ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଛୁରାମାଡ଼ ଘଟଣା : ନିୟମିତ ଚେକଅପ୍‌ ପାଇଁ ମୁମ୍ୱାଇର ହସ୍ପିଟାଲକୁ ଗଲେ ସୈଫ୍ ଅଲ୍ଲୀ ଖାନ

Published By : Prameya | February 9, 2025 6:03 PM

ମୁମ୍ୱାଇ : ଗତ ୧୬ ଜାନୁଆରୀରେ ସୈଫ୍‌ ଅଲ୍ଲୀ ଖାନଙ୍କୁ ତାଙ୍କର ମୁମ୍ୱାଇ ସ୍ଥିତ ନିବାସରେ ଚୋରି ପ୍ରୟାସ ବେଳେ ହମଲା ହୋଇଥିଲା। ଜଣେ ଦୁର୍ବୃତ୍ତ ଘରେ ଗୁପ୍ତରେ ପଶି ଯାଇ ଥିଲା ଏବଂ ହାତାହାତି ବେଳେ ସୈଫ୍‌ ଅଲ୍ଲୀ ଖାନଙ୍କୁ ଭୀଷଣ ଭାବେ ଛୁରାମାଡ଼ କରିଥିଲା। ନିକଟରେ ଅଭିନେତାଙ୍କୁ ତାଙ୍କର ନିବାସରେ ଚୋରୀ ଘଟଣା ପରେ ନିୟମିତ ଯାଞ୍ଚ ପାଇଁ ସହରର ଏକ ହସ୍ପିଟାଲରେ ଦେଖିବାକୁ ମିଳିଥିଲା। ଆକ୍ରମଣ ଘଟଣାରେ ଲାଗିଥିବା ଆଘାତରୁ ଅଭିନେତା ଧିରେ ଧିରେ ସୁସ୍ଥ ହେଉଛନ୍ତି ଏବଂ ନିକଟରେ ହସ୍ପିଟାଲକୁ ସେ ଯିବା ବେଳେ ପେପରାଜି ( ଫଟୋ ସାମ୍ୱାଦିକ)ଙ୍କ ଦ୍ୱାରା ତାଙ୍କର ଫଟୋ କଏଦୀ କରାଯାଇ ଥିଲା। ତାଙ୍କର ସ୍ଥିତି ଓ ସୁସ୍ଥତା ବିଷୟରେ ଅଧିକ ସୂଚନାର ବର୍ତ୍ତମାନ ଖୁଲାସା କରାଯାଇ ନାହିଁ। 

୧୬ ଜାନୁଆରୀରେ , ତାଙ୍କୁ ମୁମ୍ୱାଇର ଏକ ହସ୍ପିଟାଲକୁ ୬ଥର ଛୁରାମାଡ଼ର କ୍ଷତ ସହ ନିଆ ଯାଇଥିଲା। ଯେଉଁଥିରୁ ଦୁଇଟି ଗଭୀର ଥିଲା ,ଯେଉଁଥିରେ ଗୋଟିଏ ତାଙ୍କର ମେରୁହାଣ୍ଡ ପାଖରେ ଥିଲା। ତାଙ୍କର ସର୍ଜରୀ ହୋଇଥିଲା ଏବଂ ପରେ କୁହାଯାଇଛି କି, ସେ ବିପଦ ମୁକ୍ତ ଅଛନ୍ତି। 

ପୁଲିସ ଉକ୍ତ ହମଲାରେ ଜଣେ ସଦିଗ୍ଧ ବାଂଲାଦେଶୀ ନାଗରିକ ମହମ୍ମଦ ଶରିଫୁଲ ଇସଲାମ ଶହଜାଦଙ୍କୁ ଗିରଫ କରିଛି। କାମ କଥା ଯଦି କହିବା ତ , ସୈଫ୍‌ ଅଲ୍ଲୀ ଖାନଙ୍କୁ ଶେଷ ଥର ଜୁନିୟର ଏନଟିଆର ଓ ଜାହ୍ନବୀ କପୁରଙ୍କ ସହ ତେଲୁଗୁ ଫିଲ୍ମ ଦେବରା : ପାର୍ଟ-୧ରେ ଦେଖାଯାଇ ଥିଲା। କୋରାଟାଲା ଶିବାଙ୍କର ଏହି ଫିଲ୍ମ ୨୭ ସେପ୍ଟେମ୍ୱର, ୨୦୨୪ରେ ରିଲିଜ ହୋଇଥିଲା। ଦେବରା : ପାର୍ଟ -୧ରେ ସୈଫ୍‌ ଅଲ୍ଲୀ ଖାନଙ୍କ ତେଲୁଗୁ ସିନେମାରେ ଡେବ୍ୟୁ ଫିଲ୍ମ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.