PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ରକ୍ତ ଦେବୁ ପଛେ ସାଲିଆ ସାହିରୁ ଇଞ୍ଚେ ଦେବୁନି, ଉଚ୍ଛେଦ ବେଳେ ପୁଲିସ-ବସ୍ତିବାସିନ୍ଦା ଧସ୍ତାଧସ୍ତି

ଭୁବନେଶ୍ୱର ୧୯/୧୧: ବର୍ଷ ବର୍ଷ ଧରି ରହି ଆସୁଛୁ । ରକ୍ତ ଦେବୁ ପଛେ ସାଲିଆ ସାହିରୁ ଇଞ୍ଚେ ଜାଗା ଛାଡ଼ିବୁନି । ବିଏମ୍‌ସିର ମନମାନି ଚାଲିବ ନାହିଁ । ଶୁକ୍ରବାର ଲେଫ୍ଟ ପାରାଲାଲ ରୋଡ୍‌ ବା ବାମ ପାଶ୍ୱର୍ ସମାନ୍ତରାଳ ରାସ୍ତା ପାଇଁ ଉଚ୍ଛେଦ ବେଳେ ଏମିତି ଚେତାବନୀ ଦେଇଥିଲେ ସାଲିଆ ସାହି ବସ୍ତିବାସିନ୍ଦା । ଫଳରେ ପୁଲିସ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା ।

ରାସ୍ତା ପାଇଁ ବିଏମ୍‌ସି ପକ୍ଷରୁ ଉଚ୍ଛେଦ ଆରମ୍ଭ ହୋଇଥିଲା । ଶୁକ୍ରବାର ସକାଳେ ବିଏମ୍‌ସି ଅଧିକାରୀ ଓ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଉଚ୍ଛେଦ ପକ୍ରିୟା ଆରମ୍ଭ କରିଥିଲେ । ପ୍ରଥମେ ଖାଲି ଥିବା ସ୍ଥାନରୁ ଉଚ୍ଛେଦ ଆରମ୍ଭ ହୋଇଥିଲା । ଉଚ୍ଛେଦ ବେଳେ ବିବାଦ ଦେଖାଦେଇଥିଲା । ସାଲିଆ ସାହିରୁ ହଜାର ହଜାର ମହିଳା ପୁରୁଷ ମାଡି ଆସିଥିଲେ । ବିଏମ୍‌ସି ବିରୋଧରେ ନାରାବାଜି ଦେବା ସହ ଫେରିଯିବାକୁ ଚେତାବନୀ ଦେଇଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ଏପରି କି ପୁଲିସ ସହ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ପ୍ରାୟ ୩ ଘଣ୍ଟା ଧରି ସେଠାରେ ଉତ୍ତେଜନା ଲାଗି ରହିଥିଲା । ଖବରପାଇ ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପିଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ପହଞ୍ଚିଥିଲେ । ବସ୍ତିବାସିନ୍ଦା ଦାବି ରଖିଥିଲେ ଯେ ଜଙ୍ଗଲ ଜମିରେ ସେମାନେ ରହି ଆସୁଛନ୍ତି । କିନ୍ତୁ ବିକାଶ ନାଁରେ ସେମାନଙ୍କୁ ବଳି ପକାଯାଉଛି । ମନଇଚ୍ଛା ରାସ୍ତା ନେଇ ଲୋକଙ୍କୁ ହଟାଯାଉଛି । ଫଳରେ ସାଲିଆ ସାହିର ୧୫ ଶହ ପରିବାର ବେସାହାରା ହେବାକୁ ବସିଛନ୍ତି । ତେଣୁ ସରକାର ଏହି ନିଷ୍ପତ୍ତି ପ୍ରତ୍ୟାହର କରନ୍ତୁ । ଯଦି ସରକାର ଏହି ନିଷ୍ପତ୍ତିରୁ ନ ଓହରନ୍ତି ତାହାଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ସାଲିଆ ସାହି ଆଞ୍ଚଳିକ କମିଟିର ସଭାପତି ଅଞ୍ଜନ ନାଥ ।

ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଟ୍ରାଫିକ ଭିଡକୁ ନଜରରେ ରଖି ପୂର୍ତ୍ତ ବିଭାଗ ପକ୍ଷରୁ ବାମ ପାଶ୍ୱର୍ ସମାନ୍ତରାଳ ରାସ୍ତା ନିର୍ମାଣ ହେଉଛି । ଏହି ରାସ୍ତା ଇନ୍‌ଫୋସିଟି, ଉତ୍କଳ ହସ୍ପିଟାଲ ଦେଇ ଏକାମ୍ର କାନନକୁ ଲାଗିବ । ବର୍ତ୍ତମାନ ସୁଦ୍ଧା ୭୦ ପ୍ରତିଶତ କାମ ସରିଛି । କିନ୍ତୁ ସାଲିଆସାହି ବସ୍ତି ପାଇଁ ରାସ୍ତା କାମ ଆଗେଇ ପାରୁନି । ତେବେ ବିଏମ୍‌ସିର ମିଳିତ ଟିମ୍‌ ଉଚ୍ଛେଦ ପାଇଁ ଅଣ୍ଟା ଭିଡିଥିଲା । ମାତ୍ର ବିବାଦ ଯୋଗୁ ଉଚ୍ଛେଦ କାମ ବି ପୁରା ହୋଇ ପାରିନାହିଁ ।