ସାଲେପୁର, ୨।୨: ବିଦ୍ୟୁତ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା । ସାଲେପୁର ବିଦ୍ୟୁତ ଉପଭୋକ୍ତା ସଂଘର ଆଠଦଫା ଦାବିକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ଅଣଦେଖା ପ୍ରତିବାଦ । ଆଜି ସାଲେପୁର ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ସାଲେପୁର ବିଦ୍ୟୁତ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ପ୍ରଦର୍ଶନରେ ସାଲେପୁର ବିଦ୍ୟୁତ୍ ଡିଭିଜନ ଉପଭୋକ୍ତା ସଂଘର ସଭାପତି ନନ୍ଦକିଶୋର ଭୂୟାଁଙ୍କ ସଭାପତିତ୍ୱରେ ଓ ଗଗନ ମିଶ୍ରଙ୍କ ପରିଚାଳନାରେ ଓଡ଼ିଶା ବିଦ୍ୟୁତ ଉପଭୋକ୍ତା ସଂଘର ସଭାପତି ତଥା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଯୋଗ ଦେଇଥିଲେ । ଟିପିଓଡିଏଲ ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଯେଉଁ ଭଳିଭାବେ ବିଭିନ୍ନ ଆଳଦେଖାଇ ଶୋଷଣ କରିଚାଲିଛି, ଆଗାମୀ ଦିନରେ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ନେତା ଦୀଲିପ ଦାଶ, କଂଗ୍ରେସ ନେତା ହରିବନ୍ଧୁ ଶତପଥୀ ,ଗୁଲୁରେଜ ଅଲ୍ଲୀ, ବେଣୁଧର ପ୍ରଧାନଙ୍କ ସମେତ ସତାଧିକ ଉପଭୋକ୍ତାମାନେ ସାମିଲ ହୋଇଥିଲେ । ଏହି ଅବସରରେ ସଂଘ ପକ୍ଷରୁ ମଞ୍ଚ ନିକଟରେ ଏକ ଅଭିଯୋଗ ଗ୍ରହଣ କେନ୍ଦ୍ର ଖୋଲାଯାଇଥିଲା ।
ଆହୁରି ପଢ଼ନ୍ତୁ... ଅବକାରୀ କନଷ୍ଟେବଳ ନିଯୁକ୍ତିରେ ଦୁର୍ନୀତି ! RTIରୁ ଚାଞ୍ଚଲ୍ୟକର ତଥ୍ୟ, ଅଯୋଗ୍ୟ ପାଇଛନ୍ତି ଚାକିରି, ଯୋଗ୍ୟଙ୍କୁ ବାଦ୍