ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଭୟରେ ଭାଇଜାନ୍‌ ! ମୁମ୍ବାଇରେ କଡ଼ା ସୁରକ୍ଷା ବଳୟରେ ଭୋଟ୍‌ ଦେଲେ ସଲମାନ୍‌

Published By : Tapas Panda | November 20, 2024 5:50 PM

Image Courtesy: abplive

ମୁମ୍ବାଇ: ଜାରି ରହିଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ୨୮୮ ଆସନ ଲାଗି ମତଦାନ କରୁଛନ୍ତି ଭୋଟର । ମୁମ୍ବାଇରେ ବଲିଉଡ୍ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ମତଦାନ କରିଛନ୍ତି । ସେହିଭଳି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଟାର୍ଗେଟକୁ ଆସିଥିବା ବଲିଉଡ ସୁପରଷ୍ଟାର ସଲମାନ ଖାନ ଆଜି ନିଜର ମତ ସାବ୍ୟସ୍ତ କରିଛନ୍ତି । ଆଖିରେ କଳା ଚଷମା ଏବଂ ମୁଣ୍ଡରେ ଟୋପି ପିନ୍ଧି ବାନ୍ଦ୍ରା ପଶ୍ଚିମ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ବଲିଉଡ୍‌ର ଭାଇଜାନ୍‌ । 

 ଏହି ସମୟରେ ସୁପରଷ୍ଟାରଙ୍କୁ ଘେରି ରହିଥିଲା କଡ଼ା ସୁରକ୍ଷା ବଳୟ ।  ଭୋଟ ଦେବା ପରେ ସଲମାନଙ୍କ ଖାନ ମତଦାନ କେନ୍ଦ୍ର ବାହାରକୁ ଆସି ହାତ ହଲାଇ ଉପସ୍ଥିତ ଲୋକମାନଙ୍କୁ ଅଭିବାଦନ ଜଣାଇଥିଲେ । ଏହା ସହ ସ୍ମିତହାସ୍ୟ ଦେଇ କ୍ୟାମରାକୁ ଅନାଇଥିଲେ ସଲମାନ୍‌ ।  ଅଭିନେତା ସଲମାନ ଖାନଙ୍କ ପୂର୍ବରୁ ତାଙ୍କ ବାପା ସଲିମ ଖାନ ଏବଂ ମା ସଲମା ଭୋଟ ଦେବାକୁ ଆସିଥିଲେ । ସେହିଭଳି ତାଙ୍କ ଭାଇ ସୋହେଲ ଖାନ ମଧ୍ୟ ଭୋଟ ଦେବାକୁ ପହଞ୍ଚିଥିଲେ । 

 ସେମାନଙ୍କ ବ୍ୟତୀତ ଅନ୍ୟ ବଲିଉଡ କଳାକାର ମତାଦନ କରିଛନ୍ତି । ଅକ୍ଷୟ କୁମାର, ରଣବୀର କପୁର, ଗୋବିନ୍ଦା, କାର୍ତ୍ତିକ ଆର୍ଯ୍ୟନ, ରାଜକୁମାର ରାଔ, ଫରହାନ ଅଖତରଙ୍କ ସମେତ ବହୁ କଳାକାର ନିଜ ନିଜର ନେତାଙ୍କ ଲାଗି ଭୋଟ ଦେଇଛନ୍ତି । ସୂଚନାଯୋଗ୍ୟ, ସଲାମାନ ଖାନ ନିଜର ଅପକମିଂ ଫିଲ୍ମ ‘ସିକନ୍ଦର’ ଲାଗି ଚର୍ଚ୍ଚାରେ ଅଛନ୍ତି । ଏବେ ଏବେ ଖବର ଆସିଥିଲା ଯେ, ଅଭିନେତା ରଶ୍ମିକା ମନ୍ଦାନାଙ୍କ ସହ ଫିଲ୍ମର ଦୁଇଟି ଗୀତ ସୁଟ୍‌ କରିସାରିଛନ୍ତି । ଦୁଇଟି ଗୀତ ଇଦ୍‌ ଏବଂ ହୋଲି ଉପରେ ପର୍ଯ୍ୟବେସିତ । ଆକ୍ସନ ଭର୍ତ୍ତି ଫିଲ୍ମ ‘ସିକନ୍ଦର’ ୨୦୨୫ ଇଦ୍‌ରେ ମୁକ୍ତିଲାଭ କରିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.