ମୁମ୍ବାଇ,୨୨/୪ : ବଲିଉଡ଼ର ଭାଇଜାନ୍, କେହି କେହି ସଲୁ ଭାଇ ବି ଡାକନ୍ତି । ଆମେ କହୁଛୁ ଅଭିନେତା ସଲମାନ ଖାନଙ୍କ କଥା । ଭିନ୍ନ ଭିନ୍ନ ନାଁରେ ମଧ୍ୟ ବେଶ୍ ପରିଚିତ ସେ । ରୂପେଲି ପରଦାରେ ତାଙ୍କର ଟିକେ ଝଲକ ପାଇବାକୁ ଫ୍ୟାନ୍ସ ବ୍ୟାକୁଳ ହୁଅନ୍ତି । ଅପେକ୍ଷାରେ ଥାନ୍ତି ତାଙ୍କର ଫିଲ୍ମକୁ ନେଇ । ଏବେ ସଲମାନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଅପକମିଂ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି ସଲୁ ଭାଇ ।
ସୁପରଷ୍ଟାର ସଲମାନ ଖାନ ଏବେ ନୂଆ ପ୍ରୋଜେକ୍ଟରେ କାମ ଆରମ୍ଭ କରିଦେଇଛନ୍ତି । ସେ ବାମଶୀ ପେଡ଼ିପଲ୍ଲୀଙ୍କ ଫିଲ୍ମରେ ନଜର ଆସିବାରେ ଅଛନ୍ତି । ଏବେ ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନର ସୁଟିଂରୁ ଭିଡ଼ିଓ ସାମ୍ନାକୁ ଆସିଛି । ଏହାସହ ଫିଲ୍ମର ଲିଡ଼୍ ହିରୋଇନର ନାଁ ବି କନଫର୍ମ ହୋଇଯାଇଛି । ଅଭିନେତ୍ରୀ ନୟନତାରା ଏହି ଫିଲ୍ମର ଭାଗିଦାରୀ ରହିବେ ।
ତରଣ ଆଦର୍ଶ ଲେଖିଛନ୍ତି କି, ସଲମାନ ଖାନ, ନୟନତାରା ବାମଶୀ ପେଡ଼ିପଲ୍ଲୀ ଏବଂ ଦିଲ ରାଜୁଙ୍କ ଫିଲ୍ମର ସୁଟିଂ ଆରମ୍ଭ କରି ଦେଇଛନ୍ତି । ଫିଲ୍ମର ଟାଇଟେଲ୍ ଏବେ ଫାଇନାଲ୍ ହୋଇନାହିଁ । ଏହାକୁ ପ୍ରାୟSVC 63ନାଁରେ ଜଣା ଯାଉଛି । ଫିଲ୍ମରେ ହାଇ ଲେବୁଲ୍ ଆକ୍ସନ ଦେଖିବାକୁ ମିଳିବ ।
ଫିଲ୍ମର ପ୍ରଥମ ଦିନ ସୁଟିଂର ଭିଡ଼ିଓରେ ନିର୍ଦେଶକ, ପ୍ରଡ୍ୟୁସର, ସଲମାନ ଖାନ ଏବଂ ନୟନତାରାଙ୍କୁ ଦେଖାଯାଇଛି । ନୟନତାରାଙ୍କୁ କଳା ରଙ୍ଗର ଆଉଟଫିଟରେ ଦେଖାଯାଇଛି । ସେ ଗାଡ଼ିରୁ ଓହ୍ଲାଇଥିଲେ ଏବଂ ନିଜ ଭ୍ୟାନରେ ଯାଇଥିଲେ । ସେହିଭଳି ସଲମାନ ଖାନ ବି ଗ୍ରାଣ୍ଡ ଏଣ୍ଟ୍ରି ନେଇଥିଲେ ଏବଂ ବାମସୀଙ୍କୁ ଆଲିଙ୍ଗନ କରିଥିଲେ । ସଲମାନ ଖାନ ସେଟ୍ ଦେଖିଥିଲେ ଏବଂ ପରେ ମୁହୁର୍ତ୍ତ ସୁଟ୍ ହୋଇଥିଲା ।