- ସଲମାନଙ୍କ ସିକ୍ରେଟ୍ କଥା
- ୨୫ର୍ଷ ହେବ ଡିନରରେ ଯାଇ ନାହାନ୍ତି
- ନିଜ କାମ ଓ ପରିବାର ଭିତରେ ଖୁବ୍ ବ୍ୟସ୍ତ
- ପ୍ରଶଂସକଙ୍କ ଭଲ ପାଇବା ତାଙ୍କୁ ଉତ୍ସାହିତ କରୁଛି
ନୂଆଦିଲ୍ଲୀ : ସଲମାନ ଖାନ ନିଜର ପର୍ସନାଲ ଜୀବନରେ ଖୁବ୍ କମ୍ କଥା ହୋଇଥାନ୍ତି। ଏକ ଇଭେଣ୍ଟରେ ସେ ନିଜର ଚାଲି ଯାଇଥିବା ବନ୍ଧୁଙ୍କୁ ମନେପକାଇ ଥିଲେ। କହିଥିଲେ, ସେ ଗତ ୨୫ ବର୍ଷ ହେବ ଡିନରରେ ଯାଇ ନାହାନ୍ତି, କେବଳ କାମ କରି ଚାଲିଛନ୍ତି। ସଲମାନ କହିଛନ୍ତି ଯେ, ତାଙ୍କୁ ଏହି କଥାର ପଶ୍ଚାତାପ ନାହିଁ, କାରଣ ଲୋକଙ୍କ ଠାରୁ ଏତେ ଭଲ ପାଇବା ଓ ସମ୍ମାନ ମିଳୁଛ। ସେ କହିଛନ୍ତି ଯେ, ସୁଟିଂ,ଘର , ଏୟାରପୋର୍ଟ ଓ ହୋଟେଲ , ବାସ୍ ଏସବୁରେ ତାଙ୍କର ସବୁ ସମୟ ଚାଲି ଯାଏ।
ସଲମାନ ଖାନ ଗୁରୁବାର ରେଡ୍ ସି ଫିଲ୍ମ ଫେଷ୍ଟିଭାଲରେ ଥିଲେ। ଏଠାରେ ସେ ନିଜର ଫିଲ୍ମ କ୍ୟାରିୟର ଉପରେ କହିଥିଲେ। ସୋସିଆଲ ମିଡ଼ିଆରେ ଏହି ଇଭେଣ୍ଟର ଅନେକ ଭିଡ଼ିଓ ଭାଇରାଲ ହେଉଛି। ସଲମାନ କହୁଛନ୍ତି , ମୋ ଜୀବନର ଅଧିକାଂଶ ସମୟ ମୋର ପରିବାର ଓ ବନ୍ଧୁଙ୍କ ଗହଣରେ ବିତିଛି। ଯେଉଁଥିରେ ଅନେକ ଚାଲି ଯାଇଛନ୍ତି ଏବଂ କେବଳ ୪-୫ ଜଣ ଅଛନ୍ତି , ଯିଏ ପୂର୍ବରୁ ମୋ ସହ ଅଛନ୍ତି। ୨୫-୨୬ ବର୍ଷ ହୋଇ ଗଲାଣି ମୁଁ ବାହାରକୁ କୁଆଡ଼େ ଡିନରରେ ଯାଇ ନାହିଁ। ସୁଟିଂରୁ ଘର , ଘରୁ ସୁଟିଂ , ଘରୁ ଏୟାରପୋର୍ଟ , ଏୟାରପୋର୍ଟରୁ ହୋଟେଲ , ହୋଟେଲରୁ ଏଠାକୁ । ବାସ୍ କବଳ ଏଠାକୁ। ଏହା ମୋର ଜୀବନ।
ସଲମାନ ଖାନଙ୍କୁ ଏହି କଥା ଉପରେ ପଶ୍ଚାତାପ ହେଉଛି କି ? ସେ କହିଥିଲେ – ମୋତେ ଏଥିରେ ଫରକ ମଧ୍ୟ ପଡ଼େ ନାହିଁ , ଆପଣ ଚାହୁଁଥିବେ ବୁଲା ବୁଲି କର , କିମ୍ୱା ଏସବୁ ନହେଉ। ଆପଣମାନେ ଏତେ ସମ୍ମାନ ଦେଉଛନ୍ତି , ଭଲ ପାଇବା ଦେଉଛନ୍ତି , ଏଥିପାଇଁ ପରିଶ୍ରମ କରୁଛି। ମଝି ମଝିରେ କିଛି ମାତ୍ରାରେ ଆତ୍ମସନ୍ତୁଷ୍ଟ ମଧ୍ୟ ହୋଇଯାଏ , କିନ୍ତୁ ଏହାକୁ ମଧ୍ୟ ଏନଜୟେ କରୁଛି କି, ଆଗକୁ କଣ ଆସିବାକୁ ଯାଉଛି।
#SalmanKhan : All my life I’ve always been around my family & friends, only few are left now & I rarely go out for dinner or party, my everyday routine is just from set to home & from home to set! pic.twitter.com/CiFdPAZlzl
— Shweta SK (@Shweta7770) December 11, 2025
ସଲମାନ ଖାନ ଦ୍ୱିତୀୟ ଥର ରେଡ୍ ସି ଫେଷ୍ଟିଭାଲକୁ ଆସିଛନ୍ତି। ଏଠାରେ ତାଙ୍କର ସାକ୍ଷାତ୍ ଜନି ଡେପଙ୍କ ସହ ମଧ୍ୟ ହୋଇ ଥିଲା। ବୁଧବାର ସଲମାନ ଖାନ ଫିଲ୍ମ ଫେଷ୍ଟିଭାଲରେ ଗୋଲଡେନ୍ ଗ୍ଲୋବ୍ସର ଡିନରରେ ସାମିଲ ହୋଇ ଥିଲେ। ସଦ୍ୟ ସେ ବିଗ୍ ବସ୍ର ସିଜନ -୧୯ ଶେଷ କରିଛନ୍ତି। ଏବେ ସଲମାନଙ୍କର ଅପକମିଂ ଫିଲ୍ମ ବ୍ୟାଟଲ ଅଫ୍ ଗଲୱାନକୁ ତାଙ୍କର ପ୍ରଶଂସକମାନେ ଖୁବ୍ ଅପେକ୍ଷାରତ। ସଲମାନଙ୍କ ସହ ଚିତ୍ରାଙ୍ଗଦା ସିଂହ ମଧ୍ୟ ଅଛନ୍ତି। ଫିଲ୍ମର ସୁଟିଂ ପୂରା ହୋଇ ସାରିଛି ଏବଂ ଏହା ଜୁନ୍ ୨୦୨୬ରେ ରିଲିଜ ହେବାର ଆଶା ରହିଛି।