରିବି ନାହିଁ…’ ଏଭଳି କାହିଁକି କହିଲେ ସୈଫ ଅଲୀ ଖାନ ; ଭିଡ଼ିଓ ଦେଖି ଚିହିଁକିଲେ ଲୋକେ

ନୂଆଦିଲ୍ଲୀ,୩୦/୯ : ବଲିଉଡ଼ ଅଭିନେତା ସୈଫ ଅଲୀ ଖାନ କେତେକ ଥର ପିଲାର ନାଁ ଇବ୍ରାହିମ, ତୈମୁର ଏବଂ ଜାହାଙ୍ଗୀର ରଖିବା ଲାଗି ସମାଲୋଚନାର ଶିକାର ହୋଇସାରିଛନ୍ତି । ଏବେ ପୁଣି ଥରେ ସୈଫ ଅଲ୍ଲୀ ଖାନଙ୍କ ଏକ ଭିଡ଼ିଓକୁ ନେଇ ସୋସିଆଲ ମିଡ଼ିଆରେ ହଇଚଇ ସୃଷ୍ଟି ହୋଇଛି । ପ୍ରକାଶ ଯେ, ସୈଫ ଅଲୀ ଖାନଙ୍କ ଫିଲ୍ମ ‘ବିକ୍ରମ ବେଧା’ର ରିଲିଜ ଯେପରି ପାଖେଇ ଆସୁଛି ସେହିପରି ବୟକଟ ଗ୍ୟାଙ୍ଗ୍ ସୋସିଆଲ ମିଡ଼ିଆରେ ଆକ୍ଟିଭ ହୋଇଯାଇଛନ୍ତି । ଏହି ଫିଲ୍ମକୁ ବୟକଟ୍ ଦାବି ଖୁବ ଜୋର ଧରିଛି । ଏଭଳି ସ୍ଥଳେ ସୈଫ ଅଲୀ ଖାନଙ୍କ ଏକ ଭିଡ଼ିଓରେ ଖୁବ୍ ଭାଇରାଲ ହେବାରେ ଲାଗଛି ।

ଫିଲ୍ମକୁ ବୟକଟ କରିବା ପଛରେ ଏକ ବଡ଼ କାରଣ ଏହାକି ସାଉଥରେ ଏହିଭଳି ନାଁରେ ଫିଲ୍ମର ହିନ୍ଦୀ ରିମେକ ଅଛି । ସାଉଥ ଫିଲ୍ମରେ ବିଜୟ ସେତୁପତି ଏବଂ ଆର ମାଧବନ ଦମଦାର ଅଭିନୟ କରିଥିଲେ । ଏବେ ଲୋକମାନଙ୍କର କହିବା କଥା କି ସେମାନେ ଏହି ଦମଦାର୍ ଫିଲ୍ମ ପୂର୍ବରୁ ଦେଖି ସାରିଛନ୍ତି ତ ଏବେ ଏହା ଉପରେ କାହିଁକି ନିଜର ପଇସା ବର୍ବାଦ କରିବୁ ! ଲୋକମାନେ ସୈଫ-ହ୍ରିତିକଙ୍କ ଏହି ଫିଲ୍ମକୁ ‘ଚିଫ କପି ପେଷ୍ଟ’ ପର୍ଯ୍ୟନ୍ତ କହି ସାରିଛନ୍ତି ।

ଏହାସହ ସୈଫ ଓ କରୀନାଙ୍କ ଏକ ପୁରୁଣା ଭିଡ଼ିଓ ଭାଇରାଲ ହେଉଛି । ଯେଉଁଥିରେ ଗୋଟିଏ ପଟେ ସୈଫ କହୁଛନ୍ତି କି ସେ ରାମଙ୍କ ନାମରେ ନିଜ ପୁଅର ନାଁ ରଖିପାରିବେ ନାହିଁ । ସେହିଭଳି କରିନା ନିଜ ପୁଅ ତୈମୁରଙ୍କ ନାଁ ନେଇ ମୁଗଲ ଶାସକଙ୍କ ତାରିଫ କରୁଥିବା ଦେଖା ଦେଉଛନ୍ତି । ଏବେ ଏହାକୁ ନେଇ ୟୁଜର୍ସଙ୍କ ରାଗ ଦେଖାଦେଇଛି ।