ଚେନ୍ନାଇ, ୨/୩  : ଭିଣୋଇଙ୍କୁ ଛାଡ଼ି ଅଲଗା ଲୋକର ପ୍ରେମରେ ପଡ଼ିଥିଲା ଭଉଣୀ । ସହିପାରିଲାନି ଭାଇ । ପ୍ରଥମେ କଥା କଟାକଟି, ପରେ ଦେନଲା ଉଗ୍ରରୂପ । ଭଉଣୀକୁ ମାରିଦେଲା ଭାଇ । ତାମିଲନାଡୁର ଥୁଥୁକୁଡ଼ି ଜିଲ୍ଲାରୁ ଆସିଛି ଏଭଳି ଏକ ଅଭାବନୀୟ ଖବର । ପୁଲିସ ମୃତଦେହକୁ ଉଦ୍ଦାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବାବେଳେ ଅଭିଯୁକ୍ତ ଭାଇ ଏବଂ ତାଙ୍କ ସାଙ୍ଗକୁ ଗିରଫ କରିଛି । ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ଏହାସହ ପଢ଼ନ୍ତୁ : ଘରୋଇ ସହାୟିକାଙ୍କୁ ଗାଳିକଲେ ମାଲିକାଣୀ, ପୁଅ ସହ ମିଶି....

ମିଳିଥିବା ଖବର ଅନୁସାରେ, ମୃତ ମହିଳା ଜଣକ ହେଲେ ୩୫ ବର୍ଷୀୟ ସୁମିତ୍ରା । ଗିରଫ ହୋଇଥିବା ତାଙ୍କ ଭାଇ ମୁଥୁରାଜା ଗିରଫ ହୋଇଛନ୍ତି । ଗୋଟିଏ ବର୍ଷ ପୂର୍ବେ ସ୍ବାମୀଙ୍କଠାରୁ ଅଲଗା ରହିଥିଲେ ସୁମିତ୍ରା । ସେ ଏକାକି ରହିଥିବାବେଳେ ଅନ୍ୟ ଲୋକ ସହ ଅବୈଧ ସମ୍ପର୍କ ରଖୁଥିଲେ । ଯାହା ଶୁଣିବା ପରେ ତାଙ୍କ ଭାଇ ଭଉଣୀକୁ ବାରଣ କରିଥିଲେ । ଯେଉଁ କାରଣରୁ ଅଧିକାଂଶ ସମୟରେ ସେମାନଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହେଉଥିଲା । ଘଟଣାଦିନ ମଧ୍ୟ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିବା ଜଣାପଡ଼ିଛି ।

ସାଙ୍ଗସହ ଭଉଣୀର ଘର ପାଖକୁ ବାଇରେ ଯାଇଥିଲେ । ଏଭଳି ଖବରା କାମ ନକରିବାକୁ ସେ ବାରଣ କରିଥିଲେ । ଯେଉଁ କାରଣରୁ ଉଭୟଙ୍କ ମଧ୍ୟ ଦୀର୍ଘ ସମୟ ଧରି ଝଗଡ଼ା ହୋଇଥିଲା । ସେ ଉତକ୍ଷିପ୍ତ ହୋଇ ଆକ୍ରମଣ କରିଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଛି । ସାଙ୍ଗ ସହ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପରେ ପୁଲିସ ଘଟଣାର ତଦନ୍ତ କରିଥିଲା । ମୃତଦେହକୁ ଉଦ୍ଧାର କରାଯାଇଥିବାବେଳେ ମୃତକଙ୍କ ଭାଇ ଏବଂ ତାଙ୍କ ସାଙ୍ଗକୁ ଗିରଫ କରାଯାଇଛି । ତେବେ ପୂର୍ବରୁ ମଧ୍ୟ ଭଉଣୀର ଏଭଳି କାମ ପାଇଁ ମାରିବା ପାଇଁ ଯୋଜନା କରିଥିବା ପୁଲିସ ଆଗରେ ମାନିଛି ଅଭିଯୁକ୍ତ ଭାଇ ।

ଏହାସହ ପଢ଼ନ୍ତୁ : ଇରାନ-ଇସ୍ରାଏଲ ଯୁଦ୍ଧ: କ୍ରିକେଟରେ କେତେ କ୍ଷତି ସହିବ UAE ?