ମୁମ୍ୱାଇ : ଏନସିପିର ବରିଷ୍ଠ ନେତା ବାବା ସିଦ୍ଦିକିଙ୍କର ତାଙ୍କ ବିଧାୟକ ପୁଅ ଜିଶାନଙ୍କର କାର୍ଯ୍ୟାଳୟରୁ ବାହାରିବା ସମୟରେ ଗୁଳି କରି ହତ୍ୟା କରାଯାଇ ଥିଲା। ବାବା ସିଦ୍ଦିକି ଦୀର୍ଘ ଦିନ ଯାଏ କଂଗ୍ରେସରେ ରହି ଥିଲେ ଏବଂ ଅନେକ ଥରର ବିଧାୟକ ମଧ୍ୟ ଥିଲେ। ତାଙ୍କର ଯେତେ ଚିହ୍ନା ପରିଚିତ ବ୍ୟକ୍ତି ରାଜନୀତିରେ ଥିଲେ , ଏଥିରୁ ଅଧିକ ଥିଲେ ବଲିଉଡର ବ୍ୟକ୍ତି ବିଶେଷ। ସଲମାନଙ୍କ ପୂରା ପରିବାର ବାବା ସିଦ୍ଦିକିଙ୍କ ନିକଟତରଙ୍କ ମଧ୍ୟରେ ରହିଛନ୍ତି। ଏବେ ସଲମାନଙ୍କ ପିତା ସଲିମ ଖାନ ସିଦ୍ଦିକିଙ୍କର ହତ୍ୟା ନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ ବାବା ସିଦ୍ଦିକିଙ୍କୁ ଜଣେ ଭଲ ମଣିଷ କହିବା ସହ ସେ ବହୁତ ଲୋକଙ୍କୁ ସାହାଯ୍ୟ କରି ଥିବା କହିଛନ୍ତି।
ସଲିମ୍ ଖାନ୍ ଏବିପି ନ୍ୟୁଜ୍କୁ ଦେଇଥିବା ସାକ୍ଷାତକାରରେ ବାବା ସିଦ୍ଦିକିଙ୍କ ବିଷୟରେ କହିଛନ୍ତି , ସେ ଜଣେ ଭଲ ଓ ପୁରୁଣା ବନ୍ଧୁ ଥିଲେ। ସଲମାନଙ୍କ ସହ ସ୍କୁଲରେ ପଡ଼ୁ ଥିଲେ। ତାଙ୍କର ହତ୍ୟା ପରେ ସମସ୍ତେ ତାଙ୍କ ଘରକୁ ଯାଇ ଥିଲୁ। ସେ ଭଲ ମଣିଷ ଥିଲେ, ବହୁତ ଲୋକଙ୍କୁ ସାହାଯ୍ୟ କରୁଥିଲେ। କିଛି ଲୋକଙ୍କ ସହ ଯଦି ସଂପର୍କ ଖରାପ ହୋଇଥାଏ ତ , ଏହା ଆମକୁ ଜଣା ନାହିଁ।
ସଲିମ କହିଛନ୍ତି, ଏହା ପୂର୍ବରୁ ଯେବେ ଧମକ ମିଳିଥିଲା, ସେତେବେଳେ ମୁଁ କହି ଥିଲି ଯେ, ଜୀବନ ଓ ମୃତ୍ୟୁ ଈଶ୍ୱରଙ୍କ ହାତରେ ରହିଛି। ଯଦି ତାଙ୍କ ହାତରେ ଅଛି ତ ଠିକ୍ ଅଛି , ଦେଖିବା। ଅନ୍ୟପଟେ କ୍ଷମା ମାଗିବା ପ୍ରଶ୍ନକୁ ନେଇ ସେ କହିଛନ୍ତି , କାହାକୁ କ୍ଷମା ମାଗିବୁ। ତାକୁ କ୍ଷମା ମଗା ଯାଏ , ଯାହା ସହ କିଛି ଭୁଲ ହୋଇ ଥାଏ।
ବାବା ସିଦ୍ଦିକିଙ୍କ ହତ୍ୟା ପରେ , ଏଥିରେ ନିଜକୁ ଦାୟୀ କରି ଏକ ସୋସିଆଲ ମିଡ଼ିଆ ପୋଷ୍ଟ ମାଧ୍ୟମରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ କହିଥିଲା। ମୁମ୍ୱାଇ ପୁଲିସ୍ ଏହି ଦିଗରେ ମଧ୍ୟ ମାମଲାର ଯାଞ୍ଚ କରୁଛି। ଲରେନ୍ସ ସେହି ଗ୍ୟାଙ୍ଗଷ୍ଟର , ଯିଏକି ସଲମାନ ଖାନଙ୍କୁ ମଧ୍ୟ ମାରିବାକୁ ଧମକ ଦେଇଛି। ଏଥି ଯୋଗୁଁ ସଲମାନଙ୍କ ସୁରକ୍ଷାକୁ ଖୁବ୍ ଅଧିକ ଟାଇଟ୍ କରି ଦିଆ ଯାଇଛି। ଇଣ୍ଟରଭ୍ୟୁରେ ଯେବେ ସଲିମ ଖାନଙ୍କୁ ପଚରା ଗଲା କି, ସେ କଣ ଭାବୁଛନ୍ତି କି ,ବାବା ସିଦ୍ଦିକିଙ୍କ ହତ୍ୟା ପଛରେ ସଲମାନଙ୍କ ବନ୍ଧୁତା କାରଣ ରହିଛି କି ? ଏହାକୁ ସେ ଏଡେଇ ଦେଇ କହିଥିଲେ , ସେ ଭାବୁ ନାହାନ୍ତି ଯେ, ଏଥିରେ କୌଣସି ସମ୍ୱନ୍ଧ ଥିବ।