ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଡି​‌ସେମ୍ବର ୧୫ରେ ସୈନିକ ସ୍କୁଲ-ଓଏମ୍‌ସି ମିନି ମାରାଥନ୍‌

Published By : Prameya | December 10, 2024 2:43 PM

ଭୁବନେଶ୍ୱର,୧୦/୧୨: ସୈନିକ ସ୍କୁଲ ଓ ଓଏମ୍‌ସି  ଆନୁକୂଲ୍ୟରେ ୮ମ ମିନି ମାରାଥନ ଆସନ୍ତା ୧୫ ତାରିଖ ସକାଳ  ୬ଟାରେ ଆୟୋଜିତ ହେବ । ଏଥିରେ ସ୍କୁଲର ୬୦୦ କ୍ୟାଡେଟ୍‌,  ୨୦୦ ପୁରାତନ ଛାତ୍ର, ୪୦୦ରୁ ଊଦ୍ଧ୍ୱର୍ ସହୋଦୟ ସ୍କୁଲ ଏବଂ  ସରକାରୀ ବିଦ୍ୟାଳୟ ମାନଙ୍କରୁ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ।  

ପ୍ରତିଯୋଗୀମାନଙ୍କୁ ମାରାଥନର ୩୦ ମିନିଟ ପୂର୍ବରୁ  ସୈନିକ ସ୍କୁଲ ପରିସର ମଧ୍ୟରେ ଥିବା ଗାନ୍ଧୀ ମିନି ଷ୍ଟାଡିୟମରେ  ପହଞ୍ଚିବା ପାଇଁ ଅନୁରୋଧ କରାଯାଇଛି । ଏଠାରୁ ସିନିୟର  ପ୍ରତିଯୋଗୀମାନେ ନିଜର ଦୌଡ଼ ଆରମ୍ଭ କରି ସୈନିକ ସ୍କୁଲ  ମୁଖ୍ୟ ଗେଟ୍‌, ମଞ୍ଚେଶ୍ୱର ରାସ୍ତା, ରେଳ କଲୋନୀ ରାସ୍ତା,  ଓମ୍‌ଫେଡ଼୍‌ ଛକ, ନାଲକୋ-କଳିଙ୍ଗ ହସ୍ପିଟାଲ, ଜୟଦେବ  ବିହାର, ଆଚାର୍ଯ୍ୟବିହାର ଛକ, ଆପୋଲ ହସ୍ପିଟାଲ, ସୈନିକ  ସ୍କୁଲ ଛକ ଦେଇ ୧୦ କି.ମି. ପଥ ଅତିକ୍ରମ କରି ଶେଷରେ  ଆରମ୍ଭ ହୋଇଥିବା ଗାନ୍ଧୀ ଷ୍ଟାଡ଼ିୟମ ଠାରେ ଶେଷରେ ପହଞ୍ଚିବେ ।  

ସୈନିକ ସ୍କୁଲ ଅଧ୍ୟକ୍ଷ କର୍ଣ୍ଣେଲ ବାଲୁଭରତ, ସୈନିକ  ସ୍କୁଲ ପୁରାତନ ଛାତ୍ର ସଂଘର ସଭାପତି ମଧୁସୂଦନ ପାଢ଼ୀ ଓ  ପ୍ରତିଯୋଗିତାର ସଂଯୋଜକ ଅମିତାଭ ସ୍ୱାଇଁ ପ୍ରମୁଖ ପତାକା  ଦେଖାଇ ଦୌଡ଼ର ଶୁଭାରମ୍ଭ କରିବେ । ଏତଦ୍‌ ବ୍ୟତୀତ  ସୈନିକସ୍କୁଲ ଭୁବନେଶ୍ୱରର ୫୩ତମ ବାର୍ଷିକ ବନ୍ଧୁ ମିଳନ  ଆସନ୍ତା ୨୨ ତାରିଖରେ ସ୍କୁଲ ପ୍ରାଙ୍ଗଣରେ ଆୟୋଜିତ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.