ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସର ବିଜେତା ସଲମାନ୍ ୟୁସୁଫ୍ ଖାନଙ୍କ ବିରୁଦ୍ଧରେ ଅସଦାଚରଣ ଅଭିଯୋଗ

ମୁମ୍ବାଇ: ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସର ପ୍ରଥମ ବିଜେତା ତଥା ବଲିଉଡର ଜଣାଶୁଣା କୋରିଓଗ୍ରାଫର ସଲମାନ୍ ୟୁସୁଫ୍ ଖାନଙ୍କ ବିରୁଦ୍ଧରେ ଅସଦାଚରଣ ଅଭିଯୋଗ ହୋଇଛି। ଓସିଓ୍ବାରା ଥାନାରେ ଅସଦାଚରଣରଏକ ଏତଲା ରୁଜ୍ଜୁ କରିଛନ୍ତି। ଅଭିଯୋଗକାରିଣୀ ବି ଜଣେ ଡ୍ୟାନ୍ସର। ସଲମାନ୍ ଓ ତାଙ୍କର ଭାଇ ଦୁଇଟି ଭିନ୍ନ ଭିନ୍ନ ସମୟରେ ତାଙ୍କୁ ଅଶାଳୀନ ଆଚରଣ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଅଭିଯୋଗକାରିଣୀଙ୍କ ବୟାନ ଅନୁସାରେ ପୁଲିସ ଧାରା ୩୫୪ ରେ ମାମଲା ରୁଜ୍ଜୁ କରିଛି।

ଏତଲାର ତଥ୍ୟ ଅନୁଯାୟୀ ସଲମାନଙ୍କ ମ୍ୟାନେଜର୍ ତାଙ୍କୁ ୨୦୧୮ ଅଗଷ୍ଟ ମାସରେ ଏକ ସୋ’ରେ ତାଙ୍କ ଟ୍ରୁପରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲେ। ମୁମ୍ବାଇରୁ ଫେରିବା ପରେ ସେ ସଲମାନଙ୍କୁ ଏକ କଫି ସପ୍ରେ ଭେଟିଥିଲେ। ସଲମାନଙ୍କ କହିବାନୁଯାୟୀ, ଦୁବାଇର ଏକ ପାର୍କରେ କାର୍ୟ୍ୟକ୍ରମ କରିବାର ଥିଲା। ଏହି କାର୍ୟ୍ୟକ୍ରମରେ ଅନ୍ୟ ଡ୍ୟାନ୍ସରମାନେ ବି ଯାଇଥିଲେ। କଥାବାର୍ତା ସରିବା ପରେ ସଲମାନ ତାଙ୍କ କାରରେ ପୀଡ଼ିତାଙ୍କୁ ନେଇଥିଲେ। ସେହି ସମୟରେ ସଲମାନ ତାଙ୍କୁ ଅଶାଳୀନ ଭାବେ ଛୁଇଁଥିଲେ। ଏ ସଂପର୍କରେ ପ୍ରତିବାଦ କରିବାରୁ ପୀଡିତାଙ୍କୁ ସଲମାନ୍ କହିଥିଲେ ଯେ, ଏଭଳି ଘଟଣା ବଲିଉଡରେ ଘଟେ। ଏହା ପରେ ତାଙ୍କୁ ନିରାଶ କରାଯାଇ ସବୁ ପୂର୍ବ ଚୁକ୍ତିନାମାକୁ ବାତିଲ କରାଯାଇଥିଲା ବୋଲି ବି ଅଭିଯୋଗ ଆଣିଛନ୍ତି ପୀଡ଼ିତା।
