ନୂଆଦିଲ୍ଲୀ ୦୪/୦୪: ଫିଲ୍ମମେକର୍ ଅଲି ଅବ୍ୱାସ ଜଫର ନିଜର ଆଗାମୀ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି । ୟଶରାଜ ଫିଲ୍ମସ ବ୍ୟାନର୍ ଅଧୀନରେ ନିର୍ମାଣାଧୀନ ଏହି ଫିଲ୍ମର ଶୀର୍ଷକ ଘୋଷଣା ହୋଇନାହିଁ । ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ‘ସୈୟାରା’ ଫେମ୍ ଆହାନ ପାଣ୍ଡେ । ତାଙ୍କ ସହ ଶର୍ଭରୀ ୱାଗ, ଐଶ୍ୱର୍ଯ୍ୟ ଠାକରେ ଓ ବବି ଦେଓଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ।
ଫିଲ୍ମ ସୁଟିଂ ଆରମ୍ଭ ହେବାର ସୂଚନା ଦେଇ ଅଲି ଅବ୍ୱାସ ଜଫର ଇନ୍ଷ୍ଟାଗ୍ରାମ୍ ପୋଷ୍ଟ୍ରେ ଏକ ଫଟୋ ଶେୟାର କରିଛନ୍ତି । ଏଥିରେ ଆହାନ ପାଣ୍ଡେଙ୍କ ଗମ୍ଭୀର ଆଖି ଓ ଏକ କ୍ଲାପ୍ବୋର୍ଡ ଦେଖିବାକୁ ମିଳିଛି । ଏହା ଫିଲ୍ମରେ ତାଙ୍କ ଚରିତ୍ରର ପ୍ରଥମ ଝଲକ୍ । ଏଥିରେ ଆକ୍ସନ୍ ଓ ରୋମାନ୍ସର ତଡ଼କା ରହିବ । ଏହା ଆଦିତ୍ୟ ଚୋପ୍ରା ଓ ଅଲି ଅବ୍ୱାସ ଜଫରଙ୍କ ୫ମ ଫିଲ୍ମ । ଏହା ପୂର୍ବରୁ ଉଭୟ ‘ମେରେ ବ୍ରଦର୍ କି ଦୁଲହନ୍’, ‘ଗୁଣ୍ଡେ’, ‘ସୁଲ୍ତାନ’ ଓ ‘ଟାଇଗର ଜିନ୍ଦା ହୈ’ରେ କାମ କରିଥିଲେ ।
‘ସୈୟାରା’ର ବକ୍ସ ଅଫିସ୍ ସଫଳତା ପରେ ଆହାନ ପାଣ୍ଡେଙ୍କୁ ଜେନ୍ ଜିର ଆଗଧାଡ଼ିର ଅଭିନେତା ବୋଲି କୁହାଯାଉଛି । ଅନ୍ୟପକ୍ଷେ, ‘ମୁଞ୍ଜ୍ୟା’ ଭଳି ୧୦୦ କୋଟି ଆୟ କରିଥିବା ଫିଲ୍ମର ଅଭିନେତ୍ରୀ ଶର୍ଭରୀ ମଧ୍ୟ ଏଥିରେ ସ୍କ୍ରିନ୍ ଶେୟାର କରୁଛନ୍ତି । ଉଭୟ କଳାକାର ନିଜ ନିଜ ଅଭିନୟ ଦମ୍ରେ ଦର୍ଶକଙ୍କୁ ସିନେମାଘରକୁ ଟାଣିବାରେ ସଫଳ ହୋଇଛନ୍ତି । ସେଥିପାଇଁ ଫିଲ୍ମ ନିର୍ମାତା ଉଭୟଙ୍କ ଉପରେ ଭରସା କରିଛନ୍ତି ।
ଆହୁରି ପଢ଼ନ୍ତୁ...ସୂର୍ଯ୍ୟକୁମାର ଯାଦବଙ୍କୁ କିମିଆ କଲା ‘ଧୁରନ୍ଧର’ର ସେହି ନୃତ୍ୟ , ଅକ୍ଷୟ ଖାନ୍ନାଙ୍କ ଆଇକନିକ୍ ଡ୍ୟାନ୍ସକୁ କଲେ ରିକ୍ରିଏଟ୍