ମୁମ୍ବାଇ, ୨/୩: ୨୦୦୩ ମସିହାରେ ରିଲିଜ୍ ହୋଇଥିଲା ‘ତେରେନାମ’ । ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଅଭିନୟ ଦର୍ଶକଙ୍କୁ କନ୍ଦାଇ ଦେଇଥିଲା । ଗୀତ ଗୁଡ଼ିକ ବେଶ ହିଟ୍ ହୋଇଥିଲା । ଯାହାକି ଆଜି ମଧ୍ୟ ଶ୍ରୋତାମାନେ ଗୁଣୁଗୁଣାଉଛନ୍ତି । ତେବେ ୨୩ ବର୍ଷ ପରେ ପୁଣିଥରେ ଏହି ଫିଲ୍ମକୁ ରି-ରିଲିଜ୍ କରାଯାଇଛି । ଆଉ ଆଜି ମଧ୍ୟ ଫିଲ୍ମର ଚାହିଦା ରହିଛି । ଦର୍ଶକେ ବେଶ ଭଲ ପାଇବା ଦେଉଥିବାବେଳେ ରୋଜଗାର ଦୃଷ୍ଟି କୋଣରୁ ମଧ୍ୟ ବେଶ ଭଲ ରହିଛି । ନିକଟରେ ରିଳିଜ୍ ହୋଇଥିବା ରାଣୀ ମୁଖାର୍ଜୀଙ୍କ ଅଭିନୀତ ଫିଲ୍ମ ମର୍ଦ୍ଦାନୀ-୩କୁ ମଧ୍ୟ ବ୍ୟବସାୟରେ ପଛରେ ପକାଇଛି ସଲମାନଙ୍କ ଫିଲ୍ମ ।
ଜାନୁଆରୀ ୩୦ ତାରିଖରେ ରିଲିଜ୍ ହୋଇଛି ମର୍ଦ୍ଦାନୀ-୩ । ଏବେ ମଧ୍ୟ ଏହା ସିନେମା ହଲରେ ଚାଲିଛି । ତେବେ ଫେବୃଆରୀ ୨୭ ତାରିଖରେ ୩୦ ଲକ୍ଷ, ୨୮ ତାରିଖରେ ୨୫ ଏବଂ ମାର୍ଚ୍ଚ ୧ରେ ୨୫ ଲକ୍ଷ ଟଙ୍କା ରୋଜଗାର କରିଛି । ମାତ୍ର ୨୩ ବର୍ଷ ପୂର୍ବରୁ ସିନେମା ହଲରେ ଚାଲିବା ପରେ ପୁନଃ ରିଲିଜ ହୋଇଛି ତେରେନାମ । ଗତ ୨୭ ତାରିଖରେ ରିଲିଜ୍ ହୋଇଥିବାବେଳେ ଏହି ୩ ଦିନରେ ମର୍ଦ୍ଦାନୀ-୩ଠାରୁ ୨ ଲକ୍ଷ ଟଙ୍କା ଅଧିକ ରୋଜଗାର କରିଛି । ୩ ଦିନରେ ୭୫ ଲକ୍ଷରୁ ଅଧିକ ରୋଜଗାର କରିଥିବାବେଳେ ପ୍ରଥମ ସପ୍ତାହରେ ୧ କୋଟି ସହଜରେ ପାର କରିଦେବ ବୋଲି ଆଶା ରଖାଯାଇଛି ।
‘ତେରେନାମ’ ଫିଲ୍ମ ୨୦୦୩ ମସିହାରେ ରିଲିଜ୍ ହୋଇଥିଲା । ୧୦ କୋଟି ଟଙ୍କା ବ୍ୟୟରେ ଫିଲ୍ମ ନିର୍ମାଣ ହୋଇଥିଲା । ଏହି ଫିଲ୍ମ ସୁପରହିଟ୍ ହୋଇଥିଲା । ଏହାସହ ବ୍ୟବସାୟ ଦୃଷ୍ଟି କୋଣରୁ ମଧ୍ୟ ଭଲ ହୋଇଥିଲା । ୨୪.୫୪ କୋଟି ଟଙ୍କାର ରୋଜଗାର କରିଥିଲା । ସଲମାନ ଖାନଙ୍କ ଅଭିନୟକୁ ଦର୍ଶକେ ଏତେ ଭଲ ପାଇବା ଦେଇଥିଲେ କି, ସେହି ସମୟରେ ତାଙ୍କର ହେୟାର ଷ୍ଟାଇଲକୁ ପ୍ରାୟ ଅନୁସରଣ କରିଥିଲେ । ସେହି ସମୟରେ ଏହି ଷ୍ଟାଇଲ ମଧ୍ୟ ଅନେକ ଯୁବପୀଢ଼ୀମାନେ କରିଥିଲେ । ଦୁଃଖଦ ଲଭଷ୍ଟୋରୀ ଫିଲ୍ମଟି ସେହି ସମୟରେ ସମସ୍ତ ବର୍ଗର ଦର୍ଶକଙ୍କ ପ୍ରଥମ ପସନ୍ଦ ପାଲଟିଥିଲା । ସବୁଠାରୁ ଏହି ଫିଲ୍ମର ଗୀତ ଗୁଡ଼ିକ ଅଧିକ ମନକୁ ଛୁଇଁଥିଲା । ମ୍ୟୁଜିକାଲ ହିଟ୍ ହୋଇଥିବା ସମସ୍ତ ଗୀତକୁ ଭଲ ପାଇବା ମିଳିଛି ।
ଏହାସହ ପଢ଼ନ୍ତୁ : ସ୍ବାମୀଙ୍କୁ ଛାଡ଼ି ପରପୁରୁଷ ପ୍ରେମରେ ପଡ଼ିଥିଲା, ଭଉଣୀର ଜୀବନ ନେଇଗଲା ଭାଇ...