PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଅଫିସରେ ଟିକଟକ୍ ଭିଡିଓ କରିବାରୁ କଟିଲା ଦରମା

ନୁଆଦିଲ୍ଲୀ ୧୬/୭: ଭାରତରେ ଯଦି ହ୍ୱାଟ୍ସଆପ୍ ପରେ ସବୁଠାରୁ ଲୋକପ୍ରିୟ ମୋବାଇଲ୍ ଆପ କିଛି ଥାଏ ତେବେ ତାହା ହେଉଛି ଟିକଟକ । ପ୍ରାୟ ସବୁଦିନ ଟିକଟକ ସହିତ ଜଡିତ ଖବର ଶୁଣିବାକୁ ମିଳିଥାଏ । ତେବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଜାଣିବା ପରେ ଆପଣ ଆଉ ଅଫିସରେ ଟିକଟକ୍ ବ୍ଯବହାର କରିବେନାହିଁ । ତେଲେଙ୍ଗାନାର ଖମ୍ମମ ନଗର ନିଗମ (KMC) ନିଜ ୧୧ କର୍ମଚାରୀଙ୍କୁ ଟିକଟକ ଭିଡିଓ ବନାଇବା ଓ ଅଫିସ୍ କାର୍ଯ୍ଯ ସମୟରେ ସୋସିଆଲ ମିଡିଆ ଆପ୍ ବ୍ଯବହାର କରିବା ଅଭିଯୋଗରେ ପଦରୁ ହଟାଇ ଦେଇଛି ଏବଂ ସାଲାରୀ ମଧ୍ୟ କମାଇଦେଇଛି ।

ଏହାସହ ସେହି କର୍ମଚାରୀଙ୍କୁ ଭବିଷ୍ଯତରେ ଏମିତି ନକରିବା ପାଇଁ ଚେତାବନୀ ମଧ୍ଯ ଦେଇଛି । କେଏମସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ କେଏମସି କମିଶନର ଜେ ଶ୍ରୀନିବାସ ରାଓ ନିଗମ କାର୍ଯ୍ଯାଳୟରେ ନିଜ ପଦପଦବୀରୁ ୧୧ ଆଉଟସୋର୍ସ କର୍ମଚାରୀଙ୍କ ସ୍ଥାନାନ୍ତର କରିବା ପାଇଁ ଆଦେଶ ଦେଇଛନ୍ତି ଏବଂ ତାଙ୍କ ବେତନ ମଧ୍ଯ କମାଇ ଦେଇଛନ୍ତି । ଏହି କର୍ମଚାରୀଙ୍କ ମଧ୍ଯରେ ମହିଳାଙ୍କ ସହିତ କିଛି ପୁରୁଷ ମଧ୍ୟ ସାମିଲ ଥିଲେ । ତେବେ ସୂଚନା  ଅନୁସାରେ ଯେଉଁ ଭିଡିଓ ପାଇଁ ୧୧ କର୍ମଚାରୀଙ୍କ ଉପରେ କାର୍ଯ୍ଯାନୁଷ୍ଠାନ ନିଆଯାଇଛି ସେହି ଭିଡିଓ ବହୁତ ପୁରୁଣା ଏବଂ ତାକୁ ୨ ମାସ ତଳେ ରେକର୍ଡ କରାଯାଇଥିଲା ।