IIFA ପୂର୍ବରୁ ସଲମାନ ସେୟାର କଲେ ନୂଆ ଲୁକ୍, ୟୁଜର୍ସ କହିଲେ-‘କିକ୍ ୨’ ଆସୁଛି କି ?

tv9hindi
ନୂଆଦିଲ୍ଲୀ ୨୬/୦୫: ସଲମାନ ଖାନ ବର୍ତ୍ତମାନ IIFA ୨୦୨୩ ପାଇଁ ଆବୁଧାବିରେ ଅଛନ୍ତି। IIFA ରେ ତାଙ୍କର ଜଲୱା ଦେଖିବାକୁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି। ଏଥର IIFA କୁ ଭିକି କୌଶଲ ଓ ଅଭିଷେକ ବଚ୍ଚନ ହୋଷ୍ଟ କରିବାକୁ ଯାଉଛନ୍ତି।
ଏହି ସମୟରେ ସଲମାନ ଆବୁଧାବିରେ ପହଞ୍ଚିବା ପରେ ନିଜର ଏକ ଫଟୋ ସେୟାର କରିଛନ୍ତି। ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଏହି ଫଟୋରେ ସୁପରଷ୍ଟାରଙ୍କ ନୂଆ ଲୁକ୍ ଦେଖି ଫ୍ୟାନ୍ସ ବିଭିନ୍ନ ଅନୁମାନ କରୁଛନ୍ତି । ସଲମାନ ସେୟାର କରିଥିବା ଫଟୋରେ ସେ ମେରୁନ ସାର୍ଟ ଓ କଳା ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସିଛନ୍ତି। ତାଙ୍କ ଲୁକ୍ ଟିକିଏ ଭିନ୍ନ ଦେଖାଯାଉଛି। ଫ୍ୟାନ୍ସ ତାଙ୍କୁ ପ୍ରଶଂସା କରୁଥିବାବେଳେ କିଛି ଲୋକ ତାଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି।
ଏହି ଲୁକ୍ ଦେଖିବା ପରେ କିଛି ୟୁଜର୍ ସଲମାନଙ୍କ ଫିଲ୍ମ କିକ୍ ମନେ ପକାଇଛନ୍ତି। ଜଣେ ୟୁଜର୍ କମେଣ୍ଟ ଦେଇ ଲେଖିଛନ୍ତି, କିକ୍ ୨ ଆସୁଛି କି? ଆଉ ଜଣେ ଲେଖିଛନ୍ତି, ଗଜବ ଭାଇଜାନ। ଅନ୍ୟ ଜଣେ ଲେଖିଛନ୍ତି, ସଲମାନ ଭାଇ ଲାଗୁଛି ଟାଇମ୍ ମିଳି ଯାଇଛି, ଦିନକୁ ଦିନ ଯବାନ ହୋଇଯାଉଛନ୍ତି। ଏଥି ସହିତ କିଛି ୟୁଜର୍ ତାଙ୍କୁ ଶସ୍ତା ଟନି ଷ୍ଟାର୍କ ବୋଲି ମଧ୍ୟ କହିଥିଲେ। ସଲମାନଙ୍କ ଏହି ନୂଆ ଲୁକ୍ ଦେଖି ଅନୁମାନ କରାଯାଉଛି ସେ କେଉଁ ପ୍ରୋଜେକ୍ଟ ପାଇଁ ଏହି ଲୁକ୍ ନେଇଛନ୍ତି। କିନ୍ତୁ ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଆଜିକାଲି ସଲମାନ ଟାଇଗର ୩ ପାଇଁ ସୁଟିଂ କରୁଛନ୍ତି।