ସଇନ୍ତଲା,୨୩।୬  (ଆପ୍ର ) : ସଇନ୍ତଳା ତହସିଲରେ ବିନା ଟଙ୍କାରେ କୌଣସି କାମ ହେଉନଥିବା ଅଭିଯୋଗ ହୋଇଥିଲା । ଏନେଇ ପ୍ରମେୟରେ ଖବର ପ୍ରକାଶ  ପରେ ସଇନ୍ତଳା ତହସିଲ ଅଧୀନରେ  ବେଲଗାଁ, ଟିକ୍ରାପଡା, ବୁଢାବାହାଲ, ସଇଁତଳା, ଗଣ୍ଡପତ୍ରାପାଲି, ଘୁନସର, କୁମ୍ଭାରୀ  ୬ ଗୋଟି ଆରଆଇ ସର୍କଲର   ସମସ୍ତ   ଆର ଆଇ ମାନଙ୍କୁ ତହସିଲଦାର  ଚିଠି କରିଛନ୍ତି। 

କୌଣସି  ଅଣ ସରକାରୀ  କିମ୍ବା ବାହ୍ୟ   ବ୍ୟକ୍ତିଙ୍କୁ ଆର ଆଇ କାର୍ଯ୍ୟାଳୟକୁ ପ୍ରବେଶ   ନକରିବା ସହ  ଭବିଷ୍ୟତ ରେ   ଯଦି ଏପରି ଅଭିଯୋଗ ଆସେ ତାହେଲେ କଠୋର କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିଠି ରେ ଉଲ୍ଲେଖ ରହିଛି । ହେଲେ ତହସିଲଦାରଙ୍କ ଚିଠିକୁ  ଖାତିର ନକରି ଆରଆଇଙ୍କ  ଜରିଆରେ   ଅନେକ ଦଲାଲ ବର୍ତ୍ତମାନ ମଧ୍ୟ ଚାଷୀଙ୍କ ଜମିକୁ ଯାଇ ଜମି ମାପ ଠାରୁ ଆରମ୍ଭ କରି ଆରଆଇ ମାନଙ୍କ ସହ କାମ କରୁଥିବା ପୂର୍ବତନ ଓକିଲ ସଂଘ ସଭାପତି ହିଜକ୍ଷ ତାଣ୍ଡି ଅଭିଯୋଗ ଆଣିଛନ୍ତି। 

ଆରଆଇ ସର୍କଲଗୁଡିକରେ  ଅନେକ ଫଳରେ ଗରିବ, ନିରୀହ ଲୋକଙ୍କୁ ଜମି ମାପ, ଜମି ପଟ୍ଟା ତିଆରି ଠାରୁ ଆରମ୍ଭ କରି ଦଲାଲ କାର୍ଯ୍ୟ କରୁଛନ୍ତି । ରେସିଡେଣ୍ଟ, ଜାତିଗତ ପ୍ରମାଣ ପତ୍ର ହାସଲ ପାଇଁ ଦଲାଲ ସାହାଯ୍ୟ ରେ ଆର ଆଇ ମାନେ ମୋଟା ଅଙ୍କର ଟଙ୍କା ଆଦାୟ କରି ଶୋଷଣ କରୁଛନ୍ତି। ଅନେକ ସ୍ଥାନରେ ଆର ଆଇ ମାନେ ଚାଷଙ୍କ ଗୁରୁତ୍ୱ ପୁର୍ଣ ଜାଗଜ ପତ୍ର ଓ ସରକାରୀ ଦସ୍ତାବିଜ ଗୁଡିକୁ ଦଲାଲ ହାତରେ ଛାଡି ଦେଉଥିବାରୁ ମନେଚ୍ଛା କାର୍ଯ୍ୟ କରୁଛନ୍ତି ବୋଲି ଆଇନଜୀବୀ ତଥା ପୂର୍ବତନ ଓକିଲ ସଂଘ ସଭାପତି ହିଜକ୍ଷ ତାଣ୍ଡି ଅଭିଯୋଗ ଆଣିଛନ୍ତି  ।

ଗତ ଫେବୃଆରୀ ୭ ତାରିଖ ସାମାଜିକ କର୍ମୀ ବଳଦେବ କୁମ୍ଭାର ମଧ୍ୟ ଦଲାଲ ମୁକ୍ତ ପାଇଁ ତହସିଲଦାର  ଆଶିଷ ଏକ୍କା ଙ୍କୁ ଏକ ଦାବିପତ୍ର ପ୍ରଦାନ  କରିଥିଲେ ।  ଗତ ୨୦୨୪ ମସିହାରେ ବେଲଗାଁ ଆର ଆଇ ସର୍କଲ ଶିଶକେଲା ଗ୍ରାମର ଜଣେ ଚାଷୀ ଡିମାରକେସନ ପାଇଁ ତହସିଲ ଅଫିସ ରେ ଆବେଦନ କରିଥିଲେ ହେଲେ ଦଲାଲ ସହାୟତାରେ ଆର ଆଇ ଉକ୍ତ ଚାଷୀ ଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗୀର ଭିଜିଲାନ୍ସ ହାତ ରେ ଧରାପଡ଼ିଥିଲେ । ସେହିପରି ୨୦୨୪ ରେ ମଧ୍ୟ ମିଉଟେସନ ପାଇଁ ଜଣେ ଅମିନ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଜେଲ ଯାଇଥିଲେ ତେବେ ସଇଁତଳା ତହସିଲରେ  ଦଲାଲ ମୁକ୍ତ ଓ ପିସି କାର ବାର ବନ୍ଦ କରିବାକୁ ଦାବୀ ହେଉଛି।